ମହିଳା କାର୍ଡ: ଶ୍ରେୟ ଆଶା ମଉଳିଲା, ୨୩ ବର୍ଷରେ ୨୩ ନେତ୍ରୀ ବି ତିଆରି କରିପାରିନି ବିଜେଡି

ଦୀର୍ଘ ୨୩ ବର୍ଷ ଧରି ରାଜ୍ୟରେ କ୍ଷମତାସୀନ ବିଜେଡି ଇତି ମଧ୍ୟରେ ୫ଟି ବିଧାନସଭା ନିର୍ବାଚନ ଲଢ଼ିଥିଲେ ମଧ୍ୟ କୌଣସି ଗୋଟିଏ ନିର୍ବାଚନରେ ବି ଏପର୍ଯ୍ୟନ୍ତ ୨୦ରୁ ଅଧିକ ମହିଳାଙ୍କୁ ବିଧାୟକ ପ୍ରାର୍ଥୀ କରିବାର ସାହାସ ଜୁଟାଇ ପାରିନି କି ନିଜ ଦଳର ୨୩ ନେତ୍ରୀଙ୍କୁ ବି ବିଧାନସଭା ନିର୍ବାଚନ ଲଢ଼ିବା ଯୋଗ୍ୟ କରାଇପାରିନି ।

BJD

ମଝିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ(ଫାଇଲ ଫଟୋ)

Ordigital Desk
  • Published: Tuesday, 19 September 2023
  • Updated: 19 September 2023, 09:22 PM IST

Sports

Latest News

 ସଂସଦର ସ୍ୱତନ୍ତ୍ର ଅଧିବେଶନରେ ଆଜି ନୂଆ ସଂସଦ ଭବନରେ ପ୍ରଥମ ଦିନରେ ନରେନ୍ଦ୍ର ମୋଦି ସରକାର ନାରୀ ଶକ୍ତି ବନ୍ଦନ ବିଲ୍ ନାଁରେ ମହିଳା ସଂରକ୍ଷଣ ବିଲକୁ ଲୋକସଭାରେ ଉପସ୍ଥାପନ କରିଛନ୍ତି । ମହିଳାଙ୍କ ପାଇଁ ଉଭୟ ବିଧାନସଭା ଓ ଲୋକସଭାରେ ୩୩ ପ୍ରତିଶତ ସଂରକ୍ଷଣକୁ ସୁନିଶ୍ଚିତ କରିବାକୁ ମୋଦି ସରକାର ଆଜି ଏହି ବିଲ୍ ଆଣିବା ପରେ ମହିଳା ସଶକ୍ତିକରଣକୁ ନେଇ କୁମ୍ଭୀରକାନ୍ଦଣା କାନ୍ଦୁଥିବା ଶାସକ ବିଜେଡିର ଶ୍ରେୟ ନେବା ଆଶା ମଉଳି ଯାଇଛି । ବିଜେପି ନିଜର ନିର୍ବାଚନୀ ପ୍ରତିଶ୍ରୁତି ଅନୁସାରେ ଦୀର୍ଘ ୨୫ବର୍ଷରୁ ଅଧିକ ସମୟ ଧରି ଏହି ସଂରକ୍ଷଣ ପାଇଁ ପ୍ରୟାସ ଜାରି ରଖିଥିବାବେଳେ ସଂସଦରେ ମହିଳା ସଂରକ୍ଷଣ ବିଲ୍ ଆଗତର ଶ୍ରେୟ ବିଜେଡି ଓ ନବୀନ ପଟ୍ଟନାୟକଙ୍କ ପ୍ରୟାସକୁ ନିଶ୍ଚିତ ମିଳିବା ଉଚିତ୍ ବୋଲି ବରିଷ୍ଠ ବିଜେଡି ଉପସଭାପତି ପ୍ରମିଳା ମଲ୍ଲିକ କହିଛନ୍ତି ।

ବିଜେଡିର ଅନ୍ୟତମ ଉପସଭାପତି ଦେବୀପ୍ରସାଦ ମିଶ୍ର ମଧ୍ୟ ସମାନ କଥା ଦୋହରାଇଛନ୍ତି। ତେବେ ଦୀର୍ଘ ୨୩ ବର୍ଷ ଧରି ରାଜ୍ୟରେ କ୍ଷମତାସୀନ ବିଜେଡି ଇତି ମଧ୍ୟରେ ୫ଟି ବିଧାନସଭା ନିର୍ବାଚନ ଲଢ଼ିଥିଲେ ମଧ୍ୟ କୌଣସି ଗୋଟିଏ ନିର୍ବାଚନରେ ବି ଏପର୍ଯ୍ୟନ୍ତ ୨୦ରୁ ଅଧିକ ମହିଳାଙ୍କୁ ବିଧାୟକ ପ୍ରାର୍ଥୀ କରିବାର ସାହାସ ଜୁଟାଇ ପାରିନି କି ନିଜ ଦଳର ୨୩ ନେତ୍ରୀଙ୍କୁ ବି ବିଧାନସଭା ନିର୍ବାଚନ ଲଢ଼ିବା ଯୋଗ୍ୟ କରାଇପାରିନି । ଯଦିଓ ବିଜେଡି ୨୦୧୯ ସାଧାରଣ ନିର୍ବାଚନର ଠିକ୍ ପୂର୍ବରୁ ମହିଳା କାର୍ଡ ଖେଳି ୨୦୧୮ ନଭେମ୍ବର ୨୧ରେ ବିଧାନସଭାରେ ସଂକଳ୍ପ ପାରିତ ସହ ବିଭିନ୍ନ ରାଜନୀତିକ ଦଳ ମୁଖ୍ୟଙ୍କୁ ଭେଟି ମହିଳା ସଂରକ୍ଷଣ ସପକ୍ଷରେ ସହମତିର ଭେଳିକି  ଦେଖାଇଥିଲା ।

ସୂଚନା ଅନୁସାରେ, ବିଜେପି ନିଜର ନିର୍ବାଚନୀ ଇସ୍ତାହାରେ ମହିଳା ସଂରକ୍ଷଣ ପାଇଁ ପ୍ରତିଶ୍ରୁତି ଦେଇ ୧୯୯୮ ମସିହାରୁ ବାଜପେୟୀ ସରକାର ସମୟରୁ ପ୍ରୟାସ କରି ଆସୁଥିଲା । ଏବେ ମୋଦି ସରକାରଙ୍କ ପ୍ରୟାସ ଯୋଗୁ ଚଳିତଥର ମହିଳା ସଂରକ୍ଷଣ ବିଲ୍ ଗୃହୀତ ହେବାର ସମ୍ଭାବନା ଅଧିକ ରହିଛି । ତେବେ ଜନଗଣନା ରିପୋର୍ଟ ଓ ନିର୍ବାଚନମଣ୍ଡଳୀ ସୀମା ପୁନଃନିର୍ଦ୍ଧାରଣ ହେବାପରେ ହିଁ ଏହି ଲୋକସଭା ଓ ବିଧାନସଭା ନିର୍ବାଚନରେ ୩୩ ପ୍ରତିଶତ ମହିଳା ସଂରକ୍ଷଣ ଲାଗୁ ହେବ ।

Also Read

୨୦୨୪ ସାଧାରଣ ନିର୍ବାଚନରେ ଏହି ମହିଳା ସଂରକ୍ଷଣ ଲାଗୁ ହେବାର ସମ୍ଭାବନା ନାହିଁ କହିଲେ ଚଳେ । ତେବେ ଆଜି ଲୋକସଭାରେ ମହିଳା ସଂରକ୍ଷଣ ବିଲ୍ ଉପସ୍ଥାପନ ହେବାପରେ ବିଜେଡି ଉପସଭାପତି ତଥା ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଗଣମାଧ୍ୟମକୁ ବୟାନ ଦେଇ କହିଛନ୍ତି ଯେ, ଲୋକସଭାରେ ମହିଳା ସଂରକ୍ଷଣ ବିଲ୍ ଉପସ୍ଥାପନ ହେବାର ଶ୍ରେୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମିଳିବା ଉଚିତ୍ । ସମାଜରେ ମହିଳାମାନଙ୍କ ସାମଗ୍ରିକ ଉନ୍ନତି ପାଇଁ ସେ ସବୁବେଳେ କାର୍ଯ୍ୟ କରୁଛନ୍ତି ଓ ଏବେ ତାଙ୍କର ସ୍ୱପ୍ନ ପୂରଣ ହୋଇଛି । ବିଜୁବାବୁ ମୁଖ୍ୟମନ୍ତ୍ରୀ ଥିବାବେଳେ ମହିଳାଙ୍କୁ ରାଜନୀତିରେ ସୁଯୋଗ ଦେଇଥିଲେ ଓ ତାଙ୍କ ପୁଅ ନବୀନବାବୁ ଏହି ପ୍ରକ୍ରିୟାକୁ ଆଗେଇ ନେଇଛନ୍ତି ବୋଲି ଶ୍ରୀମତୀ ମଲ୍ଲିକ କହିଛନ୍ତି । ଦଳର ବରିଷ୍ଠ ଉପସଭାପତି ଦେବୀପ୍ରସାଦ ମିଶ୍ର କହିଛନ୍ତି ଯେ, ୨୦୧୯ ଲୋକସଭା ନିର୍ବାଚନରେ ବିଜେଡି ୩୩ ପ୍ରତିଶତ ମହିଳାଙ୍କୁ ପ୍ରାର୍ଥୀ କରିଥିଲା । ବିଜେଡି ସରକାର ପଂଚାୟତ ଓ ପୌର ନିର୍ବାଚନରେ ୫୦ ପ୍ରତିଶତ ସିଟ୍ ମହିଳାଙ୍କ ପାଇଁ ସଂରକ୍ଷଣ କରିଛନ୍ତି ବୋଲି ଶ୍ରୀ ମିଶ୍ର କହିଛନ୍ତି ।

ତେବେ ମହିଳା ସଂରକ୍ଷଣ ବିଲର ଶ୍ରେୟ ନେବାକୁ ପ୍ରୟାସ ଜୋରଦାର କରିଥିବା ବିଜେଡି ଇତିମଧ୍ୟରେ ୫ଟି ବିଧାନସଭା ନିର୍ବାଚନର ସମ୍ମୁଖୀନ ହୋଇଥିଲେ ବି କୌଣସି ଗୋଟିଏ ନିର୍ବାଚନରେ ୧୫ପ୍ରତିଶତ ମହିଳାଙ୍କୁ ପ୍ରାର୍ଥୀ କରିବାର ସାହାସ ଜୁଟାଇ ପାରିନି । ୨୦୧୯ ବିଧାନସଭା ନିର୍ବାଚନ ପୂର୍ବରୁ ୩୩ ପ୍ରତିଶତ ମହିଳା ସଂରକ୍ଷଣ କଥା କହି ମହିଳା ଭୋଟରଙ୍କୁ ଆକୃଷ୍ଟ ପାଇଁ ଉଦ୍ୟମ କରିଥିବା ବିଜେଡି ମାତ୍ର ୨୦ଜଣ ମହିଳା(୧୩.୬୦%)ଙ୍କୁ ନିର୍ବାଚନ ମଇଦାନକୁ ଓହ୍ଲାଇବାରେ ସକ୍ଷମ ହୋଇଥିଲାବେଳେ କଂଗ୍ରେସ ୧୨ଜଣ ଓ ବିଜେପି ୧୦ଜଣ ମହିଳା ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲାଇଥିଲେ ।

ସେହିପରି ୨୦୧୪ ବିଧାନସଭା ନିର୍ବାଚନରେ ବିଜେଡି ୧୫ଜଣ, ବିଜେପି ୧୦ଜଣ ଓ କଂଗ୍ରେସ ୮ଜଣ ମହିଳା ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲାଇଥିଲା । ୨୦୦୯ ବିଧାନସଭା ନିର୍ବାଚନରେ ବିଜେଡି ୭ଜଣ, କଂଗ୍ରେସ ୧୨ଜଣ ଓ ବିଜେପି ୧୧ଜଣ ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲାଇବାରେ ସକ୍ଷମ ହୋଇଥିଲେ। ୨୦୧୯, ୨୦୧୪ ଓ ୨୦୦୯ ନିର୍ବାଚନରେ ବିଧାନସଭାକୁ ଯଥାକ୍ରମେ ମୋଟ ୧୪ଜଣ(ଜଣେ ବିଜେପି), ୧୨ଜଣ(ଜଣେ ବିଜେପି) ଓ ୭ଜଣ(ଜଣେ କଂଗ୍ରେସ) ବିଧାୟିକା ନିର୍ବାଚିତ ହୋଇ ଆସିଥିଲେ । ଅବଶ୍ୟ ୨୦୧୯ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ୮ଟି ବିଧାନସଭା ଉପନିର୍ବାଚନ ହୋଇଛି ଓ ୪ଜଣ ମହିଳା ପ୍ରାର୍ଥୀ ନିର୍ବାଚିତ ହୋଇ ଆସିଛନ୍ତି । ଏଭଳି ଭାବେ ବର୍ତ୍ତମାନର ଷୋଡ଼ଶ ବିଧାନସଭାରେ ମୋଟ ମହିଳା ବିଧାୟିକାଙ୍କ ସଂଖ୍ୟା ୧୮ରେ ପହଂଚିଛି । ଏଥିରେ କେବଳ ଜଣେ ବିଜେପି ବିଧାୟିକା(କୁସୁମ ଟେଟେ) ଅଛନ୍ତି । ଓଡ଼ିଶା ବିଧାନସଭାରେ ମହିଳାଙ୍କ ପ୍ରତିନିଧିତ୍ୱ ୨୦୦୦-୦୪(୯.୫୨%) ୨୦୦୪-୦୯(୮.୧୬%), ୨୦୦୯-୧୪(୪.୭୬%) ଥିବାବେଳେ ୨୦୧୪-୧୯(୮.୧୬%) ଓ ୨୦୧୯-୨୪( ୧୨.୨୪%) ରହିଛି । ୨୦୦୦ ମସିହାରେ ବିଧାନସଭାରେ ୧୪ଜଣ ମହିଳା ବିଧାୟିକା ଥିବାବେଳେ ଏହି ସଂଖ୍ୟା ଚଳିତ ବିଧାନସଭାରେ ୧୮ରେ ପହଂଚିଛି । ରାଜ୍ୟରେ କ୍ଷମତାରେ ଥାଇ ମଧ୍ୟ ବିଜେଡି ମହିଳାଙ୍କ ପ୍ରାର୍ôଥତ୍ୱ ବୃଦ୍ଧି ଦିଗରେ ଆନ୍ତରିକତା ଦେଖାଇ ନଥିବାରୁ ୨୦୦୪,୨୦୦୯,୨୦୧୪ ବିଧାନସଭା ନିର୍ବାଚନରେ ଅଧିକ ସଂଖ୍ୟକ ମହିଳା ପ୍ରାର୍ôଥୀ ହୋଇପାରିନଥିବା ଜଣାପଡ଼ିଛି ।

୩୩ ପ୍ରତିଶତ ସଂରକ୍ଷଣ କାର୍ଯ୍ୟକ୍ଷମ ହେଲେ ୧୪୭ସଦସ୍ୟ ବିଶିଷ୍ଟ ଓଡ଼ିଶା ବିଧାନସଭାରେ ୪୯ଟି ସିଟ୍ ମହିଳାଙ୍କ ପାଇଁ ସଂରକ୍ଷିତ ରହିବ । ଏତେ ସଂଖ୍ୟକ ମହିଳା ପ୍ରାର୍ଥୀଙ୍କୁ ଯୋଗାଡ଼ କରିବା ଓଡ଼ିଶାରେ ୩ ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପାଇଁ ନିଶ୍ଚିତ ମୁଣ୍ଡବ୍ୟଥା ବଢ଼ାଇବ । ତେବେ ରାଜ୍ୟରେ ଦୀର୍ଘ ୨୩ବର୍ଷ ଧରି କ୍ଷମତାରେ ଥାଇ ଓ ଦୀର୍ଘ ଦଶନ୍ଧି ଧରି ମହିଳା କାର୍ଡ ଖେଳୁଥିବା ବିଜେଡି କାହିଁକି ବିଧାନସଭା ନିର୍ବାଚନରେ ଆଖିଦୃଶିଆ ମହିଳା ପ୍ରାର୍ଥୀ ଦେଇପାରୁନି ତାହା ହିଁ ଦଳର ନୀତି ଓ ଉଦ୍ଦେଶ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ୨୦୧୯ ଲୋକସଭା ନିର୍ବାଚନରେ ୩୩ ପ୍ରତିଶତ (୭ଜଣ) ମହିଳା ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲାଇଥିବାର ବାହାବା ନେଉଥିବା ବିଜେଡି ଯଦି ବାସ୍ତବରେ ମହିଳାଙ୍କ ସଶକ୍ତିକରଣର ଶ୍ରେୟ ନେବାକୁ ଚାହୁଁଛି ତା’ହେଲେ ୨୦୨୪ ବିଧାନସଭା ନିର୍ବାଚନରେ ୩୩ ପ୍ରତିଶତ ମହିଳାଙ୍କୁ ପ୍ରାର୍ଥୀ କରି ଏକ ଉଦାହରଣ ସୃଷ୍ଟି କରୁ ବୋଲି ସାଧାରଣରେ ଚର୍ଚ୍ଚା । ଅବଶ୍ୟ ଦଳ ଏବେ କିଛି ନେତାଙ୍କ ପରିବର୍ତ୍ତେ ସେମାନଙ୍କ ପତ୍ନୀମାନଙ୍କୁ ମଇଦାନକୁ ଓହ୍ଲାଇବାର ରଣନୀତି ଉପରେ କାର୍ଯ୍ୟ କରୁଛି ବୋଲି ଜଣାପଡ଼ିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story