କେନ୍ଦ୍ର ଠାରୁ ଅହେତୁକ ରିହାତି ପାଇଛନ୍ତି କି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ପତ୍ନୀ ରିଙ୍କି ଭୂୟାଁ ଶର୍ମା? ଋଣ ରିହାତି ବାବଦରେ ସେ ଜଡ଼ିତ ଥିବା କମ୍ପାନୀ ୧୦ କୋଟି ଟଙ୍କାର ଲାଭ ପାଇଥିବା କିଛି ଦସ୍ତାବିଜ ସୋଶାଲ ମିଡିଆରେ ଭାଇରାଲ ହେବା ପରେ ହଇଚଇ ସୃଷ୍ଟି ହୋଇଛି।
ଏହାକୁ ନେଇ ବିବାଦ ଘନଉଥିବା ବେଳେ ହିମନ୍ତ ବିଶ୍ୱଶର୍ମା ସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ତାଙ୍କ ପତ୍ନୀ ରିଙ୍କି ଓ ସେ ଜଡ଼ିତ ଥିବା କମ୍ପାନୀ କେନ୍ଦ୍ର ଠାରୁ କୌଣସି ପ୍ରକାରର ରିହାତି ପାଇ ନଥିବା ସେ କହିଛନ୍ତି।
ଏଥିସହ ଯଦି ଅଭିଯୋଗ ସତ ପ୍ରମାଣିତ ହେବ, ସେ ସବୁ ପ୍ରକାରର ଦଣ୍ଡ ଗ୍ରହଣ କରିବାକୁ ପ୍ରସ୍ତୁତ ଅଛନ୍ତି। ଏପରି କି ସେ ସର୍ବସାଧାରଣ ବା ରାଜନୀତି ଜୀବନରୁ ଅବସର ମଧ୍ୟ ନେଇଯିବେ ବୋଲି ମଧ୍ୟ କହିଛନ୍ତି।
ସୋଶାଲ ମିଡିଆ ଆକାଉଣ୍ଟ ଏକ୍ସ(ପୂର୍ବ ଟ୍ୱିଟର)ରେ ହିମନ୍ତ ବିଶ୍ୱଶର୍ମା କହିଛନ୍ତି, “ମୁଁ ପୁଣିଥରେ କହିବାକୁ ଚାହେଁ ଯେ ମୋ ପତ୍ନୀ କିମ୍ବା ସେ ଜଡ଼ିତ ଥିବା କମ୍ପାନୀ ଭାରତ ସରକାରଙ୍କ ଠାରୁ କୌଣସି ଟଙ୍କା ପାଇ ନାହାନ୍ତି। ଯଦି କେହି ଏହାର ପ୍ରମାଣ ଦେଇଦେବେ, ତା’ହେଲେ ମୁଁ ଅବସର ସହ ସବୁ ପ୍ରକାରର ଦଣ୍ଡ ଗ୍ରହଣ କରିବାକୁ ପ୍ରସ୍ତୁତ।”
The reply itself clarifies the fact that the Government of India has not released any funds to the mentioned company. I want to emphasize once again that neither my wife nor the company she is associated with has received or claimed any amount from the Government of India. If… https://t.co/70zQ1DGHTe
— Himanta Biswa Sarma (@himantabiswa) September 14, 2023
ବୁଧବାର କଂଗ୍ରେସ ସାଂସଦ ଗୌରବ ଗୋଗୋଇ ଗୋଟିଏ ଦସ୍ତାବିଜ ଜାରି କରିଥିଲେ। ଏଥିରେ ସେ ଦାବି କରିଥିଲେ ଯେ ବିଶ୍ୱଶର୍ମାଙ୍କ ପତ୍ନୀ ରିଙ୍କି ଜଡ଼ିତ ଥିବା କମ୍ପାନୀ କେନ୍ଦ୍ର ସରକାରଙ୍କ ଗୋଟିଏ ଯୋଜନା ଅଧୀନରେ ୧୦ କୋଟି ଟଙ୍କାର ରିହାତି ପାଇଛନ୍ତି। କିନ୍ତୁ ଏହାକୁ ହିମନ୍ତ ବିଶ୍ୱଶର୍ମା କାଲି ଠାରୁ ହିଁ ଖଣ୍ଡନ କରି ଚାଲିଛନ୍ତି।
The whole day yesterday Himanta Biswa Sarma parroted one line regarding his wife’s firm. For his benefit I am stating the reply of Union Minister of Commerce and Industry Piyush Goyal in Parliament. Piyush Goyal’s reply has exposed the truth and both Ministers need to clarify. https://t.co/JiSBuLHBw9 pic.twitter.com/5SOueOPb11
— Gaurav Gogoi (@GauravGogoiAsm) September 14, 2023