/odisha-reporter/media/post_attachments/uploadimage/library/16_9/16_9_0/Assemble__1732587407.jpg)
Assemble
ଆଜିଠୁ ବିଧାନସଭା ଶୀତ ଅଧିବେଶନ। ୩୦ଟି କାର୍ଯ୍ୟଦିବସ ଥିବା ବେଳେ ପ୍ରଥମ ଦିନରେ ଅତିରିକ୍ତ ବଜେଟ ଆଣିବେ ମୁଖ୍ୟମନ୍ତ୍ରୀ। ମୋହନ ସରକାରଙ୍କ ଦ୍ୱିତୀୟ ଅଧିବେଶନ ଆରମ୍ଭରୁ ସରକାରଙ୍କୁ ଘେରିବାକୁ ତୟାର ବିରୋଧୀ।
Advertisment
ଆମ୍ବଟାକୁଆ ମୃତ୍ୟୁ, ଧାନକିଣା ଅବ୍ୟବସ୍ଥା, ଆଇନଶୃଙ୍ଖଳା ପରିସ୍ଥିତି ବିଗିଡିବା, ଆଦାନୀ ଏବଂ ଗନ୍ଧମାର୍ଦ୍ଦନ ପ୍ରସଙ୍ଗ ଉଠାଇ ସରକାରକୁ ହରଡଘଣାରେ ପକାଇବାକୁ ଯୋଜନା କରିଛନ୍ତି ବିଜେଡି ଓ କଂଗ୍ରେସ।
ଅନ୍ୟପଟେ ବିରୋଧୀଙ୍କ ପ୍ରସଙ୍ଗକୁ କାଉଣ୍ଟର କରିବାକୁ ସଜବାଜ କରିଛି ବିଜେପି। ଗୃହରେ ରାଜ୍ୟ ସରକାରଙ୍କ ୫ ମାସର ଉପଲବ୍ଧି, ନିର୍ବାଚନୀ ପ୍ରତିଶ୍ରୁତି ପୂରଣ ତାଲିକା ରଖିବାକୁ ସ୍ଥିର କରିଛି ବିଜେପି।
Advertisment
ଏହା ସହ ବିଗତ ୨୪ ବର୍ଷ ଧରି ବିଜେଡି ସରକାର ସମୟରେ ହୋଇଥିବା ଦୁର୍ନୀତି ଓ କଳାକାରନାମାର ତାଲିକା ବି ଖୋଲି କାଉଣ୍ଟର କରିବାକୁ ଦଳ ଯୋଜନା କରିଛି। ଗୃହ କାର୍ଯ୍ୟ ଆରମ୍ଭରୁ ଦିବଙ୍ଗତ ସଦସ୍ୟଙ୍କ ପାଇଁ ଶୋକ ପ୍ରସ୍ତାବ ଆଗତ ହେବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
