Advertisment

‘ଆପଣଙ୍କ ସହଯୋଗ ରହିଲେ ଗଞ୍ଜାମ ଏକ ନମ୍ବର ଜିଲ୍ଲା ହୋଇପାରିବ’, ଗାଦି ହାତେଇବାକୁ ଗେମ୍ ଖେଳିଲେ ନବୀନ

ପଶ୍ଚିମ ଓ ଦକ୍ଷିଣ ଓଡ଼ିଶା ପରେ ଏବେ ନବୀନଙ୍କ ଫୋକସରେ ନିଜ ଜିଲ୍ଲା ଗଂଜାମ।

Naveen Patnaik

Naveen Patnaik

Advertisment

‘ଆପଣଙ୍କ ସହଯୋଗ ଜାରି ରହିଲେ ଗଞ୍ଜାମ ଓ ହିଞ୍ଜିଳିର ବିକାଶ ହେବ। ଗଞ୍ଜାମ ରାଜ୍ୟର ଏକ ନମ୍ବର ଜିଲ୍ଲା ହୋଇପାରିବ।’ ଗଞ୍ଜାମର କବିସୂର୍ଯ୍ୟନଗର, ହିଂଜିଳିକାଟୁ ଓ ଛତ୍ରପୁରରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକଙ୍କୁ ଏହା କହିଛନ୍ତି। ତେବେ କ’ଣ ଏହା ବୁଝାଯିବ ଯେ ୨୨ ବର୍ଷ କ୍ଷମତାରେ ରହିବା ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ନିଜ ନିର୍ବାଚନ ମଣ୍ଡଳି କିମ୍ବା ଜିଲ୍ଲାର ବିକାଶ କରିପାରିନାହାନ୍ତି। ଆସନ୍ତା ନିର୍ବାଚନରେ ପୁଣି ଗାଦି ହାତେଇବାକୁ ରାଜନୈତିକ ଭାଷଣବାଜି କରିଛନ୍ତି କି?

Advertisment

ପଶ୍ଚିମ ଓ ଦକ୍ଷିଣ ଓଡ଼ିଶା ପରେ ଏବେ ନବୀନଙ୍କ ଫୋକସରେ ନିଜ ଜିଲ୍ଲା ଗଂଜାମ। ଆଜି କବିସୂର୍ଯ୍ୟନଗର, ହିଂଜିଳିକାଟୁ ଓ ଛତ୍ରପୁରରେ ତିନି ତିନିଟି ସଭା କରି ନବୀନ ବହୁ କୋଟି ଟଙ୍କାର ଉନ୍ନୟନ ପ୍ରକଳ୍ପର ଶୁଭାରମ୍ଭ କରି ଗଂଜାମ ଜିଲ୍ଲାକୁ ୧ ନମ୍ବର କରିବାକୁ ଆହ୍ୱାନ ଦେଇଛନ୍ତି। ହେଲେ ଏହାକୁ କିନ୍ତୁ ଭିନ୍ନ ନଜରରେ ଦେଖିଛି ବିଜେପି। ଜିଲ୍ଲାରେ ଚରମ ସୀମାରେ ଥିବା ଦଳୀୟ ଗୋଷ୍ଠୀ କନ୍ଦଳ ପ୍ରଶମିତ କରିବାକୁ ସରକାରୀ କାର୍ଯ୍ୟକ୍ରମ ଆଳରେ ନବୀନ
ନିର୍ବାଚନୀ ସଭା କରୁଥିବା ବିଜେପି ଅଭିଯୋଗ ଆଣିଥିବାବେଳେ ବିଜେଡି କିନ୍ତୁ ଏହାକୁ ସିଧାସଳଖ ଖଣ୍ଡନ କରିଛି।

ତେବେ ସେ ଯାହା ବି ହେଉ, ବିଜେଡି ମୁଖିଆଙ୍କ ଏହି ସଭା ଦେଖି ଲାଗୁଥିଲା ଯେମିତି ନିର୍ବାଚନ କ୍ୟାମ୍ପେନ୍ ଚାଲିଛି। ଆସନ୍ତା ୨୦୨୪ ଇଲେକ୍ସନ ପୂର୍ବରୁ ମାରାଥନ ଗଂଜାମ ଗସ୍ତରେ ଯାଇ ନବୀନ ଆଜି ଜିଲ୍ଲା ପାଇଁ ୧୯୫୨ କୋଟିର ଉନ୍ନୟନମୂଳକ କାର୍ଯ୍ୟର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏଥିସହିତ ମିଶନ ଶକ୍ତି ମହିଳାଙ୍କୁ ବିନା ସୁଧରେ ଋଣ ଓ ସହାୟତା ପ୍ରଦାନ ଏବଂ ହିତାଧିକାରୀଙ୍କୁ ଘରଡିହ ପଟ୍ଟା ବାଣ୍ଟିଥିଲେ। ଏହି ଅବସରରେ ଗଂଜାମକୁ ଦେଶର ଏକ ନମ୍ବର ଜିଲ୍ଲା ଭାବେ ପରିଣତ କରିବାକୁ ଆହ୍ୱାନ ଦେଇଥିଲେ ମୁଖ୍ୟମନ୍ତ୍ରୀ।

Advertisment

ତେବେ ନବୀନଙ୍କ ଫୋକସରେ ବିଜେଡିର ଗଡ଼ ଗଂଜାମ କାହିଁକି ? କୁହାଯାଉଛି ଗଂଜାମ ଜିଲ୍ଲାର ୧୩ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଅଧିକାଂଶ ସ୍ଥାନରେ ବିଜେଡିର ଗୋଷ୍ଠୀ କନ୍ଦଳ ଜଳ ଜଳ ଦିଶୁଛି। ଛତ୍ରପୁରରେ ବିଧାୟକ ସୁବାସ ବେହେରାଙ୍କ ବିରୋଧରେ ଖୋଲାଖୋଲି ମନ୍ତବ୍ୟ ରଖୁଛନ୍ତି ପୂର୍ବତନ ଉପନଗରପାଳ ଲକ୍ଷ୍ମୀଚରଣ ପାଢୀ ଓ ପୂର୍ବତନ ବିଧାୟକ ପ୍ରିୟାଂଶୁ ପ୍ରଧାନ।

ସେହିପରି ଦିଗପହଣ୍ଡିରେ ବାରମ୍ବାର ନିର୍ବାଚିତ ହୋଇଆସିଥିବା ସୂର୍ଯ୍ୟ ପାତ୍ର ଏବଂ ଆଗକୁ ସେଠାରୁ ଟିକଟ ଆଶା ରଖିଥିବା ସୂର୍ଯ୍ୟଙ୍କ ପୁଅ ବିପ୍ଲବ
ପାତ୍ରଙ୍କ ପାଇଁ କଣ୍ଟା ହୋଇଛନ୍ତି ଦିଗପହଣ୍ଡିର ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ବିପିନ ଚନ୍ଦ୍ର ପ୍ରଧାନ। ତେଣୁ ଏସବୁ ସ୍ଥାନରେ ଦଳୀୟ ଅନ୍ତଃକନ୍ଦଳ ଯେପରି ଭୋଟରଙ୍କ ଉପରେ ନପଡ଼େ ସେଥିପାଇଁ ସରକାରୀ କାର୍ଯ୍ୟକ୍ରମ ଆଳରେ ମୁଖ୍ୟମନ୍ତ୍ରୀ ଦଳୀୟ ସଭା କରୁଥିବା ଅଭିଯୋଗ ଆଣିଛନ୍ତି ରାଜ୍ୟ ବିଜେପି ଉପସଭାପତି ଭୃଗୁ ବକ୍ସିପାତ୍ର।

ଯାହାର ଜବାବ ରଖି ମନ୍ତ୍ରୀ ଶ୍ରୀକାନ୍ତ ସାହୁ କହିଛନ୍ତି ଗଂଜାମ ବିଜେଡିରେ କୌଣସି କନ୍ଦଳ ନାହିଁ, ନବୀନ ଯାହାକୁ ଟିକେଟ୍ ଦେବେ ସେ ଜିତିବ।

ଏବେ ଦେଖିବାର କଥା ନବୀନଙ୍କ ଗସ୍ତ ପରେ କେତେ ପ୍ରଶମିତ ହେଉଛି ଗଂଜାମ ଜିଲ୍ଲାରେ ବିଜେଡି ଗୋଷ୍ଠୀ କନ୍ଦଳ।

Naveen Patnaik Bjd Politics Naveen Govt. Odisha Politics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe