Advertisment

ବନ୍ୟାଞ୍ଚଳ ବୁଲୁଥିଲେ ବିଧାୟକ, ମହିଳା ବଜାଇ ଦେଲେ ଶକ୍ତ ଚାପୁଡ଼ା

ବନ୍ୟା ପାଣି ଘେରରେ ଥିବା ଅଞ୍ଚଳ ପରିଦର୍ଶନ କରିବାକୁ ଯାଇଥିବା ଜଣେ ବିଧାୟକଙ୍କୁ ଏପରି କହି ସର୍ବସମ୍ମୁଖରେ ଶକ୍ତ ଚଟକଣି ବଜାଇ ଦେଲେ ଜଣେ ମହିଳା।

author-image
Niharika Rout
MLA on Spot

MLA on Spot

‘ଆମେ ପାଣିରେ ଉବୁଟୁବୁ ହେଉଛୁ, ତୁମେ କ’ଣ ଦେଖିବାକୁ ଆସିଛ । ’ ବନ୍ୟା ପାଣି ଘେରରେ ଥିବା ଅଞ୍ଚଳ ପରିଦର୍ଶନ କରିବାକୁ ଯାଇଥିବା ଜଣେ ବିଧାୟକଙ୍କୁ ଏପରି କହି ସର୍ବସମ୍ମୁଖରେ ଶକ୍ତ ଚଟକଣି ବଜାଇ ଦେଲେ ଜଣେ ମହିଳା। ଏପରି ଏକ ଘଟଣା ହରିୟାଣାରେ ଘଟିଛି।

Advertisment

ଏହି ଘଟଣା ଗତକାଲିର ହୋଇଥିବା ବେଳେ ମହିଳାଜଣକ ଜନନାୟକ ଜନତା ପାର୍ଟି(JJP) ‍ବିଧାୟକ ଇଶ୍ୱର ସିଂଙ୍କୁ ଶକ୍ତ ଚାପୁଡ଼ା ବଜାଇଛନ୍ତି। ହରିୟାଣାର ଘାଗର ନଦୀରେ ଏବେ ବନ୍ୟା ପାଣି ପ୍ରବାହିତ ହେଉଥିବା ବେଳେ ବହୁ ଲୋକ ବନ୍ୟା ପାଣି ଘେରରେ ରହିଛନ୍ତି।

ଗତକାଲି ବିଧାୟକ ଜଣକ ନିଜ ବିଧାନସଭା କ୍ଷେତ୍ର ଘୁଲା ଅଞ୍ଚଳରେ ବନ୍ୟା ସ୍ଥିତି ଦେଖିବାକୁ ଯାଇଥିଲେ। ସେତେବେଳେ ସେ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରୁଥିବା ବେଳେ ମହିଳାଜଣକ ଏପରି କାଣ୍ଡ ଘଟାଇଥିବା ଜଣାଯାଇଛି।

Advertisment

ଘୁଲା ଅଞ୍ଚଳରେ ଏକ ଛୋଟ ବନ୍ଧ ହୋଇଥିବାରୁ ନଦୀ ପାଣି ତାହା ଅତିକ୍ରମ କରି ସ୍ଥାନୀୟ ଅଞ୍ଚଳରେ ପ୍ରବେଶ କରିଥିବା ମହିଳାଜଣକ କହିଥିଲେ। ଏପରିକି ବିଧାୟକଜଣକ ଚାହିଁଥିଲେ ଏହି ସମସ୍ୟାର ସମାଧାନ କରିପାରିଥାନ୍ତେ, ହେଲେ ଏହାକୁ ଗୁରୁତର ସହ ନେଇ ନ ଥିବାରୁ ଆମେ ସମସ୍ୟା ଭୋଗୁଛୁ ବୋଲି ମହିଳାଜଣକ ଅଭିଯୋଗ କରିଛନ୍ତି। ଏପରିକି ଏଥିଯୋଗୁ ସ୍ଥାନୀୟ ଲୋକେ ନାହିଁ ନ ଥିବା ହୀନସ୍ତା ହେଉଥିବା ବେଳେ ବିଧାୟକ କେବଳ ବୁଲି ଆସିଲେ ସମସ୍ୟା ସମାଧାନ ହେବନି ବୋଲି ସେ ଯୁକ୍ତି ବାଢ଼ିଥିଲେ। ଏହାକୁ ନେଇ ଉତ୍ତ୍ୟକ୍ତ ଅବସ୍ଥାରେ ଥିବା ମହିଳାଜଣକ ବିଧାୟକଙ୍କୁ ଚାପୁଡ଼ା ବଜାଇଥିବା କହିଛନ୍ତି।

ମହିଳାଙ୍କ ଏପରି ଆଚରଣରେ ବିଧାୟକଜଣକ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ନାହିଁ ବୋଲି କହିଛନ୍ତି। ମୁଁ ତାଙ୍କୁ କ୍ଷମା କରିଦେଇଛି ବୋଲି ସେ କହିଛନ୍ତି।

ଘାଗରା ନଦୀରେ ବନ୍ୟା ଜଳ ପ୍ରବାହିତ ହେବାରୁ ପଞ୍ଜାବ ଓ ହରିୟାଣାର ବହୁ ଅଞ୍ଚଳ କିଛି ଦିନ ହେବ ଜଳମଗ୍ନ ହୋଇ ଯାଇଛି।

Flood Situation Haryana News