Advertisment

ଶତ୍ରୁ ନଥିଲେ ଜୀବନଟା ଭଲ ଲାଗେନି, କାହାକୁ ଓ କାହିଁକି ଏମିତି କହିଲେ ଜୟନାରାୟଣ

ସେମାନେ ଦୀର୍ଘ ଜୀବୀ ହୁଅନ୍ତୁ। ଆଉ ଅପମାନିତ ହୁଅନ୍ତୁ। ଏହା ମୁଁ ଚାହୁଁଛି ବୋଲି କହିଛନ୍ତି ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର।

author-image
Jitendra Garnayak
ଅଦ୍ୟତନ ହୋଇଛି
Jayanarayan Mishra

Jayanarayan Mishra

‘ମୁଁ ମୋ ଶତ୍ରୁକୁ ମାରି ଦେବାକୁ କେବେ ଚାହେଁନି। ଶତ୍ରୁ ଦୀର୍ଘାୟୁ ହୁଅନ୍ତୁ। ଶତ୍ରୁ ନଥିଲେ ଜୀବନଟା ଭଲ ଲାଗେନି। ମିତ୍ରର ଯେତିକି ଆବଶ୍ୟକତା ଅଛି, ଶତ୍ରୁର ବି ସେତିକି ଆବଶ୍ୟକତା ଅଛି।’ ବିଜେଡି ଉଦ୍ଦେଶ୍ୟରେ ଆଜି ଏହି କଥା କହିଛନ୍ତି ବିଜେପିର ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର।

Advertisment

ବିଜେଡି ନେତାମାନେ ବିଜେପିରେ ଯୋଗ ଦେଉଥିବା ପ୍ରସଙ୍ଗରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଜବାବରେ ଜୟନାରାୟଣ କହିଥିଲେ, ସେମାନେ (ବିଜେଡି ନେତୃତ୍ୱ) ନିଜ ନେତାଙ୍କୁ ଅଟକାନ୍ତୁ। ସେମାନେ (ବିଜେଡି ନେତାମାନେ) ଦେଖୁଛନ୍ତି ଯେ ବିଜେଡିରେ ଆଉ କିଛି ଭବିଷ୍ୟତ ନାହିଁ। ତେଣୁ ସେମାନେ ଆମ ଦଳକୁ ଆସିବା ସ୍ୱାଭାବିକ କଥା। କଂଗ୍ରେସ ବିରୋଧୀମାନେ ବିଜେପି ପତକା ତଳେ ଏକଜୁଟ ହେଉଛନ୍ତି। କଂଗ୍ରେସ କିମ୍ବା ବିଜେପି ମଧ୍ୟରୁ ଗୋଟିକୁ ବାଛିବାକୁ ପଡ଼ିବ। ତେଣୁ ସେମାନେ ବିଜେପିକୁ ବାଛୁଛନ୍ତି।

ସେ କହିଛନ୍ତି, ଭଗବାନ କରନ୍ତୁ, ସେମାନଙ୍କ ପାଖରେ ଲୋକ ରୁହନ୍ତୁ। ଦଳଟା (ବିଜେଡି) ଭାଙ୍ଗି ଗଲେ ମୋତେ ଖରାପ ଲାଗିବ। ଦଳଟା ଥାଉ। ସେମାନେ ବି ଦୀର୍ଘ ଜୀବୀ ହୁଅନ୍ତୁ। ଆଉ ଅପମାନିତ ହୁଅନ୍ତୁ। ଏହା ମୁଁ ଚାହୁଁଛି। ମୁଁ ମୋ ଶତ୍ରୁକୁ ମାରି ଦେବାକୁ କେବେ ଚାହେଁନି। ଶତ୍ରୁ ଦୀର୍ଘାୟୁ ହୁଅନ୍ତୁ। ଶତ୍ରୁ ନଥିଲେ ଜୀବନଟା ଭଲ ଲାଗେନି। ମିତ୍ରର ଯେତିକି ଆବଶ୍ୟକତା ଅଛି ଶତ୍ରୁର ବି ସେତିକି ଆବଶ୍ୟକତା ଅଛି।

Advertisment

ଯିଏ ଆସିବାକୁ ଚାହିଁବେ, ସେମାନଙ୍କୁ ସ୍ୱାଗତ କରିବୁ। ବିଜେପି ଚାହୁଁନି ବିଜେଡିକୁ ଶୂନ କରିବାକୁ। ହୁଇସିଲ ଫୁଙ୍କିଲେ ବିଜେଡି ଗୁଣ୍ଡ ହୋଇଯିବ। ଗୋଟିଏ ଲୋକ ରହିବେନି। କେବଳ ନବୀନ ପଟ୍ଟନାୟକ ଓ ପାଣ୍ଡିଆନ ଥିବେ। ହୁଏତ ନବୀନ ପଟ୍ଟନାୟକ ବି ପଳେଇ ଆସିପାରନ୍ତି। କିନ୍ତୁ ବିଜେପି ହୁଇସିଲ ଫୁଙ୍କିବନି।

ଅନ୍ୟପକ୍ଷରେ ଜୟନାରାୟଣ ମିଶ୍ରଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ଦେଇ ବିଜେଡି ବିଧାୟକ ସାରଦା ଜେନା କହିଛନ୍ତି, ବିଜେପି ଆଉ ଲୋକପ୍ରିୟତା ଯୋଗୁ ନିର୍ବାଚନ ଜିତୁନି। ବିଜେପି ଗଫଲାତି କରି ନିର୍ବାଚନ ଜିତିବାକୁ ଚେଷ୍ଟା କରୁଛି। ସେହି ଗଫଲାତିର ଗୋଟିଏ ରୂପ ହେଉଛି ଅନ୍ୟ ଦଳକୁ ବିଭାଜିତ କରିବା। ତାହା ବିଜେପିର ଏଜେଣ୍ଡା। ଯେତେ ସୁବିଧାବାଦୀ ନେତା ବିଜେଡି ଛାଡ଼ିବେ, ଦଳ ସେତିକି ଶକ୍ତିଶାଳୀ ହେବ। ଆଉ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ସେତିକି ଶାଣିତ ହେବ। ଯେଉଁ ସୁବିଧାବାଦୀମାନେ ଦଳ ଛାଡ଼ିବାର ସମ୍ଭାବନା ଅଛି, ସେମାନେ ଯେତେଶୀଘ୍ର ଛାଡ଼ିବେ ବିଜେଡି ପାଇଁ ସେତେ ଭଲ।

BjD Bjp Jayanarayan Mishra