Advertisment

ନିର୍ବାଚନୀ ମୈଦାନରେ ସ୍ୱାମୀ, ବିଜୟ ପାଇଁ ଝାଳ ବୁହାଉଛନ୍ତି ସ୍ତ୍ରୀ

ଖରାକୁ ନ ଡରି ଗାଁ ଗାଁ ଓ ଘର ଘର ବୁଲି ସ୍ତ୍ରୀମାନେ କରୁଛନ୍ତି ପ୍ରଚାର।

author-image
Jitendra Garnayak
Meghana and Shubhrajyoti

Meghana and Shubhrajyoti

ନିର୍ବାଚନ ପାଇଁ ସାରା ଦେଶରେ ପ୍ରାର୍ଥୀମାନେ ଜୋରସୋରରେ କରୁଛନ୍ତି ପ୍ରଚାର। ଆମ ରାଜ୍ୟରେ ମଧ୍ୟ ସମାନ ଅବସ୍ଥା। ପ୍ରଚାର ମୈଦାନରେ ଝାଳ ବୁହାଉଛନ୍ତି ପ୍ରାର୍ଥୀ। ଅନେକ ସ୍ଥାନରେ ଦେଖିବାକୁ ମିଳିଛି ପ୍ରାର୍ଥୀଙ୍କ ପତ୍ନୀମାନେ କରୁଛନ୍ତି ପ୍ରଚାର। ଖରାକୁ ନ ଡରି ଗାଁ ଗାଁ ଓ ଘର ଘର ବୁଲି ସେମାନେ କରୁଛନ୍ତି ପ୍ରଚାର।

Advertisment

ଯାଜପୁର ଜିଲ୍ଲା କୋରେଇରୁ ପ୍ରାର୍ଥୀ ହୋଇଛନ୍ତି ବିଜେଡି ଛାଡ଼ି ବିଜେପିରେ ମିଶିଥିବା ଆକାଶ ଦାସ ନାୟକ। ସେ ଖୁବ୍ ପରିଶ୍ରମ କରୁଥିବା ବେଳେ ତାଙ୍କ ପତ୍ନୀ ଶୁଭ୍ରଜ୍ୟୋତି ମଧ୍ୟ ଗଳିକନ୍ଦି ବୁଲି କରୁଛନ୍ତି ପ୍ରଚାର। କୋରେଇର ସ୍ୱାଭିମାନ ଓ ସମ୍ମାନର କଥା କହି ସ୍ୱାମୀଙ୍କ ପାଇଁ ସେ ମାଗୁଛନ୍ତି ଭୋଟ୍।

କୋରାପୁଟରେ କଂଗ୍ରେସ ସାଂସଦ ପ୍ରାର୍ଥୀ ସପ୍ତଗିରି ଉଲ୍ଲାକାଙ୍କୁ ସାଥ୍ ଦେଉଛନ୍ତି ପତ୍ନୀ ପୂଜା ଉଲ୍ଲାକା। ନିର୍ବାଚନ ମଣ୍ଡଳୀର ଗାଁକୁ ଗାଁ ଯାଇ ସେ ଜାରି ରଖିଛନ୍ତି ପ୍ରଚାର। ଜୟପୁର ବିଧାନସଭା ଆସନ ପାଇଁ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ତାରା ପ୍ରସାଦ ବାହିନୀପତିଙ୍କ ପାଇଁ ଷ୍ଟାର ପ୍ରଚାରକ ସାଜିଛନ୍ତି ତାଙ୍କ ପତ୍ନୀ ତଥା ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ମୀନାକ୍ଷି ବାହିନୀପତି। ଖରାକୁ ଖାତିର ନକରି ଜୟପୁର ନିର୍ବାଚନ ମଣ୍ଡଳୀର ସବୁ ସ୍ଥାନରେ ସେ ଚଲାଇଛନ୍ତି ପ୍ରଚାର।

Advertisment

ନିର୍ବାଚନୀ ପ୍ରଚାର ମୈଦାନରେ ପଛରେ ପଡ଼ି ଯାଇ ନାହାନ୍ତି ବଲାଙ୍ଗିର ରାଜ ପରିବାରର ବୋହୂ। ବିଜେଡି ବିଧାୟକ ପ୍ରାର୍ଥୀ କଳିକେଶ ନାରାୟଣ ସିଂହଦେଓଙ୍କ ପତ୍ନୀ ମେଘନା ରାଣା ସିଂହଦେଓଙ୍କୁ ଏବେ ସ୍ୱାମୀଙ୍କ ସହ ଦେଖିବାକୁ ମିଳୁଛି। ନାମାଙ୍କନ ଶୋଭାଯାତ୍ରାରୁ ସଭା ସମିତି ସବୁଠି ତାଙ୍କୁ ସ୍ୱାମୀଙ୍କ ସହିତ ଦେଖିବାକୁ ମିଳିଛି। ପୁଣି ଏକା ଏକା ଡୋର ଟୁ ଡୋର୍ କ୍ୟାମ୍ପେନ ବି କରୁଛନ୍ତି।

ସେହିଭଳି ବଲାଙ୍ଗିର ବିଧାନସଭା ଆସନ ପାଇଁ ବିଜେପିରୁ ପ୍ରାର୍ଥୀ ହୋଇଥିବା ଗୋପାଳଜୀ ପାଣିଗ୍ରାହୀଙ୍କ ପତ୍ନୀ ପଲ୍ଲବିନୀ ମଧ୍ୟ ଓହ୍ଲାଇଛନ୍ତି ପ୍ରଚାର ମୈଦାନକୁ। ସେ ପଡ଼ାକୁ ପଡ଼ା ବୁଲି ତାଙ୍କ ସ୍ୱାମୀଙ୍କୁ ଭୋଟ୍ ଦେବାକୁ ଭୋଟରଙ୍କୁ ଅନୁରୋଧ କରୁଛନ୍ତି।

ବୌଦ୍ଧର ମୁଣ୍ଡଫଟା ଖରାକୁ ଖାତିର ନକରି ସ୍ୱାମୀ ତଥା ବିଜେପି ପ୍ରାର୍ଥୀ ସରୋଜ ପ୍ରଧାନଙ୍କ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ପତ୍ନୀ ସ୍ନେହଲତା ପ୍ରଧାନ। ତାଙ୍କ ସ୍ୱାମୀଙ୍କ ବିପକ୍ଷରେ ଅଛନ୍ତି ବିଜେଡି ନେତା ତଥା ହେଭିୱେଟ୍ ପ୍ରଦୀପ ଅମାତ୍। ତେଣୁ ପ୍ରଚାରର ମଙ୍ଗ ଧରି ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ସରୋଜଙ୍କ ବ୍ଲକ୍ ଅଧ୍ୟକ୍ଷା ପତ୍ନୀ ସ୍ନେହଲତା। ସେହିଭଳି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରରେ ବିଜେଡି ପ୍ରାର୍ଥୀ ତଥା ପୂର୍ବତନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କୁ ଜିତାଇବାକୁ ଦିନ ରାତି ଏକ କରି ଦେଇଛନ୍ତି ପତ୍ନୀ ବିଷ୍ଣୁପ୍ରିୟା ବେହେରା। 

2024 General Election Loka Sabha Election 2024 Odisha Assembly Election 2024