ବିସ୍ଫୋରକ ସ୍ଥିତିରେ ବିଜେଡି: ପୁରୁଖାଙ୍କୁ ନାଲିଆଖି ଦେଖାଇ ସୁଜାତାଙ୍କ ହାତରେ ସଂଗଠନ ଟେକିଦେବେ କି ନବୀନ?

ଦଳର ୨୪ବର୍ଷ ଶାସନର ଅପ୍ରତ୍ୟାଶିତ ଅନ୍ତର ପ୍ରମୁଖ କାରଣ ସାଜିଥିବା ପାଣ୍ଡିଆନଙ୍କୁ ଦୀର୍ଘ ୧୦ମାସ ଧରି ନବୀନ ନିଜ ପାଖରୁ କାହିଁକି ଦୂରେଇପାରୁନାହାନ୍ତି  ଓ ପାଣ୍ଡିଆନଙ୍କୁ କ୍ଲିନଚିଟ୍ ଦେବାକୁ ଯାଇ କିଭଳି ମିଛ କହିବାକୁ ପଛାଉନାହାନ୍ତି ତାହା ଦଳୀୟ ମହଲରେ  ନାନାଦି ଚର୍ଚ୍ଚାକୁ ଖୋରାକ ଯୋଗାଇଥିବାବେଳେ ଦଳୀୟ ସଂଗଠନରେ ପାଣ୍ଡିଆନମାର୍କା ନେତାମାନଙ୍କ ପ୍ରଭାବ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି ।

BJD

ସୁଜାତା (ଫାଇଲ ଫଟୋ)

Ordigital Desk
  • Published: Friday, 11 April 2025
  • Updated: 11 April 2025, 12:50 PM IST

ବିଜେଡି ସାଂସଦମାନେ ଦଳର ନୀତି ବିରୁଦ୍ଧରେ ଯାଇ ୱକଫ୍ ବିଲ୍ ପ୍ରସଙ୍ଗରେ ସଂଖ୍ୟାଲଘୁଙ୍କ ସ୍ୱାର୍ଥ ସହ ସାଲିସ୍ କରିବା ଏବଂ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପୁଣିଥରେ ପାଣ୍ଡିଆନଙ୍କ ପାଇଁ ଢାଲ ସାଜିବାକୁ ନେଇ ବିଜେଡିରେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହୋଇଛି । ନବୀନଙ୍କ ଏଭଳି ଆଭିମୁଖ୍ୟ ଓ ମିଛ ବୟାନକୁ ସହଜରେ ହଜମ କରିପାରୁନାହାନ୍ତି ବିଜେଡିର ଲକ୍ଷଲକ୍ଷ କର୍ମୀ ଓ ନେତା । ଦଳର ୨୪ବର୍ଷ ଶାସନର ଅପ୍ରତ୍ୟାଶିତ ଅନ୍ତର ପ୍ରମୁଖ କାରଣ ସାଜିଥିବା ପାଣ୍ଡିଆନଙ୍କୁ ଦୀର୍ଘ ୧୦ମାସ ଧରି ନବୀନ ନିଜ ପାଖରୁ କାହିଁକି ଦୂରେଇପାରୁନାହାନ୍ତି  ଓ ପାଣ୍ଡିଆନଙ୍କୁ କ୍ଲିନଚିଟ୍ ଦେବାକୁ ଯାଇ କିଭଳି ମିଛ କହିବାକୁ ପଛାଉନାହାନ୍ତି ତାହା ଦଳୀୟ ମହଲରେ  ନାନାଦି ଚର୍ଚ୍ଚାକୁ ଖୋରାକ ଯୋଗାଇଥିବାବେଳେ ଦଳୀୟ ସଂଗଠନରେ ପାଣ୍ଡିଆନମାର୍କା ନେତାମାନଙ୍କ ପ୍ରଭାବ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି ।

ୱକଫ୍ ବିଲ୍ ପ୍ରସଙ୍ଗରେ ବିଜେଡିରେ ସୃଷ୍ଟି ଅରାଜକତା ଓ ମେଳିକୁ ଚପାଇବା ପାଇଁ ନବୀନ ଯେଭଳି ଢଙ୍ଗରେ ବରିଷ୍ଠ ନେତାମାନଙ୍କୁ ନାଲିଆଖି ଦେଖାଇବାକୁ ପ୍ରୟାସ କରିଛନ୍ତି ତାହା ସିଧାସଳଖ ଦଳରେ ପାଣ୍ଡିଆନମାର୍କା ନେତାଙ୍କ ପ୍ରଭାବକୁ ବୃଦ୍ଧି କରାଇଛି ବୋଲି ଜଣାପଡ଼ିଛି । ସାଂଗଠନିକ ନିର୍ବାଚନ ଆଳରେ ପାଣ୍ଡିଆନ ନିଜର ଖାସ୍ ଅନୁଗତଙ୍କ ମାଧ୍ୟମରେ ଜିଲ୍ଲା ସଭାପତି ଓ ଦଳର ଅନ୍ୟ ପ୍ରମୁଖ ପଦପଦବୀକୁ କବଜାରେ ରଖିବାକୁ କସରତ କରୁଥିବା ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି । ଏସବୁ ମଧ୍ୟରେ ଅତ୍ୟନ୍ତ ଗୋପନୀୟତାର ସହ ‘ବିଜେଡିର ଉତ୍ତରାଧିକାରୀ’ ହସ୍ତାନ୍ତର ନିମନ୍ତେ ପ୍ରକ୍ରିୟା ଆରମ୍ଭ ହୋଇଛି ଓ ପାଣ୍ଡିଆନ ପ୍ରଚ୍ଛଦପଟ୍ଟରେ ରହି ତାଙ୍କ ପତ୍ନୀ ସୁଜାତାଙ୍କୁ ବିଜେଡିର ‘ଚେହେରା’ କରାଇବାକୁ ଗୋଟିଚାଳନା କରିଥିବା ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି । ଏପଟେ ପ୍ରଭାତ ମଧ୍ୟ ସିଧାସଳଖ ଅଭିଯୋଗ କରିଛନ୍ତି ଯେ, ପାଣ୍ଡିଆନଙ୍କ ସନ୍ୟାସ କେବଳ ଭେଳିକି । ନବୀନ ନିବାସରେ ରହି ସେ ବିଜେଡିକୁ ନିୟନ୍ତ୍ରଣ କରୁଛନ୍ତି। ‘ପାଣ୍ଡିଆନ ଭଗାଓ’ ଏବେ ତାଙ୍କର ଏକମାତ୍ର ଲକ୍ଷ୍ୟ ହେବ ବୋଲି ସେ ସ୍ପଷ୍ଟ କରିଛନ୍ତି ।

ନବୀନଙ୍କ ନାଲିଆଖି ଓ ମିଛ

ୱକଫ୍ ବିଲ୍ ପ୍ରସଙ୍ଗରେ ବିଜେଡିର ନାଟକୀୟ ଆଭିମୁଖ୍ୟ ପଛରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସନ୍ଦେହଜନକ ଭୂମିକା ଉଜାଗର ହୋଇଛି । ମୁନ୍ନା ଖାଁଙ୍କ ନେତୃତ୍ୱରେ ସଂଖ୍ୟାଲଘୁ ସମ୍ପ୍ରଦାୟର କର୍ମୀମାନେ ନବୀନଙ୍କୁ ଭେଟିବାବେଳେ ସେ ହିଁ ଦଳର ସାଂସଦମାନଙ୍କୁ ‘ବିବେକାନୁମୋଦିତ ନିଷ୍ପତ୍ତି’ ନେବାକୁ କହିଥିବାର ଭିଡିଓ ଏବେ ଭାଇରାଲ ହୋଇଛି । ସଂଖ୍ୟାଲଘୁଙ୍କ ସ୍ୱାର୍ଥ ସହ ସାଲିସ୍ କରି ନବୀନ କାହିଁକି ଅଚାନକ ୟୁଟର୍ଣ୍ଣ ନେଲେ ତା’ର କାରଣ ଏବେବି ରହସ୍ୟାବୃତ୍ତ ହୋଇ ରହିଛି । ଦଳର ସ୍ୱାର୍ଥ ଓ ନୀତି ବିରୁଦ୍ଧରେ ୱକଫ୍ ବିଲ୍ ପ୍ରସଙ୍ଗରେ ସାଂସଦମାନଙ୍କ ଆଭିମୁଖ୍ୟକୁ ବରିଷ୍ଠ ନେତାମାନେ ନାପସନ୍ଦ କରିବା ସହ ଏନେଇ ତଜର୍ମା-ବିଶ୍ଲେଷଣ କରୁଥିବାବେଳେ ନବୀନ ସେମାନଙ୍କୁ ନାଲିଆଖି ଦେଖାଇବା ବିଜେଡିରେ ଏକ ବିଚିତ୍ର ପରିସ୍ଥିତି ସୃଷ୍ଟି କରିଛି ।

Also Read

ବିଜେଡିର ଜଣେ ପ୍ରଭାବଶାଳୀ ନେତାଙ୍କ କହିବା ଅନୁସାରେ, ୱକଫ୍ ବିଲ୍ ପ୍ରସଙ୍ଗରେ ନବୀନ ଯଦି ପ୍ରଥମରୁ ନିଜର ଆଭିମୁଖ୍ୟକୁ ସ୍ପଷ୍ଟ କରିଥାନ୍ତେ ଦଳରେ ଅସନ୍ତୋଷ ଓ ନେତାଙ୍କ ମେଳି ଭଳି କାର୍ଯ୍ୟକ୍ରମ ହେବାର ସମ୍ଭାବନା କ୍ଷୀଣ ଥିଲା । ନବୀନ ହିଁ ଦଳରେ ଦ୍ୱନ୍ଦ୍ୱ ସୃଷ୍ଟି କରିଥିଲେ ଆଉ ପାଣ୍ଡିଆନମାର୍କା ସାଂସଦମାନେ ଯେଭଳି ଢଙ୍ଗରେ ସୋସିଆଲ ମିଡିଆରେ ନିଜର ଜଣେ ସହଯୋଗୀଙ୍କୁ ସମାଲୋଚନା କଲେ ସେଥିରୁ ପାଣ୍ଡିଆନଙ୍କ ଭୂମିକା ଥିବା ଯେକେହି ସନ୍ଦେହ କରିବ । ମାତ୍ର ନବୀନ ନାଲିଆଖି ଦେଖାଇବାକୁ ଯାଇ ଯେଭଳି ଢଙ୍ଗରେ ପ୍ରଭାତ ତ୍ରିପାଠୀଙ୍କୁ ବହିଷ୍କାର କରିଥିବା ନେଇ ଗଣମାଧ୍ୟମକୁ ମିଛ କହିଲେ ଏବଂ ୱକଫ୍ ବିଲ୍ ପ୍ରସଙ୍ଗରେ ଦଳର ଆଭିମୁଖ୍ୟ କ’ଣ ଥିଲା ତାହା ସ୍ପଷ୍ଟ କଲେନି ତାହା ବିଜେଡି ପାଇଁ ବୁମେରାଂ ହୋଇଛି ।

ଦଳର ଲକ୍ଷଲକ୍ଷ କର୍ମୀ ଓ ନେତା ଅନିଶ୍ଚିତତତା ମଧ୍ୟରେ ରହିଛନ୍ତି । ପ୍ରଭାତଙ୍କ ଉପରୁ ନିଜେ ୨୦୧୭ ନଭେମ୍ବର ୧୦ତାରିଖରେ ନିଲମ୍ବନ ପ୍ରତ୍ୟାହାର କରିଥିବା ନବୀନ କାହିଁକି ମିଛ କହିଲେ ତାହା ବି ଅସ୍ପଷ୍ଟ । ଯେଉଁ ନବୀନ ନିଜର ପ୍ରତ୍ୟେକ ଅସ୍ଥି ‘ଧର୍ମନିରପେକ୍ଷ’ ବୋଲି ଦାବି କରୁଥିଲେ ଏବେ କେଉଁ ବାଧ୍ୟବାଧକତା ତାଙ୍କୁ ରାଜ୍ୟର ୧୧ଲକ୍ଷ ମୁସଲିମଙ୍କ ସ୍ୱାର୍ଥ ଓ ଭାବନା ସହ ପ୍ରତାରଣା କରାଇଲା ତାହା ବି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ତା’ଛଡ଼ା ୨୦୨୪ ଜୁନ୍ ୨୪ତାରିଖରେ ସଂସଦୀୟ ଦଳ ବୈଠକରେ ନବୀନ ନିଜେ ଦଳର ସାଂସଦମାନଙ୍କୁ ଆଉ ‘ଏନଡିଏକୁ ପ୍ରସଙ୍ଗଭିତ୍ତିକ ସମର୍ଥନ ବିଜେଡି ଦେବ ନାହିଁ’ ବୋଲି କହିଥିଲେ । ଯାହା ସଂସଦୀୟ ଦଳ ନେତା ସସ୍ମିତ ପାତ୍ର ଗଣମାଧ୍ୟମକୁ ସୂଚନା ଦେଇଥିଲେ । ଏବେ ସେସବୁ ନୀତିଆଦର୍ଶକୁ ଜଳାଞ୍ଜଳି ଦେଇ ବିଜେପିକୁ ସୁହାଇବା ଭଳି ନବୀନ ନିଷ୍ପତ୍ତି ନେଇଛନ୍ତି । ଆଉ ଗୋଟିଏ ମିଛ ଲୁଚାଇବାକୁ ଯାଇ ଏକାଧିକ ମିଛ କହି ନିଜର ଭାବମୂର୍ତ୍ତିରେ କଳଙ୍କର ଦାଗ ଲଗାଇଥିବା ଚର୍ଚ୍ଚା ହେଉଛି । ପ୍ରଭାତଙ୍କୁ ବହିଷ୍କାର କରାଯାଇଥିବା କଥା କହି ନବୀନ ସିଧାସଳଖ ବରିଷ୍ଠ ନେତାମାନଙ୍କୁ ନାଲିଆଖି ଦେଖାଇ ସେମାନଙ୍କ ମେଳି ଓ ବୟାନବାଜି ଉପରେ ପୂର୍ଣ୍ଣଚ୍ଛେଦ ପକାଇବାକୁ ପ୍ରୟାସ କରିଛନ୍ତି । ନବୀନଙ୍କ ଏହି ନାଲିଆଖି ମାଧ୍ୟମରେ ‘ବିଜେଡିର ନେତୃତ୍ୱ ହସ୍ତାନ୍ତର ଓ ଉତ୍ତରାଧିକାରୀ ଚୟନ ମାର୍ଗ’ରେ ଥିବା ପ୍ରତିବନ୍ଧକକୁ ମଧ୍ୟ ସହଜ କରାଇଥିବା ଚର୍ଚ୍ଚା ହେଉଛି ।

ପ୍ରଭାତଙ୍କ ଏକମାତ୍ର ଲକ୍ଷ୍ୟ ପାଣ୍ଡିଆନ ଭଗାଓ

ନବୀନଙ୍କ ବହିଷ୍କାର କଥାକୁ ପ୍ରଭାତ ସିଧାସଳଖ କାଉଣ୍ଟର କରି ସେ ମହାମିଛ କହିଥିବା ସ୍ପଷ୍ଟ କରିଛନ୍ତି । ନବୀନ ତାଙ୍କ ୨୦୧୭ ମସିହାରେ ତାଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର କରିବା ସହ  ୨୦୧୯ ସାଧାରଣ ନିର୍ବାଚନ ଓ ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ଏକାଠି ମଂଚ ଶେୟାର କରିଥିବା ଏବଂ ଭିକେ ପାଣ୍ଡିଆନ ତାଙ୍କୁ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ପ୍ରଶଂସା କରିଥିବାର ଭିଡିଓ ଦେଖାଇ ନବୀନଙ୍କ ଅସଲ ଚେହେରାକୁ ସେ ପଦାରେ ପକାଇଛନ୍ତି । ପାଣ୍ଡିଆନଙ୍କ ସନ୍ୟାସ କେବଳ ଗୋଟିଏ ଭେଳିକି । ନବୀନ ନିବାସରେ ରହି ସେ ବିଜେଡିକୁ ନିୟନ୍ତ୍ରଣ କରୁଛନ୍ତି ଓ ତାଙ୍କୁ ଓଡ଼ିଶାରୁ ହଟାଇବା ଏବେ ତାଙ୍କର ଏକମାତ୍ର ଲକ୍ଷ୍ୟ ବୋଲି ପ୍ରଭାତ ସ୍ପଷ୍ଟ କରିଛନ୍ତି । ୱକଫ୍ ପ୍ରସଙ୍ଗରେ ନବୀନ ନିଜକୁ ବଂଚାଇବା ପାଇଁ ତାଙ୍କୁ ଟାର୍ଗେଟ୍ କରିଥିବା ପ୍ରଭାତ କହିଛନ୍ତି । ଅନ୍ୟପକ୍ଷରେ ପ୍ରଭାତଙ୍କ ଏଭଳି ଆଭିମୁଖ୍ୟ ପରେ ବିଜେଡି ଏକ ସାମ୍ବାଦିକ ସମ୍ମିଳନୀରେ ବ୍ୟକ୍ତିଗତସ୍ତରକୁ ଯାଇ ପ୍ରଭାତଙ୍କ କୁତ୍ସାରଟନା କରିବାକୁ ପଛାଇନାହିଁ ।

ସୁଜାତାଙ୍କ ଏଂଟ୍ରି ପାଇଁ ପାଣ୍ଡିଆନଙ୍କ ଗୋଟିଚାଳନା

ବିଜେଡିର ଉତ୍ତରାଧିକାରୀ ଓଡ଼ିଶାର ଲୋକେ ବାଛିବେ ବୋଲି ନବୀନ ପୂର୍ବରୁ ଏକାଧିକବାର ଦୋହରାଇଛନ୍ତି । କିନ୍ତୁ ଏବେ ପାଣ୍ଡିଆନଙ୍କ ପତ୍ନୀ ସୁଜାତାଙ୍କୁ ବିଜେଡିରେ ସାମିଲ ପାଇଁ ରଣନୀତି ପ୍ରସ୍ତୁତ ହୋଇଛି । ନବୀନଙ୍କ ସମ୍ମତିରେ ପାଣ୍ଡିଆନ ନିଜେ ଏଭଳି ଗୋଟିଚାଳନାକୁ ସଫଳ ରୂପ ଦେଉଥିବା ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି । ସୂତ୍ର ଅନୁସାରେ, ମାର୍ଚ୍ଚ ୧୧ରେ ନବୀନଙ୍କ ଦିଲ୍ଲୀ ରହଣୀ ସମୟରେ ଏହା ଚୂଡ଼ାନ୍ତ ହୋଇଛି । ଦିଲ୍ଲୀର ଏକ ତାରକା ହୋଟେଲରେ ନବୀନ ନିଜର ବଡ଼ଭାଇ, ଓଡ଼ିଶାର ଜଣେ ପ୍ରଭାବଶାଳୀ ଅବସରପ୍ରାପ୍ତ ବିଚାରପତି ଓ ଜଣେ ବରିଷ୍ଠ ଓକିଲଙ୍କ ସମେତ ୨-୩ଜଣ ବନ୍ଧୁମାନଙ୍କ ସହ ଏକାଠି ରାତ୍ରିଭୋଜନ କରିବାବେଳେ ସୁଜାତାଙ୍କୁ ବିଜେଡିର ଉତ୍ତରାଧିକାରୀ କରାଇବା ନିମନ୍ତେ ସହମତି ହୋଇଛି ।

ସୁଜାତାଙ୍କ ପାଇଁ ବିଜେଡିରେ ମାର୍ଗ ପ୍ରଶସ୍ତ କରିବାକୁ ଏବେ ଦଳର ସାଂଗଠନିକ ନିର୍ବାଚନରେ ଜିଲ୍ଲା ସଭାପତି ଓ ରାଜ୍ୟସ୍ତରର ପଦାଧିକାରୀ ଚୟନରେ ପାଣ୍ଡିଆନମାର୍କା ନେତାଙ୍କ ଅନୁଗତମାନଙ୍କୁ ଅଧିକ ଗୁରୁତ୍ୱ ଦିଆଯାଉଥିବା ଜଣାପଡ଼ିଛି । ପାଣ୍ଡିଆନଙ୍କ ଖାସ୍ ଆତ୍ମଘୋଷିତ କ୍ରୀତଦାସ ପ୍ରଣବପ୍ରକାଶ ଦାସ ଓରଫ ବବିଙ୍କୁ ମଧ୍ୟ ଚଳିତ ସାଂଗଠନିକ ନିର୍ବାଚନରେ ପୂର୍ବଭଳି ଗୁରୁଦାୟିତ୍ୱ ମିଳିବା ଏକରକମ ଚୂଡ଼ାନ୍ତ ହୋଇଛି । ନବୀନଙ୍କୁ ନାମକୁ ମାତ୍ର ‘ସଭାପତି’ ପଦରେ ବସାଇ ବବି ଓ ସୁଜାତାଙ୍କ ମାଧ୍ୟମରେ ଦଳକୁ ପାଣ୍ଡିଆନ ନିୟନ୍ତ୍ରଣ କରିବା ଜାରି ରଖିବେ ବୋଲି ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story