ବିଧାନସଭାର ଶୀତ ଅଧିବେଶନ ଚଳିତମାସ ୨୧ ତାରିଖରୁ ଆରମ୍ଭ ହେବ । ଏହି ଅଧିବେଶନରେ ଡିସେମ୍ବର ୩୦ତାରିଖ ପର୍ଯ୍ୟନ୍ତ ଚାଲିବ । ଏନେଇ ଶନିବାର ବିଧାନସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି ।
ସୂଚନା ଅନୁସାରେ, ବିଧାନସଭାର ଶୀତ ଅଧିବେଶନରେ ମୋଟ ୩୦ଟି କାର୍ଯ୍ୟଦିବସ ରହିଛି । ଏଥିରେ ୨୪ଟି ସରକାରୀ କାର୍ଯ୍ୟଦିବସ ଓ ୬ଟି ପ୍ରାଇଭେଟ୍ ମେମ୍ବର୍ସ ବିଜିନେସ୍ ପାଇଁ ଉଦ୍ଦିଷ୍ଟ ଅଛି । ଆସନ୍ତାବର୍ଷ ମାର୍ଚ୍ଚ-ଏପ୍ରିଲରେ ସାଧାରଣ ନିର୍ବାଚନ ଥିବାରୁ ଏହି ଶୀତ ଅଧିବେଶନ ବେଶ୍ ଗୁରୁତ୍ୱପୂର୍ଣ୍ଣ ରହିବ । ବିଧାନସଭାର ମୌସୁମୀ ଅଧିବେଶନ ସେପ୍ଟେମ୍ବର ୨୨ରେ ଆରମ୍ଭ ହୋଇ ଅକ୍ଟୋବର ୩ତାରିଖରେ ଶେଷ ହୋଇଥିଲା । ତେବେ ନିର୍ବାଚନ ଥିବାରୁ ଶୀତ ଅଧିବେଶନରେ ୩୦ଦିନ ଗୃହ ଚାଲିବାର ସମ୍ଭାବନା କ୍ଷୀଣ ।
Also Read
ପ୍ରତ୍ୟେକ କ୍ୟାଲେଣ୍ଡର ବର୍ଷରେ ବିଧାନସଭା ଅତିକମରେ ୬୦ଦିନ ବସିବାର ପ୍ରାବଧାନ ରହିଛି । ଏହି ପ୍ରାବଧାନକୁ ପୂରଣ କରିବାକୁ ୩୦ଦିନିଆ ଶୀତ ଅଧିବେଶନର କାର୍ଯ୍ୟସୂଚୀ ଜାରି ହୋଇଛି । ମାତ୍ର ରାଜନୀତିକ ଦଳଗୁଡ଼ିକ ନିର୍ବାଚନୀ ମୁହାଁ ହୋଇସାରିଥିବାରୁ ଶୀତ ଅଧିବେଶନରେ ଗୃହ କାର୍ଯ୍ୟ ଧାର୍ଯ୍ୟ କାର୍ଯ୍ୟସୂଚୀ ଅନୁରୂପ ହୋଇନପାରେ ବୋଲି ଚର୍ଚ୍ଚା ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Politics
ବେଲଗାମ୍ ପ୍ରଶାସନ, ମାନୁନାହାନ୍ତି ସଚିବ: ଦିନଟିଏ ବି ଜିଲ୍ଲା ଗସ୍ତରେ ଯାଇନାହାନ୍ତି ୮ସଚିବ
ଆଇଏଏସ୍ ଅଫିସରମାନେ ଜିଲ୍ଲା ଗସ୍ତରେ ଯାଇ ରାତ୍ରି ରହଣୀ କରିବାରେ ଆଗ୍ରହ ଦେଖାଉନଥିବା, ଏପରିକି ପ୍ରାୟ ୧୦ଜଣ ସଚିବ(ବରିଷ୍ଠ ଆଇଏଏସ) ବିଗତ ୬ମାସ ମଧ୍ୟରେ ଦିନଟିଏ ବି ଜିଲ୍ଲା ଗସ୍ତରେ ଯାଇନଥିବାର ଅଭାବନୀୟ ଚିତ୍ର ପଦାକୁ ଆସିଛି ।

Politics
ଆଉ ନିର୍ବାଚନ ଲଢ଼ିବେ ନାହିଁ ନିରଞ୍ଜନ, ଅନ୍ୟ ବରିଷ୍ଠ ନେତାଙ୍କୁ ଦେଲେ ଇସାରା
ପୂର୍ବତନ ପିସିସି ସଭାପତି ନିରଞ୍ଜନଙ୍କ ବୟାନ ଏଭଳି ସମୟରେ ଆସିଛି ଯେତେବେଳେ କି ଦଳରେ ପୁରୁଖା ନେତାମାନଙ୍କୁ ଏକଜୁଟ କରିବାରେ ବର୍ତ୍ତମାନର ପିସିସି ସଭାପତି ଭକ୍ତଚରଣ ଦାସ ଲାଗି ପଡ଼ିଛନ୍ତି ।

Politics
କମେଡିଆନ କୁନାଲ କାମରାଙ୍କୁ ନେଇ ବିବାଦ: ଅପମାନ ନା ବାକ ସ୍ୱାଧୀନତା?
ନିଜର କମେଡି ପାଇଁ କାହାକୁ କ୍ଷମା ମାଗି ପାରିବେ ନାହିଁ। ଯଦି କୋର୍ଟ କହିବେ, ତା’ହେଲେ ସେ କ୍ଷମା ମାଗିବେ। ନିଜର ଗର୍ଦାର ମନ୍ତବ୍ୟ ପାଇଁ ମଧ୍ୟ କୁନାଲ ଅନୁତପ୍ତ ନୁହନ୍ତି ବୋଲି ପୁଲିସ୍କୁ କହିଛନ୍ତି।

Politics
ଷ୍ଟାଲିନଙ୍କ ସୀମା ପୁନଃ ନିର୍ଦ୍ଧାରଣ ବୈଠକକୁ କାହିଁକି ଆସିଲାନି TMC?
ଜନ ସଂଖ୍ୟା ଆଧାରରେ ସୀମା ପୁନଃନିର୍ଦ୍ଧାରଣ କାର୍ଯ୍ୟକ୍ରମ ୨୦୨୬ରୁ ଆରମ୍ଭ ହେଉଥିବା ବେଳେ ଏହାକୁ ଦକ୍ଷିଣ ଭାରତର ରାଜ୍ୟଗୁଡ଼ିକ ବିରୋଧ କରୁଛନ୍ତି।

Guest Column
ବ୍ୟାଙ୍କ ଖାତାରେ ଭୋଟ୍ ବ୍ୟାଙ୍କ!
ମହିଳା-କୈନ୍ଦ୍ରିକ ଯୋଜନା ଆରମ୍ଭ କରିଥିବା ଓ ନକରିଥିବା ରାଜ୍ୟଗୁଡ଼ିକ ମଧ୍ୟରେ ତୁଳନାତ୍ମକ ବିଶ୍ଳେଷଣରୁ ଜଣାପଡ଼ିଛି ଯେ ଏପରି ଯୋଜନା ଥିବା ରାଜ୍ୟଗୁଡ଼ିକରେ ହାରାହାରି ମହିଳା ଭୋଟରଙ୍କ ସଂଖ୍ୟା ବହୁତ ଅଧିକ। ହାରାହାରି ୧୯ ଗୋଟି ଲାଭାର୍ଥୀ ରାଜ୍ୟରେ ମହିଳା ଭୋଟରଙ୍କ ସଂଖ୍ୟା କ୍ରମାଗତ ବୃଦ୍ଧି ସହିତ ଦେଢ଼ କୋଟି ଛୁଇଁଛି। ଅନ୍ୟପକ୍ଷରେ, ମହିଳା-କୈନ୍ଦ୍ରିକ ଯୋଜନା ନଥିବା ରାଜ୍ୟଗୁଡ଼ିକରେ ମୋଟ ୩୦ ଲକ୍ଷ ବୃଦ୍ଧି ହୋଇଛି।