Advertisment

ମାହାଙ୍ଗାରୁ ନିର୍ବାଚନ ଲଢ଼ିବେ କି ପୂର୍ବତନ ବାଚସ୍ପତି ଶରତ କରଙ୍କ ପୁଅ ଶୋଭନ

୨୦୨୦ ମସିହାରେ ଭାରତୀୟ ରାଜସ୍ୱ ସେବା (IRS) ଚାକିରିରୁ ଅବସର ନେବା ପରେ ଶୋଭନ ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ସାଙ୍ଗଠନିକ କାର୍ଯ୍ୟ ଓ ସଭାସମିତି କରୁଛନ୍ତି।

ଅଦ୍ୟତନ ହୋଇଛି
undefined

mahanga

Advertisment

ମାହାଙ୍ଗାରୁ ବିଧାନସଭା ନିର୍ବାଚନ ଲଢ଼ିବେ କି ପୂର୍ବତନ ବାଚସ୍ପତି ସ୍ୱର୍ଗତ ଶରତ କରଙ୍କ ସାନପୁଅ ଶୋଭନ କର? ତାଙ୍କୁ ନେଇ ଏବେ ମାହାଙ୍ଗା ଅଞ୍ଚଳରେ ଜୋର ଚର୍ଚ୍ଚା ହେଉଛି। ୨୦୨୦ ମସିହାରେ ଭାରତୀୟ ରାଜସ୍ୱ ସେବା (IRS) ଚାକିରିରୁ ଅବସର ନେବା ପରେ ଶୋଭନ ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ସାଙ୍ଗଠନିକ କାର୍ଯ୍ୟ ଓ ସଭାସମିତି କରୁଛନ୍ତି।

Advertisment

ରବିବାର (ଗତକାଲି) କଟକ ଜିଲ୍ଲା ମାହାଙ୍ଗା ଲଳିତଗିରିରେ ଶରତ ପ୍ରେମୀ ପରିବାରର ଏକ ବନ୍ଧୁ ମିଳନ ହୋଇଥିଲା। ଏଥିରେ ମାହାଙ୍ଗାର ବିଭିନ୍ନ ପଞ୍ଚାୟତର ବହୁ ବରିଷ୍ଠ ନେତା ଓ କର୍ମୀମାନଙ୍କୁ ଦେଖିବାକୁ ମିଳିଥିଲା। ଏହି ଅବସରରେ ଶୋଭନ କହିଥିଲେ ଯେ ସେ ନିର୍ବାଚନ ଲଢ଼ନ୍ତୁ ବୋଲି ମାହାଙ୍ଗାର ଜନସାଧାରଣ ଚାହୁଁଛନ୍ତ। 

ମାହାଙ୍ଗା ମାଟିର ଉନ୍ନତି ଲାଗି ସେ ସର୍ବଦା ଚେଷ୍ଟିତ। ଆଉ ସୁଯୋଗ ମିଳିଲେ ସେ ନିଶ୍ଚୟ ପ୍ରାର୍ଥୀ ଭାବେ ଲଢ଼ିବେ ଓ ଅଞ୍ଚଳବାସୀଙ୍କ ପାଇଁ କାମ କରିବେ ବୋଲି କହିଛନ୍ତି। ତେବେ ସେ କେଉଁ ଦଳରୁ ଲଢିବାକୁ ଆଗ୍ରହୀ ତାହା ସେ ସ୍ପଷ୍ଟ କରି ନାହାନ୍ତି। ସେହିପରି ସେ ରାଜନୀତି କରନ୍ତୁ ଅବା ନ କରନ୍ତୁ ସବୁବେଳେ ମାହାଙ୍ଗା ଲୋକଙ୍କ ସେବା କରିବେ ବୋଲି କହିଛନ୍ତି। 

Advertisment

ମାହାଙ୍ଗାର ବର୍ତ୍ତମାନର ବିଧାୟକ ପ୍ରତାପ ଜେନା ବିଭିନ୍ନ କାରଣକୁ ନେଇ ବିବାଦୀୟ ହୋଇପଡିଛନ୍ତି। ଆଉ ଏହି ସମୟରେ ଶୋଭନ ମାହାଙ୍ଗାରେ ବିଭିନ୍ନ କାର୍ଯ୍ୟକ୍ରମ ଓ ସଭାସମିତି କରିବା ପରେ ତାଙ୍କୁ ନେଇ ଚର୍ଚ୍ଚା ଜୋର୍ ଧରିଛି।

Mahanga Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe