Advertisment

ସବୁବେଳେ ସନାତନ ଧର୍ମକୁ ବିରୋଧ କରିବେ କହିଲେ ଉଦୟନିଧି ଷ୍ଟାଲିନ

ଉଦୟନିଧି ଓ ପିକେ ସେକର ବାବୁଙ୍କ ବିରୋଧରେ ପୁଲିସ୍‌ର ନିଷ୍କ୍ରିୟତା ଉପରେ କୋର୍ଟ ଆଜି ପ୍ରଶ୍ନ ଉଠାଇଥିଲେ।

author-image
Hemant Lenka
stalin

stalin

ତାମିଲନାଡୁ ମନ୍ତ୍ରୀ ତଥା ଡିଏମକେ ନେତା ଉଦୟନିଧି ଷ୍ଟାଲିନ ସନାତନ ଧର୍ମ ଉପରେ ଦେଇଥିବା ବୟାନ ଉପରେ କାଏମ ରହିଛନ୍ତି। ସେ ସନାତନ ଧର୍ମ ଉପରେ ଆପତ୍ତିଜନକ ଟିପ୍ପଣୀ କରିଥିଲେ ହେଁ ପୁଲିସ୍‌ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହିଁ।

Advertisment

ଏଥିପାଇଁ ଆଜି ମାଡ୍ରାସ ହାଇକୋର୍ଟ ପୁଲିସକୁ ସମାଲୋଚନା କରିଥିଲେ। ଉଦୟନିଧି ଓ ପିକେ ସେକର ବାବୁଙ୍କ ବିରୋଧରେ ପୁଲିସ୍‌ର ନିଷ୍କ୍ରିୟତା ଉପରେ କୋର୍ଟ ଆଜି ପ୍ରଶ୍ନ ଉଠାଇଥିଲେ। କୌଣସି ବ୍ୟକ୍ତି କେବେ ହେଲେ କୌଣସି ବିଚାରଧାରା ବିରୋଧରେ ମତ ରଖିପାରିବେ ନାହିଁ। ସେମାନେ ବିଚାରଧାରାର ବିଲୁପ୍ତ କରିବାକୁ କହି ପାରିବେ ନାହିଁ ବୋଲି କୋର୍ଟ କହିଥିଲେ।

କୋର୍ଟଙ୍କ ଏପରି ଟିପ୍ପଣୀ ସତ୍ତ୍ୱେ ମଧ୍ୟ ଉଦୟନିଧି ନିଜ ବୟାନରେ କାଏମ ରହିଛନ୍ତି। ପୂର୍ବରୁ ସେ ସନାତନ ଧର୍ମକୁ ଡେଙ୍ଗୁ ଓ ମାଲେରିୟା ସହ ତୁଳନା କରିଥିଲେ। ଏପରି ବୟାନ ଦେଇ ସେ କୌଣସି ଭୁଲ କରି ନାହାନ୍ତି ଓ ଏଥିପାଇଁ ସେ ସବୁ ପ୍ରକାରର ଆଇନଗତ ଲଢ଼େଇ ପାଇଁ ପ୍ରସ୍ତୁତ ଥିବା କହିଛନ୍ତି।

Advertisment

ଉଦୟନିଧି କହିଛନ୍ତି, “ମୁଁ କିଛି ବି ଭୁଲ କଥା କହିନି। ମୁଁ ଯାହା କହିଛି ଠିକ ଓ ଏହାକୁ ମୁଁ ଆଇନଗତ ଉପାୟରେ ଲଢ଼ିବି। ମୁଁ ମୋର ବୟାନ ବଦଳାଇବି ନାହିଁ। ମୁଁ ମୋର ବିଚାରଧାରା ସମ୍ପର୍କରେ କହିଛି। ଆମ୍ବେଦକର, ପେରିୟର କିମ୍ବା ଥିରୁମାବଲବାନ ଯାହା କହିଥିଲେ ମୁଁ ତା’ଠାରୁ ଅଧିକ କହିନି। ମୁଁ ବିଧାୟକ, ମନ୍ତ୍ରୀ କିମ୍ବା ଯୁବ ବାହିନୀର ସମ୍ପାଦକ ରହିଛି। କାଲି ହୁଏତ ମୁଁ ଆଉ ଏହି ପଦରେ ନଥିବି। କିନ୍ତୁ ଜଣେ ଭଲ ମଣିଷ ହେବା ଅଧିକ ଗୁରୁତ୍ୱପୂର୍ଣ୍ଣ।”

ଉଦୟନିଧି ଆହୁରି କହିଛନ୍ତି, “ଆମେ ସନାତନ ସମ୍ପର୍କରେ ଅନେକ ବର୍ଷ ହେଲା କହି ଆସୁଛୁ। ନିଟ୍‌ ୬ ବର୍ଷ ପୁରୁଣା ପ୍ରସଙ୍ଗ। ସନାତନ ହେଉଛି ଶହଶହ ବର୍ଷ ପୁରୁଣା ପ୍ରସଙ୍ଗ। ଆମକୁ ଏହାକୁ ସବୁବେଳେ ବିରୋଧ କରିବାକୁ ପଡ଼ିବ। ଆମେ ସବୁବେଳେ ସନାତନ ଧର୍ମକୁ ବିରୋଧ କରିବୁ।”

Tamilnadu Udhayanidhi Stalin