Advertisment

କେଜ୍ରିୱାଲଙ୍କ ପ୍ରଶ୍ନ: ସିବିଆଇ କିଛି ନ ପାଇଲେ ପ୍ରଧାନମନ୍ତ୍ରୀ ଇସ୍ତଫା ଦେବେ କି?

ଯଦି ସିବିଆଇ ତା’ର ତଦନ୍ତରେ କିଛି ବି ଅନିୟମିତତାର ପ୍ରମାଣ ପାଇବ ନାହିଁ, ତା’ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇସ୍ତଫା ଦେବେ କି ବୋଲି ସେ ପ୍ରଶ୍ନ କରିଛନ୍ତି।

Kejriwal

Kejriwal

Advertisment

ବାସଭବନ ନବୀକରଣରେ ହୋଇଥିବା ଅନିୟମିତତା ଅଭିଯୋଗ ପ୍ରସଙ୍ଗରେ ଆଜି ନୀରବତା ଭାଙ୍ଗିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଏହି ଅଭିଯୋଗର ତଦନ୍ତ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସିବିଆଇକୁ ହସ୍ତାନ୍ତର କରିବା ପରେ ଆଜି କେଜ୍ରିୱାଲ ଆଟାକିଂ ମୁଡକୁ ଚାଲି ଆସିଛନ୍ତି।

Advertisment

ଯଦି ସିବିଆଇ ତା’ର ତଦନ୍ତରେ କିଛି ବି ଅନିୟମିତତାର ପ୍ରମାଣ ପାଇବ ନାହିଁ, ତା’ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇସ୍ତଫା ଦେବେ କି ବୋଲି ସେ ପ୍ରଶ୍ନ କରିଛନ୍ତି।

କେଜ୍ରିୱାଲ ତାଙ୍କ ବାସଭବନକୁ ନବୀକରଣ କରିବା ପାଇଁ ସରକାରୀ ଖାତାରୁ ୪୫ କୋଟି ଟଙ୍କା ଖର୍ଚ୍ଚ କରିଥିବା ବିଜେପି ଅଭିଯୋଗ କରିଥିଲା। ଏନେଇ ଉପ ରାଜ୍ୟପାଳ ଭିକେ ସକ୍ସେନା ମଧ୍ୟ ସିବିଆଇ ନିର୍ଦ୍ଦେଶକୁ ଚିଠି ଲେଖିଥିଲେ। ଏସବୁ ଭିତରେ ବୁଧବାର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏହାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରିଛି।

Advertisment

ଏହାକୁ ନେଇ ବିଜେପି ଓ ଦିଲ୍ଲୀର କ୍ଷମତାସୀନ ଆପ୍‌ ମଧ୍ୟରେ ବାକଯୁଦ୍ଧ ଚାଲିଥିବା ବେଳେ କେଜ୍ରିୱାଲ ସିବିଆଇ ତଦନ୍ତକୁ ଆଜି ସ୍ୱାଗତ କରିଛନ୍ତି।

ସେ କହିଛନ୍ତି, “ସିବିଆଇ ତଦନ୍ତକୁ ସ୍ୱାଗତ କରୁଛି। କାରଣ ସେମାନେ କିଛି ବି ପାଇବେ ନାହିଁ। ଏହି ମାମଲା ପ୍ରଥମଥର ପାଇଁ ତଦନ୍ତ ହେଉନାହିଁ। ଏହାପୂର୍ବରୁ ମଧ୍ୟ ହୋଇଛି। ତେବେ ଯେତେ ଯାହା କଲେ ମଧ୍ୟ କେଜ୍ରିୱାଲ କେବେ ହେଲେ ମୁଣ୍ଡ ନୁଆଁବ ନାହିଁ।”

କେଜ୍ରିୱାଲ ଅଭିଯୋଗ କରିଛନ୍ତି ଯେ କେନ୍ଦ୍ରର ସିବିଆଇ ତଦନ୍ତ ଦର୍ଶାଉଛି ଯେ ପ୍ରଧାନମନ୍ତ୍ରୀ ମୋଦି ନର୍ଭସ ଅଛନ୍ତି। ସେ କହିଛନ୍ତି, “ଏପରି ତଦନ୍ତ ନିର୍ଦ୍ଦେଶରୁ ସ୍ପଷ୍ଟ ହୋଇଛି ଯେ ପ୍ରଧାନମନ୍ତ୍ରୀ ଏବେ ଡରି ଯାଇଛନ୍ତି। ମୋ ବିରୋଧରେ ଏମିତି ତଦନ୍ତ ପ୍ରଥମଥର ପାଇଁ ହେଉ ନାହିଁ।

ସେମାନେ ଏପରି ୫୦ରୁ ଅଧିକ ତଦନ୍ତ ଆରମ୍ଭ କରିଛନ୍ତି। ସେମାନେ କେତେବେଳେ ମଦ ନୀତିରେ ଦୁର୍ନୀତି ହୋଇଛି ବୋଲି କହୁଛନ୍ତି ତ ଆଉ କେତେବେଳେ ବସ, ସ୍କୁଲ କିମ୍ବା ରାସ୍ତା କାମରେ ଦୁର୍ନୀତି ଥିବା କହୁଛନ୍ତି। ସେମାନେ ମୋ ନାଁରେ ୩୩ରୁ ଅଧିକ କେସ୍‌ କରିଛନ୍ତି।

ସେମାନେ ଗତ ୮ ବର୍ଷ ହେଲା ତଦନ୍ତ କରୁଛନ୍ତି। ମୁଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବା ଦିନ ଠାରୁ ତଦନ୍ତ ହେଉଛି। କିନ୍ତୁ ସେମାନେ କିଛି ବି ପାଇ ନାହାନ୍ତି। ଏବେ ସେମାନେ ନୂଆ ତଦନ୍ତ ଆରମ୍ଭ କରିଛନ୍ତି। ମୁଁ ଏହାକୁ ମଧ୍ୟ ସ୍ୱାଗତ କରୁଛି।”

କେଜ୍ରିୱାଲ ତାଙ୍କ ବାସଭବନ ନବୀକରଣରେ ୪୫ କୋଟି ଟଙ୍କା ଖର୍ଚ୍ଚ କରିଥିବା ବିଜେପି ଅଭିଯୋଗ କରିଥିଲା। ଏହାପରେ ଉପ ରାଜ୍ୟପାଳ ଭିକେ ସକ୍ସେନା ମୁଖ୍ୟ ଶାସନ ସଚିବଙ୍କୁ ତଦନ୍ତ ପାଇଁ କହିଥିଲେ। ପ୍ରାଥମିକ ତଦନ୍ତରୁ ମୁଖ୍ୟ ଶାସନ ସଚିବ ଜାଣିବାକୁ ପାଇଥିଲେ ଯେ ନବୀକରଣରେ ବ୍ୟାପକ ଅନିୟମିତତା ହୋଇଛି।

PM Modi Arvind Kejriwal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe