Advertisment

କ୍ଷମତାକୁ ଆସିଲେ ରାମ ମନ୍ଦିରକୁ ପବିତ୍ର କରିବ ଇଣ୍ଡିଆ ମେଣ୍ଟ: ନାନା ପାଟୋଲେ

ପାଟୋଲେ କହିଛନ୍ତି, ଶଙ୍କରାଚାର୍ଯ୍ୟମାନେ ପ୍ରାଣପ୍ରତିଷ୍ଠାକୁ ବିରୋଧ କରିଥିଲେ। ସମସ୍ତ ୪ ଶଙ୍କରାଚାର୍ଯ୍ୟ ରାମ ମନ୍ଦିରକୁ ପବିତ୍ର କରିବେ। ରାମ ଦରବାର ଉକ୍ତ ସ୍ଥାନରେ ପ୍ରତିଷ୍ଠା କରାଯିବ।

author-image
Hemant Lenka
ଅଦ୍ୟତନ ହୋଇଛି
Nana Patole

Nana Patole

ବିରୋଧୀ ମେଣ୍ଟ ଇଣ୍ଡିଆ ଯଦି ଲୋକସଭା ନିର୍ବାଚନ ପରେ କ୍ଷମତାକୁ ଆସିବ, ତା’ହେଲେ ଶଙ୍କରାଚାର୍ଯ୍ୟମାନଙ୍କୁ ନେଇ ଅଯୋଧ୍ୟାରେ ଥିବା ରାମ ମନ୍ଦିରକୁ ପବିତ୍ର କରାଯିବ ବୋଲି ମହାରାଷ୍ଟ୍ରର କଂଗ୍ରେସ ମୁଖ୍ୟ ନାନା ପାଟୋଲେ କହିଛନ୍ତି। ସେ ଦାବି କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମ ମନ୍ଦିରର ନିର୍ମାଣ ବେଳେ ପ୍ରୋଟୋକଲ ଭାଙ୍ଗିଛନ୍ତି। ବିରୋଧୀ ମେଣ୍ଟ କ୍ଷମତାକୁ ଆସିଲେ, ଏଥିରେ ସୁଧାର କରାଯିବ।

Advertisment

ପାଟୋଲେ କହିଛନ୍ତି, “ଶଙ୍କରାଚାର୍ଯ୍ୟମାନେ ପ୍ରାଣପ୍ରତିଷ୍ଠାକୁ ବିରୋଧ କରିଥିଲେ। ସମସ୍ତ ୪ ଶଙ୍କରାଚାର୍ଯ୍ୟ ରାମ ମନ୍ଦିରକୁ ପବିତ୍ର କରିବେ। ରାମ ଦରବାର ଉକ୍ତ ସ୍ଥାନରେ ପ୍ରତିଷ୍ଠା କରାଯିବ।

ଏବେ ଭଗବାନ ରାମଙ୍କ ପ୍ରତିମୂର୍ତ୍ତି ସେଠାରେ ନାହିଁ। ପିଲା ବେଳର ପ୍ରତିକୃତି ରାମ ଲଲା ରହିଛନ୍ତି। ନରେନ୍ଦ୍ର ମୋଦି ରାମ ମନ୍ଦିର ନିର୍ମାଣ ବେଳେ ପ୍ରୋଟୋକଲର ଉଲ୍ଲଙ୍ଘନ କରିଥିଲେ। ଆମେ ଏହାକୁ ଧାର୍ମୀକ ନୀତି ଅନୁସାରେ ସୁଧାରିବୁ।”

Advertisment

ଜାନୁଆରୀ ୨୨ରେ ରାମ ମନ୍ଦିରରେ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିଥିଲେ। ଏହି କାର୍ଯ୍ୟକ୍ରମରେ ୧୦ ହଜାରରୁ ଅଧିକ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ।

ତେବେ ଦେଶର ୪ ବଡ଼ ହିନ୍ଦୁ ମଠର ଶଙ୍କରାଚାର୍ଯ୍ୟ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରୁ ଦୂରେଇ ରହିଥିଲେ। ୪ ଜଣଙ୍କ ମଧ୍ୟରୁ ୩ ଜଣ ଶଙ୍କରାଚାର୍ଯ୍ୟ କହିଥିଲେ ଯେ ହିନ୍ଦୁ ରୀତିନୀତି ବିରୋଧରେ ରାମ ମନ୍ଦିରରେ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯାଉଛି।

Congress Ayodhya Ram Mandir Nana Patole