Advertisment

ଏକନାଥ ସିନ୍ଦେଙ୍କ ପୁଅ ହେବେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ?

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପୁଅ ଉପମୁଖ୍ୟମନ୍ତ୍ରୀ ହେବା ଉପରେ ପ୍ରତିକ୍ରିୟା ରଖିଛନ୍ତି ଏକନାଥ ସିନ୍ଦେ।

author-image
Debibandita Barick
ଅଦ୍ୟତନ ହୋଇଛି
Shrikant Shinde & Eknath Shinde

Shrikant Shinde & Eknath Shinde

ପୁଅ ଶ୍ରୀକାନ୍ତ ସିନ୍ଦେ ଉପମୁଖ୍ୟମନ୍ତ୍ରୀ ହେବା ନେଇ ଚାଲିଥିବା ଚର୍ଚ୍ଚା ମଧ୍ୟରେ ପ୍ରତିକ୍ରିୟା ରଖିଛନ୍ତି ମହାରାଷ୍ଟ୍ରର କାର୍ଯ୍ୟନିର୍ବାହୀ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସିନ୍ଦେ କହିଛନ୍ତି, ବର୍ତ୍ତମାନ ଆଲୋଚନା ଚାଲିଛି, ଏଯାଏ କୌଣସି ନିଷ୍ପତ୍ତି ଚୂଡ଼ାନ୍ତ ହୋଇନାହିଁ।

Advertisment

ସେ କହିଛନ୍ତି, "ଏ ଉପରେ ଆଲୋଚନା ଚାଲେ, ବିଶେଷକରି ସାମ୍ବାଦିକମାନେ ଏହି ପ୍ରକାର ଆଲୋଚନା କରନ୍ତି। ଅମିତ ଶାହଙ୍କ ସହ ଆମର ଏକ ବୈଠକ ହୋଇଥିଲା। ମୁଁ ଅଜିତ ପାୱାର ଏବଂ ଦେବେନ୍ଦ୍ର ଫଡନାଭିସଙ୍କ ମଧ୍ୟରେ ମୁମ୍ବାଇରେ ଆଉ ଏକ ବୈଠକ ବସିବ। ଆମେ ଏ ଉପରେ ବିସ୍ତୃତ ଭାବରେ ଆଲୋଚନା କରିବୁ, ତା'ପରେ ନିଷ୍ପତ୍ତିଗୁଡ଼ିକ ଚୂଡାନ୍ତ ହେବ। ଜନତା ଆମକୁ ଏକ ବଡ଼ ସମର୍ଥନ ଜଣାଇଛନ୍ତି, ଆମେ ସେମାନଙ୍କ ନିକଟରେ ଉତ୍ତରଦାୟୀ।"

କିଏ କେଉଁ ପଦବୀ ପାଇବ, ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ। ଜନତା ଆମକୁ ଭୋଟ୍ ଦେଇଛନ୍ତି ଏବଂ ପ୍ରତିଶ୍ରୁତି ପାଳନ କରିବା ଆମର କର୍ତ୍ତବ୍ୟ ବୋଲି ସିନ୍ଦେ କହିଛନ୍ତି।

Advertisment

ସେ ଆହୁରି କହିଛନ୍ତି ଯେ ବିଗତ ଅଢେଇ ବର୍ଷ ମଧ୍ୟରେ ତାଙ୍କ ସରକାର ନେଇଥିବା ବିକାଶମୂଳକ କାର୍ଯ୍ୟ "ଲଡ଼କି ବେହିନ" ଭଳି ଯୋଜନା ଲୋକମାନଙ୍କ ପାଇଁ ଲାଭଦାୟକ ହୋଇଛି। ଆମେ ଏପରି କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରିଛୁ, ଯାହା ପୂର୍ବରୁ ଲାଗୁ ହୋଇନଥିଲା। ଏହା ମହାରାଷ୍ଟ୍ର ଇତିହାସରେ ରେକର୍ଡ ହୋଇ ରହିବ।

ସିନ୍ଦେ ଆହୁରି କହିଛନ୍ତି, "ମୁଁ ମୋ ଗାଁକୁ ଆସିଛି କାରଣ ମୋତେ ଏଠାକୁ ଆସିଲେ ଖୁସିଲାଗେ। ମୁଁ ଏକ ସାଧାରଣ ପରିବାରରୁ ଆସିଛି ଏବଂ ଲୋକଙ୍କ ଭାବନାକୁ ବୁଝିପାରେ। ସେଥିପାଇଁ ଆମେ ଏକ ଇକୋସିଷ୍ଟମ୍ ସୃଷ୍ଟି କରିଛୁ ଯେଉଁଠାରେ ଗୋଟିଏ ପରିବାରର ପ୍ରତ୍ୟେକ ସଦସ୍ୟ ଆମର ଯୋଜନା ମାଧ୍ୟମରେ କିଛି ଲାଭ ପାଆନ୍ତି।"

କିଏ ରାଜ୍ୟର ମୁଖିଆ ହେବେ, ସେ ଉପରେ ଚାଲିଥିବା କଳ୍ପନା ଜଳ୍ପନା ଉପରେ ପ୍ରତିକ୍ରିୟା ରଖି ସିନ୍ଦେ କହିଛନ୍ତି, "ମୁଖ୍ୟମନ୍ତ୍ରୀ ପଦ ଉପରେ ନିଷ୍ପତ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅମିତ ଶାହ ନିଷ୍ପତ୍ତି ନେବେ। ଶିବସେନା ସେମାନଙ୍କ ନିଷ୍ପତ୍ତିକୁ ସମର୍ଥନ କରିବ। ମୁଁ ପୂର୍ବରୁ ସାମ୍ବାଦିକ ସମ୍ମିଳନୀ କରି ମୋର ଆଭିମୁଖ୍ୟ ସ୍ପଷ୍ଟ କରିଛି।" 

ତାଙ୍କ ଅସୁସ୍ଥତାକୁ ନେଇ ସିନ୍ଦେ କହିଛନ୍ତି, "ବର୍ତ୍ତମାନ ମୋର ସ୍ୱାସ୍ଥ୍ୟ ଭଲ ଅଛି। ମୁଁ ଟିକିଏ ଆରାମ ନେବାକୁ ମୋ ଗାଁକୁ ଆସିଥିଲି। ନିର୍ବାଚନ ସମୟରେ ଟିକିଏ ଅସୁସ୍ଥ ହୋଇ ପଡ଼ିଥିଲି, ସେଥିପାଇଁ।" 

ତେବେ ମହାରାଷ୍ଟ୍ର ବିଜେପି ମୁଖ୍ୟ ଚନ୍ଦ୍ରଶେଖର ବାୱନକୁଲେଙ୍କ ଘୋଷଣା ଅନୁସାରେ, ଡିସେମ୍ବର ୫ରେ ମୁମ୍ବାଇରେ ନୂଆ ସରକାରଙ୍କ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ଏହା ପୂର୍ବରୁ ଡିସେମ୍ବର ୨ରେ ବିଧାୟକଦଳ ବୈଠକ ବସିବ। ବୈଠକରେ ମନ୍ତ୍ରୀପଦ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ହେବ। 

Maharashtra Eknath Shinde Maharashtra Assembly Election