Advertisment

ବିବାଦରେ ପତ୍ନୀ: ପ୍ରମାଣ ମିଳିଲେ ଅବସର ନେଇଯିବେ କହିଲେ ଆସାମ ମୁଖ୍ୟମନ୍ତ୍ରୀ

ବିବାଦ ଘନଉଥିବା ବେଳେ ହିମନ୍ତ ବିଶ୍ୱଶର୍ମା ସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ତାଙ୍କ ପତ୍ନୀ ରିଙ୍କି ଓ ସେ ଜଡ଼ିତ ଥିବା କମ୍ପାନୀ କେନ୍ଦ୍ର ଠାରୁ କୌଣସି ପ୍ରକାରର ରିହାତି ପାଇ ନଥିବା ସେ କହିଛନ୍ତି।

author-image
Hemant Lenka
Himanta Sarma

Himanta Sarma

କେନ୍ଦ୍ର ଠାରୁ ଅହେତୁକ ରିହାତି ପାଇଛନ୍ତି କି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ପତ୍ନୀ ରିଙ୍କି ଭୂୟାଁ ଶର୍ମା? ଋଣ ରିହାତି ବାବଦରେ ସେ ଜଡ଼ିତ ଥିବା କମ୍ପାନୀ ୧୦ କୋଟି ଟଙ୍କାର ଲାଭ ପାଇଥିବା କିଛି ଦସ୍ତାବିଜ ସୋଶାଲ ମିଡିଆରେ ଭାଇରାଲ ହେବା ପରେ ହଇଚଇ ସୃଷ୍ଟି ହୋଇଛି।

Advertisment

ଏହାକୁ ନେଇ ବିବାଦ ଘନଉଥିବା ବେଳେ ହିମନ୍ତ ବିଶ୍ୱଶର୍ମା ସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ତାଙ୍କ ପତ୍ନୀ ରିଙ୍କି ଓ ସେ ଜଡ଼ିତ ଥିବା କମ୍ପାନୀ କେନ୍ଦ୍ର ଠାରୁ କୌଣସି ପ୍ରକାରର ରିହାତି ପାଇ ନଥିବା ସେ କହିଛନ୍ତି।

ଏଥିସହ ଯଦି ଅଭିଯୋଗ ସତ ପ୍ରମାଣିତ ହେବ, ସେ ସବୁ ପ୍ରକାରର ଦଣ୍ଡ ଗ୍ରହଣ କରିବାକୁ ପ୍ରସ୍ତୁତ ଅଛନ୍ତି। ଏପରି କି ସେ ସର୍ବସାଧାରଣ ବା ରାଜନୀତି ଜୀବନରୁ ଅବସର ମଧ୍ୟ ନେଇଯିବେ ବୋଲି ମଧ୍ୟ କହିଛନ୍ତି।

Advertisment

ସୋଶାଲ ମିଡିଆ ଆକାଉଣ୍ଟ ଏକ୍ସ(ପୂର୍ବ ଟ୍ୱିଟର)ରେ ହିମନ୍ତ ବିଶ୍ୱଶର୍ମା କହିଛନ୍ତି, “ମୁଁ ପୁଣିଥରେ କହିବାକୁ ଚାହେଁ ଯେ ମୋ ପତ୍ନୀ କିମ୍ବା ସେ ଜଡ଼ିତ ଥିବା କମ୍ପାନୀ ଭାରତ ସରକାରଙ୍କ ଠାରୁ କୌଣସି ଟଙ୍କା ପାଇ ନାହାନ୍ତି। ଯଦି କେହି ଏହାର ପ୍ରମାଣ ଦେଇଦେବେ, ତା’ହେଲେ ମୁଁ ଅବସର ସହ ସବୁ ପ୍ରକାରର ଦଣ୍ଡ ଗ୍ରହଣ କରିବାକୁ ପ୍ରସ୍ତୁତ।”

ବୁଧବାର କଂଗ୍ରେସ ସାଂସଦ ଗୌରବ ଗୋଗୋଇ ଗୋଟିଏ ଦସ୍ତାବିଜ ଜାରି କରିଥିଲେ। ଏଥିରେ ସେ ଦାବି କରିଥିଲେ ଯେ ବିଶ୍ୱଶର୍ମାଙ୍କ ପତ୍ନୀ ରିଙ୍କି ଜଡ଼ିତ ଥିବା କମ୍ପାନୀ କେନ୍ଦ୍ର ସରକାରଙ୍କ ଗୋଟିଏ ଯୋଜନା ଅଧୀନରେ ୧୦ କୋଟି ଟଙ୍କାର ରିହାତି ପାଇଛନ୍ତି। କିନ୍ତୁ ଏହାକୁ ହିମନ୍ତ ବିଶ୍ୱଶର୍ମା କାଲି ଠାରୁ ହିଁ ଖଣ୍ଡନ କରି ଚାଲିଛନ୍ତି।

Congress Assam