Advertisment

କ୍ଷମତାକୁ ଆସିଲେ ୫୦% ସଂରକ୍ଷଣ ସୀମାକୁ ହଟାଇ ଦେବ କଂଗ୍ରେସ: ରାହୁଲ ଗାନ୍ଧି

ସଂରକ୍ଷଣର କୌଣସି ସୀମା ରହିବ ନାହିଁ ବୋଲି ଆଜି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଘୋଷଣା କରିଛନ୍ତି।

ଅଦ୍ୟତନ ହୋଇଛି
Rahul Gandhi

Rahul Gandhi

Advertisment

ଜାତି ଭିତ୍ତିକ ସଂରକ୍ଷଣ ବ୍ୟବସ୍ଥା ଦେଶରେ ୫୦%ରୁ ଅଧିକ ହୋଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ଦେଇଥିବା ରାୟକୁ କଂଗ୍ରେସ କ୍ଷମତାକୁ ଆସିଲେ ଉଚ୍ଛେଦ କରିବ। ଯେତେ ପ୍ରତିଶତ ସଂରକ୍ଷଣ ଦରକାର, ସେସବୁ ଲାଗୁ ହେବ।

Advertisment

ସଂରକ୍ଷଣର କୌଣସି ସୀମା ରହିବ ନାହିଁ ବୋଲି ଆଜି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଘୋଷଣା କରିଛନ୍ତି। ତାଙ୍କ କହିବା କଥା କଂଗ୍ରେସ କ୍ଷମତାକୁ ଆସିଲେ ଦଳିତ, ପଛୁଆ ବର୍ଗ ଓ ଆଦିବାସୀ ସଂପ୍ରଦାୟର ଲୋକଙ୍କ ପାଇଁ ଥିବା ସଂରକ୍ଷଣ ବ୍ୟବସ୍ଥାର ଫାଇଦାକୁ ବୃଦ୍ଧି କରିବ।

ମଧ୍ୟପ୍ରଦେଶର ରତଲାମରେ ଆୟୋଜିତ ନିର୍ବାଚନୀ ସଭାରେ ରାହୁଲ ଗାନ୍ଧି କହିଛନ୍ତି ଯେ ଏହି ନିର୍ବାଚନ ଦେଶ ସମ୍ବିଧାନକୁ ସୁରକ୍ଷିତ ରଖିବା ପାଇଁ ଲଢ଼ା ଯାଉଛି। ବିଜେପି ଓ ଆରଏସଏସ୍ ଏହାକୁ ଶେଷ କରି ଦେବାକୁ ଓ ବଦଳାଇ ଦେବାକୁ ଚାହୁଁଛନ୍ତି।

Advertisment

କଂଗ୍ରେସ ଓ ଇଣ୍ଡିଆ ମେଣ୍ଟ ଏହାକୁ ରକ୍ଷା କରିବାକୁ ଚେଷ୍ଟା କରୁଛନ୍ତି। ଏହି ସମ୍ବିଧାନ ଆପଣମାନଙ୍କୁ ଜଳ, ଜଙ୍ଗଲ ଓ ଜମିର ଅଧିକାର ଦେଇଛି। ନରେନ୍ଦ୍ର ମୋଦି ଏହାକୁ ହଟାଇ ଦେବାକୁ ଚାହୁଁଛନ୍ତି। ସେ ପୂରା କ୍ଷମତା ଚାହାନ୍ତି।”

ସେ ଆହୁରି କହିଛନ୍ତି, “ବିଜେପି ନେତାମାନେ ଘୋଷଣା କରିଛ ସାରିଛନ୍ତି ଯେ ସେମାନେ ସମ୍ବିଧାନକୁ ବଦଳାଇବେ। ଏଥିପାଇଁ ସେମାନ ୪୦୦ ସିଟର ନାରା ଦେଉଛନ୍ତି। କିନ୍ତୁ ୪୦୦ କଥା ଛାଡ଼ନ୍ତୁ, ସେମାନେ ୧୫୦ ସିଟ୍‌ ମଧ୍ୟ ପାଇବେ ନାହିଁ।

ସେମାନେ କହୁଛନ୍ତି ଦେଶରୁ ସଂରକ୍ଷଣ ବ୍ୟବସ୍ଥାକୁ ଉଚ୍ଛେଦ କରିଦେବେ। ମୁଁ ଆପମାନଙ୍କୁ ଏହି ଷ୍ଟେଜରୁ ପ୍ରତିଶ୍ରୁତି ଦେବାକୁ ଚାହୁଁଛି ଯେ ଆମେ ସଂରକ୍ଷଣ ବ୍ୟବସ୍ଥା ୫୦% ବାହାରେ ମଧ୍ୟ କରିବୁ। ଗରିବ, ପଛୁଆ ବର୍ଗ, ଦଳିତ ଓ ଆଦିବାସୀମାନେ ଯେତେ ସଂରକ୍ଷଣ ଆବଶ୍ୟକ କରିବେ, ସେସବୁ ଆମେ କ୍ଷମତାକୁ ଆସିଲେ ଯୋଗା ଦେବୁ। ୫୦% ସଂରକ୍ଷଣ ନିୟମ ରହିବ ନାହିଁ। ୫୦% ବାହାରେ ମଧ୍ୟ ସଂରକ୍ଷଣ ଦିଆଯିବ।”

ରତଲାମ ରାଲିରେ ଦେଶର ମିଡିଆ ଉପରେ ମଧ୍ୟ ରାହୁଲ ଗାନ୍ଧି ବର୍ଷିଛନ୍ତି। ସେ କହିଛନ୍ତି, ଦେଶର ମିଡିଆ ଆଦିବାସୀଙ୍କ ଉପରେ ହେଉଥିବା ଅତ୍ୟାଚାର ସମ୍ପର୍କିତ ଖବରକୁ ଦେଖାଉ ନାହିଁ। ଆପଣଙ୍କ ପିଲାମାନେ ଦୁଷ୍କର୍ମର ଶିକାର ହେଉଛି, ଆପଣମାନଙ୍କ ଜମି ହଡ଼ପ କରାଯାଉଛି। କିନ୍ତୁ ମିଡିଆ ଏହାକୁ ରିପୋର୍ଟ କରୁ ନାହିଁ। ଏହା ପଛରେ ମଧ୍ୟରେ କାରଣ ରହିଛି। ମିଡିଆ କମ୍ପାନୀଗୁଡ଼ିକରେ କୌଣସି ଆଦିବାସୀ ନାହାନ୍ତି ବୋଲି ସେ କହିଛନ୍ତି।

ଦେଶର ସରକାରକୁ ୯୦ ଜଣ ପ୍ରଶାସନିକ ଅଧିକାରୀ ଚଳାଉଥିବା ମଧ୍ୟ ରାହୁଲ ଗାନ୍ଧି ଅଭିଯୋଗ କରିଛନ୍ତି। ସେ କହିଛନ୍ତି, “ସେମାନେ ଦେଶର ବଜେଟକୁ ବାଣ୍ଟୁଛନ୍ତି। ୯୦ ଜଣଙ୍କ ମଧ୍ୟରୁ କେବଳ ଜଣେ ଆଦିବାସୀ, ୩ ଜଣ ପଛୁଆ ବର୍ଗ ଓ ୩ ଜଣ ଦଳିତ ସଂପ୍ରଦାୟର।

ଆପଣମାନଙ୍କ ସଂପ୍ରଦାୟର ଲୋକ ମିଡିଆ କିମ୍ବା କର୍ପୋରେଟ ୱାର୍ଲ୍ଡରେ ନାହାନ୍ତି। ଆମେ ଏହାକୁ ବଦଳାଇବାକୁ ଚାହୁଁଛୁ। ଏହି କାରଣ ପାଇଈଁ ଆମେ ଜାତିଭିତ୍ତିକ ଓ ଅର୍ଥନୀତିକ ସର୍ଭେ କରିବାକୁ ନିଷ୍ପତ୍ତି ନେଇଛୁ। ଚାଷୀମାନଙ୍କୁ ଏମଏସପି ଗ୍ୟାରେଣ୍ଟୀ ଦିଆଯିବ ଓ ସେମାନଙ୍କୁ ଋଣ ଭାରକୁ ମୁକ୍ତି ମିଳିବ। ଏହା ଆମର ଗ୍ୟାରେଣ୍ଟୀ।”

ରତଲାମରେ ଆସନ୍ତ ୧୩ ତାରିଖ ଅର୍ଥାତ ଲୋକସଭା ନିର୍ବାଚନର ୪ ପର୍ଯ୍ୟାୟରେ ଭୋଟିଂ ହେବ। ଏଠାରେ କଂଗ୍ରେସ ପୂର୍ବତନ ସାଂସଦ କାନ୍ତିଲାଲ ଭୂରିଆଙ୍କୁ ପ୍ରାର୍ଥୀ କରିଛି। ବିଜେପିର ପ୍ରାର୍ଥୀ ହୋଇଛନ୍ତି ଅନୀତା ନାଗର। ୨୦୧୯ରେ ମଧ୍ୟ ଅନୀତା ଏଠାରୁ ଜିତିଥିଲେ।

Rahul Gandhi Lok Sabha Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe