Advertisment

ପାଣ୍ଡିଆନଙ୍କ ସଭା ଜଗିଛନ୍ତି ଧଳା ପୋଷାକଧାରୀ; ଲେଖାଅଛି 5T, ହାତରେ ଅଛି ଠେଙ୍ଗା

ଆଜି 5T ସଚିବଙ୍କର ଯାଜପୁର ଜିଲ୍ଲାର ବ୍ୟାସନଗର ଚାନ୍ଦମା ଖେଳପଡ଼ିଆରେ କାର୍ଯ୍ୟକ୍ରମ ରହିଛି। ଆଜି 5T ସଚିବଙ୍କର ଯାଜପୁର ଜିଲ୍ଲାର ବ୍ୟାସନଗର ଚାନ୍ଦମା ଖେଳପଡ଼ିଆରେ କାର୍ଯ୍ୟକ୍ରମ ରହିଛି।

ଅଦ୍ୟତନ ହୋଇଛି
Protest

Protest

Advertisment

ବଦଳିଲା କି  5T ସଚିବ ଭି.କେ ପାଣ୍ଡିଆନଙ୍କ ସୁରକ୍ଷାକର୍ମୀଙ୍କ ପୋଷାକ ? କିଛିଦିନ ତଳେ 5T ସଚିବଙ୍କ ସୁରକ୍ଷାକର୍ମୀ ପିଙ୍କ୍ ଓ ବ୍ଲୁ ପିନ୍ଧି ଚର୍ଚ୍ଚାକୁ ଆସିଥିଲା ବେଳେ ଏବେ ପୁଣି ପାଣ୍ଡିଆନଙ୍କ ସଭା ଜଗିଛନ୍ତି ଧଳା ପୋଷାକଧାରୀ। ଡ୍ରେସରେ ଲେଖାଯାଇଛି  5T। ହାତରେ ଧରିଛନ୍ତି ଠେଙ୍ଗା। ଏହି ଯୁବକମାନେ କଂଗ୍ରେସ କର୍ମୀଙ୍କୁ 5T ସଚିବଙ୍କ ସଭାକୁ ନ ଯିବାକୁ  ଅଟକାଉଛନ୍ତି। ତେବେ ଏହି ଯୁବକ ମାନେ କିଏ? ସେମାନେ 5T ସଚିବଙ୍କ ସୁରକ୍ଷା କର୍ମୀ ନା ଆଉ କିଏ। ସେମାନେ କାହିଁକି ସଭାସ୍ଥଳକୁ ଆସିଥିଲେ। ସେମାନଙ୍କୁ କିଏ ଡାକିଥିଲା, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ। ହେଲେ ଯୁବକମାନେ ଯେପରି କଂଗ୍ରେସ କର୍ମୀଙ୍କୁ କିଳା ଧରି ସଭାସ୍ଥଳକୁ ନ ଯିବାକୁ ଅଟକାଉଛନ୍ତି , ତାହା ଦେଖିବା ପରେ ସେମାନେ ସୁରକ୍ଷା ଦାୟିତ୍ୱରେ ଥିବା ଜଣାପଡ଼ୁଛି।

Advertisment

ଆଜି 5T ସଚିବଙ୍କର ଯାଜପୁର ଜିଲ୍ଲାର ବ୍ୟାସନଗର ଚାନ୍ଦମା ଖେଳପଡ଼ିଆରେ କାର୍ଯ୍ୟକ୍ରମ ରହିଛି। ହେଲେ  କଂଗ୍ରେସ ପକ୍ଷରୁ 5T ସଚିବଙ୍କ ଗସ୍ତକୁ ବିଭିନ୍ନ ସ୍ଥାନରେ ବିରୋଧ କରାଯାଇଥିଲା। ଚାନ୍ଦମା ଖେଳପଡ଼ିଆରେ 5T ସଚିବଙ୍କ ସଭା ଚାଲିଥିବା ବେଳେ ଯୁବ କଂଗ୍ରେସ କର୍ମୀମାନେ ପାଣ୍ଡିଆନ ବିରୋଧୀ ନାରା ଦେଇ ହାତରେ ପ୍ଲା କାର୍ଡ କରି ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ପୁଲିସ ସେମାନଙ୍କୁ ଅଟକାଇବାର ଦେଖିବାକୁ ମିଳିଥିଲା।

ଏହା ସହ କିଛି ଯୁବକ 5T ଲେଖାଥିବା ଧଳା ପୋଷାକ ପିନ୍ଧି ଠେଙ୍ଗା ଧରି କଂଗ୍ରେସ କର୍ମୀଙ୍କୁ ଅଟକାଉଥିଲେ। କେତେକ ଯୁବକଙ୍କ ମୁହଁରେ ଧଳା କପଡ଼ା ବନ୍ଧା ଯାଇଥିବା ବେଳେ ଆଉ କେତେ ଜଣ ମାକ୍ସ ଲଗାଇଥିଲେ। ତେବେ ଏହି ଯୁବକ ମାନେ କିଏ ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Advertisment

5T ସଚିବ ଭି.କେ ପାଣ୍ଡିଆନଙ୍କ ଗସ୍ତକୁ ବିଭିନ୍ନ ସ୍ଥାନରେ ବିରୋଧ କରାଯାଉଥିବା ବେଳେ ଆଜି ଯାଜପୁରରେ ସମାନ ସ୍ଥିତି ଦେଖିବାକୁ ମିଳିଥିଲା। ପ୍ରଥମେ ଚୋର୍ଦ୍ଦା ଛକରେ ମହିଳା କଂଗ୍ରେସ କର୍ମୀମାନେ କଳା ଶାଢ଼ୀ ପିନ୍ଧି ପ୍ରତିବାଦ କରିବା ସହ ନାରାବାଜି କରିଥିଲେ। ପୁଲିସ ମହିଳା କର୍ମୀଙ୍କୁ ରୋକିବାରୁ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହାସହ ମହିଳା କର୍ମୀମାନେ ପାଣ୍ଡିଆନ ଗୋ ବ୍ୟାକ୍ ନାରା ଦେଇ ରାସ୍ତା ଉପରେ ବସିଥିଲେ। ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡାଙ୍କ ନେତୃତ୍ୱରେ ମହିଳା କଂଗ୍ରେସ ପ୍ରତିବାଦ କରିଥିଲା।

Congress Jajpur V.k Pandian
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe