Odisha Assembly
ଆସନ୍ତା ୨୬ତାରିଖରୁ ଓଡ଼ିଶା ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେବ । ଅଧିବେଶନର ପ୍ରଥମ ଦିନରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପ୍ରଥମ ଅତିରିକ୍ତ ବଜେଟକୁ ରାଜ୍ୟ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥାପିତ କରିବେ । ଏହି ଅଧିବେଶନ ଡିସେମ୍ବର ୩୧ତାରିଖ ପର୍ଯ୍ୟନ୍ତ ମୋଟ ୩୦ଦିନ ଚାଲିବାକୁ କାର୍ଯ୍ୟସୂଚୀ ପ୍ରସ୍ତୁତ ହୋଇଛି ।
ରାଜ୍ୟ ବିଧାନସଭାର କନସଲଣ୍ଟାଣ୍ଟଙ୍କ ଦସ୍ତଖତରେ ଆଜି ବୁଧବାର ଜାରି ବିଜ୍ଞପ୍ତି ଅନୁସାରେ, ସପ୍ତଦଶ ବିଧାନସଭାର ଦ୍ୱିତୀୟ ଅଧିବେଶନ ନଭେମ୍ବର ୨୬ରୁ ଆରମ୍ଭ ହୋଇ ଡିସେମ୍ବର ୩୧ତାରିଖ ପର୍ଯ୍ୟନ୍ତ ଚାଲିବ । ଅଧିବେଶନର ପ୍ରଥମଦିନରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପ୍ରଥମ ଅତିରିକ୍ତ ବଜେଟ୍ ଉପସ୍ଥାପନ ହେବ । ଡିସେମ୍ବର ୨ରୁ ୪ତାରିଖ ପର୍ଯ୍ୟନ୍ତ ଏହି ଅତିରିକ୍ତ ଖର୍ଚ୍ଚଦାବି ଉପରେ ଆଲୋଚନା ହେବ । ଡିସେମ୍ବର ୫ତାରିଖରେ ପ୍ରଥମ ଅତିରିକ୍ତ ବଜେଟକୁ ଗୃହୀତ କରିବା ପାଇଁ ବ୍ୟୟମଞ୍ଜୁରୀ ବିଲ୍ ଉପସ୍ଥାପିତ ଓ ପାରିତ ହେବ ।
ଉଲ୍ଲେଖଯୋଗ୍ୟ, ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ଗତ ଜୁଲାଇ ୨୫ତାରିଖରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଥିଲେ । ଏହାସହିତ ସରକାର ଅଗଷ୍ଟ ମାସ ପାଇଁ ଦ୍ୱିତୀୟ ଲେଖାନୁଦାନକୁ ପାରିତ କରାଇ ନେଇଥିଲେ । ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ତତକାଳୀନ ବିଜେଡି ସରକାର ଗତ ଫେବୃୟାରୀ ମାସରେ ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ୪ମାସ ପାଇଁ ଲେଖାନୁଦାନ ପାରିତ କରାଇଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1694849975.jpg)