Advertisment

ବିଜେପି ଉପରେ ବର୍ଷିଲେ, ମୁସଲିମଙ୍କ ପାଇଁ ଆଇଟି ପାର୍କ କରିବେ କହିଲେ କେସିଆର

ପ୍ରଚାର ସମୟରେ ସେ ବିଜେପି ଉପରେ ଜୋରଦାର ଢଙ୍ଗରେ ବର୍ଷିଛନ୍ତି। ସେହିପରି ତାଙ୍କ ଦଳ କ୍ଷମତାକୁ ଆସିଲେ ଯୁବ ମୁସଲିମଙ୍କ ପାଇଁ ସ୍ୱତନ୍ତ୍ର ପ୍ରଯୁକ୍ତି ବିଦ୍ୟା (ଆଇଟି) ପାର୍କ ଖୋଲିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

KCR

KCR

Advertisment

ଆସନ୍ତା ୩୦ ତାରିଖରେ ତେଲେଙ୍ଗାନା ବିଧାନସଭା ନିର୍ବାଚନ। ଏଥିପାଇଁ ସବୁ ରାଜନୀତିକ ଦଳ ନିଜ ନିଜର ପ୍ରଚାର ଜୋରଦାର କରିଛନ୍ତି। କ୍ଷମତାସୀନ ଭାରତ ରାଷ୍ଟ୍ର ସମିତି ବା ବିଆରଏସ୍‌ ମଧ୍ୟ ପଛରେ ପଡ଼ିନାହିଁ। ଏହିକ୍ରମରେ ଆଜି ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ(କେସିଆର) ଦଳ ପାଇଁ ପ୍ରଚାର କରିଛନ୍ତି।

Advertisment

ପ୍ରଚାର ସମୟରେ ସେ ବିଜେପି ଉପରେ ଜୋରଦାର ଢଙ୍ଗରେ ବର୍ଷିଛନ୍ତି। ସେହିପରି ତାଙ୍କ ଦଳ କ୍ଷମତାକୁ ଆସିଲେ ଯୁବ ମୁସଲିମଙ୍କ ପାଇଁ ସ୍ୱତନ୍ତ୍ର ପ୍ରଯୁକ୍ତି ବିଦ୍ୟା (ଆଇଟି) ପାର୍କ ଖୋଲିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ଶିକ୍ଷାମନ୍ତ୍ରୀ ସବିତା ଇନ୍ଦ୍ରା ରେଡ୍ଡୀ ପ୍ରାର୍ଥୀ ହୋଇଥିବା ମହେଶ୍ୱରମରେ ଆଜି କେସିଆର ପ୍ରଚାର କରି ଏପରି କହିଛନ୍ତି। ସେ କହିଛନ୍ତି, “ଆଜି ଆମେ ଯୁବ ମୁସଲିମଙ୍କ ସମ୍ପର୍କରେ ଭାବୁଛୁ। ସେମାନଙ୍କ ପାଇଁ ହାଇଦ୍ରାବାଦ ପାଖରେ ଗୋଟିଏ ସ୍ୱତନ୍ତ୍ର ଆଇଟି ପାର୍କ ତିଆରି କରାଯିବ।

Advertisment

ଉକ୍ତ ଆଇଟି ପାର୍କଟି ପାହାଡ଼ି ଶରୀଫ ପାଖରେ ହେବ। ଆଜି ଆମେ ଦେଉଥିବା ପେନସନ ମୁସଲିମମାନେ ମଧ୍ୟ ପାଉଛନ୍ତି। ଆମେ ଖୋଲିଥିବା ଆବାସିକ ସ୍କୁଲରେ ମୁସଲିମ ପିଲାମାନେ ବି ପଢ଼ୁଛନ୍ତି। ଆମେ ସମସ୍ତଙ୍କୁ ଆମ ସହ ନେଇ ଆଗକୁ ଯାଉଛୁ।”

କେସିଆର ନିଜର ଭାଷଣରେ ବିଜେପିକୁ ସମାଲୋଚନା କରିବାକୁ ପଛାଇ ନାହାନ୍ତି। ସେ କହିଛନ୍ତି, “ବିଜେପି ଦେଶର ପରିବେଶକୁ ନଷ୍ଟ କରିବାକୁ ବସିଛି। ଏହା ଦ୍ୱାରା କାହାକୁ କିଛି ବି ଲାଭ ମିଳିବ ନାହିଁ। ସେମାନେ ପୂରା କାର୍ଯ୍ୟକାଳ ପୂରଣ କରିପାରିବେ ନାହିଁ।

ଡରିବାର କୌଣସି କାରଣ ନାହିଁ। ଏହି କାର୍ଯ୍ୟକାଳ କିଛି ଦିନ ପାଇଁ। ସେମାନେ ସବୁ ଦିନ ପାଇଁ କ୍ଷମତାରେ ରହିବେ ନାହିଁ। ଲୋକମାନେ ଯେତେବେଳେ ସବୁ କିଛି ବୁଝି ପାରିବେ ସେତେବେଳେ ସେମାନଙ୍କୁ ଗୋଇଠା ମାରି ବିଦା କରିଦେବେ। ଏହା ପରେ ଗୋଟିଏ ଖୁସିର ଭାରତ ଗଠନ ହେବ।”

Telengana Brs KCR
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe