Advertisment

ଲୋକସଭା ପରେ ରାଜ୍ୟସଭାରେ ମହିଳା ସଂରକ୍ଷିତ ବିଲ୍‌ ପାସ୍‌

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାଖକୁ ଅନୁମୋଦନ ପାଇଁ ଯିବ। ସେ ଏହା ଉପରେ ମୋହର ମାରିବା କ୍ଷଣି ନାରୀ ଶକ୍ତି ବନ୍ଦନ ଅଧିନିୟମ ଆଇନରେ ପରିଣତ ହୋଇଯିବ।

ଅଦ୍ୟତନ ହୋଇଛି
RS

RS

Advertisment

ଆଇନରେ ପରିଣତ ହେବା ଦିଗରେ ଆଉ ପାଦେ ଆଗେଇଛି ମହିଳା ସଂରକ୍ଷଣ ବିଲ୍। ଲୋକସଭା ପରେ ରାଜ୍ୟସଭାରେ ପାରିତ ହୋଇଛି ନାରୀ ଶକ୍ତି ବନ୍ଦନ ଅଧିନିୟମ। ଦୀର୍ଘ ୧୧ ଘଣ୍ଟାର ବିତର୍କ ପରେ ସର୍ବସମ୍ମତିକ୍ରମେ ଏହି ବିଲ୍‌ ପାରିତ ହୋଇଥିଲେ ହେଁ ବିରୋଧୀ ଏହାର ପ୍ରାବଧାନ ଉପରେ ଅନେକ ପ୍ରଶ୍ନ କରିଥିଲେ।

Advertisment

ଏଥିସହ ବିଲ୍‌ରେ ଥିବା ବ୍ୟବସ୍ଥାକୁ ତୁରନ୍ତ ଲାଗୁ କରିବା ଓ ଓବିସି ବର୍ଗଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବା ପାଇଁ ଯୁକ୍ତି ବାଢ଼ିଥିଲେ। ତଥାପି ସରକାର ବିଲ୍‌ରେ କୌଣସି ପ୍ରକାରର ସଂଶୋଧନ କରି ନାହାନ୍ତି। ଲୋକସଭା ଭଳି ରାଜ୍ୟସଭାରେ ମଧ୍ୟ ସର୍ବସମ୍ମତିକ୍ରମେ ଏହା ପାସ ହୋଇଛି। ବିଲ୍ ସପକ୍ଷରେ ୨୧୪ ଭୋଟ ପଡ଼ିଥିବା ବେଳେ ବିପକ୍ଷରେ ଶୂନ ରହିଛି। 

ବୁଧବାର ଲୋକସଭାରେ ଏହି ବିଲ୍‌କୁ ଉପସ୍ଥାପନ କରାଯାଇଥିଲା। ପ୍ରାୟ ୮ ଘଣ୍ଟାର ବିତର୍କ ପରେ ବିଲ୍‌ ପାସ୍‌ ହୋଇଥିଲା। ବିଲ୍‌ ସପକ୍ଷରେ ୪୫୪ ଖଣ୍ଡ ଭୋଟ ପଡ଼ିଥିବା ବେଳେ କେବଳ ୨ ଜଣ ଏହାକୁ ବିରୋଧ କରିଥିଲେ। ଲୋକସଭାରେ ପାରିତ ହୋଇଥିବାରୁ ଆଜି ରାଜ୍ୟସଭାରେ ଏହାକୁ ଆଗତ କରାଯାଇଥିଲା।

Advertisment

ରାଜ୍ୟସଭାରେ ବିରୋଧୀ ଦଳଗୁଡ଼ିକ ବିଲ୍‌ରେ ଓବିସି ସଂପ୍ରଦାୟ ଓ ସଂଖ୍ୟାଲଘୁ ସଂପ୍ରଦାୟର ମହିଳାଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ନଥିବାରୁ ଏହା ଉପରେ ପ୍ରଶ୍ନ ଉଠାଇଥିଲେ। ବିଲ୍‌ରେ ଲୋକସଭା ଓ ରାଜ୍ୟ ବିଧାନସଭାରେ ମହିଳାଙ୍କ ପାଇଁ ୩୩% ଆସନ ସଂରକ୍ଷିତ ହୋଇ ରହିବ ବୋଲି କୁହାଯାଇଛି।

କିନ୍ତୁ ଏହା ୨୦୨୯ ନିର୍ବାଚନ ପୂର୍ବରୁ ଲାଗୁ ହେବାର ସମ୍ଭାବନା ନାହିଁ। କାରଣ ସରକାର କହିଛନ୍ତି ଯେ ସୀମା ପୁନଃ ନିର୍ଦ୍ଧାରଣ ଓ ଜନ ଗଣନା ପରେ ହିଁ ବିଲ କାର୍ଯ୍ୟକାରୀ ହେବ। ୨୦୨୬ ପୂର୍ବରୁ ଜନଗଣନା ହେବାର ନାହିଁ। ତେଣୁ ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ସରକାର ଏପରି ଏକ ଭେଳିକି ଦେଖାଉଛନ୍ତି ବୋଲି ବିରୋଧୀ ଅଭିଯୋଗ କରିଥିଲେ।

କଂଗ୍ରେସ ସାଂସଦ ମଲ୍ଲିକାର୍ଜୁନ ଖଡଗେ ବିଲ୍‌ରେ ଆଜି ହିଁ ସଂଶୋଧନ କରିବାକୁ ଦାବି କରିଥିଲେ। ତଥାପି ସରକାର ବିଲ୍‌ ସପକ୍ଷରେ ମତ ରଖିବା ସହ ନିର୍ବାଚନ ପରେ ଜନଗଣନା ଓ ସୀମା ପୁନଃ ନିର୍ଦ୍ଧାରଣ କରାଯିବ ବୋଲି ଦୋହରାଇଥିଲେ। ବିଜେପି ପକ୍ଷରୁ ଅର୍ଥମନ୍ତ୍ରୀ ନିର୍ମଳ ସୀତାରମଣ ଶେଷରେ ପକ୍ଷ ରଖି ବିଲ୍‌କୁ ସପକ୍ଷର ସମସ୍ତେ ଏକାଠି ମତ ରଖିବା ଦରକାର ବୋଲି କହିଥିଲେ।

ସେ କହିଥିଲେ ଯେ ସମ୍ବିଧାନରେ ଓବିସି ସଂପ୍ରଦାୟର ନିର୍ବାଚନ ସଂରକ୍ଷଣ ପାଇଁ କୌଣସି କଥା କୁହାଯାଇନି। କିନ୍ତୁ ଏସସି ଓ ଏସ୍‌ଟିଙ୍କ ସଂରକ୍ଷଣ ବ୍ୟବସ୍ଥା କଥା କୁହାଯାଇଛି। ତେଣୁ ଓବିସିଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ହୋଇନାହିଁ। 

ସୀତାରମଣଙ୍କ ପରେ ରାଜ୍ୟସଭା ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ ଖଡଗେ ନିଜର ପକ୍ଷ ରଖି ଓବିସି ସଂପ୍ରଦାୟଙ୍କ ସଂରକ୍ଷଣ ପାଇଁ ବିଲ୍‌ ଆଣିବାକୁ କହିଥିଲେ। ଶୀତ ଅଧିବେଶନରେ ସେ ବିଲ୍‌ ଆଣିବାକୁ ଅନୁରୋଧ କରିଛନ୍ତି। 

ସବୁଠାରୁ ଶେଷରେ ଆଇନମନ୍ତ୍ରୀ ଅର୍ଜୁନ ରାମ ମେଘୱାଲା ପକ୍ଷ ରଖିଥିଲେ। ସେ ବିଲ୍‌ରେ ଭାଗ ନେଇଥିବା ସଦସ୍ୟମାନଙ୍କୁ ଧନ୍ୟବାଦ ଦେଇଥିଲେ। ଏଥିସହ ବିଲ୍‌କୁ ସମର୍ଥନ କରିଥିବାରୁ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ। ମେଘୱାଲାଙ୍କ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ରାଜ୍ୟସଭାରେ ମତ ରଖିଥିଲେ। 

ସେ କହିଛନ୍ତି, ଦୁଇ ସଦନରେ ୧୩୨ ଜଣ ସଦସ୍ୟ ବିତର୍କରେ ସାମିଲ ହୋଇ ନିଜର ପକ୍ଷ ରଖିଛନ୍ତି। ସମେସ୍ତେ ରଖିଥିବା ଯୁକ୍ତି ଆମକୁ ଭବିଷ୍ୟତରେ ସହାୟତା କରିବ। ବିଲ୍‌କୁ ସମର୍ଥନ କରିଥିବାରୁ ସବୁ ସଦସ୍ୟଙ୍କୁ ଧନ୍ୟବାଦ ଜଣାଉଛି। ଏଥିସହ ସର୍ବସମ୍ମତିକ୍ରମେ ସମସ୍ତେ ବିଲ୍‌କୁ ସମର୍ଥନ କରନ୍ତୁ ବୋଲି ସେ କହିଥିଲେ। 

ଏହାପରେ ଭୋଟିଂ ହୋଇଥିଲା ଓ ବିଲ ରାଜ୍ୟସଭାରେ ପାରିତ ହୋଇଥିଲା। ଏବେ ଏହା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାଖକୁ ଅନୁମୋଦନ ପାଇଁ ଯିବ। ସେ ଏହା ଉପରେ ମୋହର ମାରିବା କ୍ଷଣି ନାରୀ ଶକ୍ତି ବନ୍ଦନ ଅଧିନିୟମ ଆଇନରେ ପରିଣତ ହୋଇଯିବ।

Women Empowerment Parliament New Parliament Building Rajya Sabha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe