Advertisment

ଆଇନରେ ପରିଣତ ହେଲା ମହିଳା ସଂରକ୍ଷଣ, କେବେ ଲାଗୁ ହେବ?

୨୦୨୯ ପୂର୍ବରୁ ଏଥିରେ ଥିବା ବ୍ୟବସ୍ଥା ଲାଗୁ ହୋଇପାରିବ ନାହିଁ।

BJP

BJP

Advertisment

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମୋହର ପରେ ସଂସଦରେ ପାରିତ ହୋଇଥିବା ଐତିହାସିକ ମହିଳା ସଂରକ୍ଷିତ ବିଲ୍‌ ଆଜି ଆଇନରେ ପରିଣତ ହୋଇ ଯାଇଛି। ସର୍ବସମ୍ମତିକ୍ରମରେ ମହିଳା ସଂରକ୍ଷଣ ବିଲ୍‌ ବା ନାରୀ ଶକ୍ତି ବନ୍ଦନ ଅଧିନିୟମ ଉଭୟ ଲୋକସଭା ଓ ରାଜ୍ୟସଭାରେ ପାରିତ ହୋଇଥିଲା।

Advertisment

ମହିଳା ସଂରକ୍ଷଣ ବିଲକୁ ପାରିତ କରିବା ପାଇଁ କେନ୍ଦ୍ର ସରକାର ସ୍ୱତନ୍ତ୍ର ଅଧିବେଶନ ମଧ୍ୟ ଡାକିଥିଲେ। ସଂସଦର ନୂଆ ବିଲଡିଂରେ ପ୍ରଥମ ବିଲ୍ ଭାବେ ଏହାକୁ ଆଗତ କରାଯାଇଥିଲା। ଉଭୟ ସଦନରେ ଏହା ଉପରେ ୧୫୦ରୁ ଅଧିକ ସଦସ୍ୟ ନିଜର ମତ ରଖିଥିଲେ। ଏହାପରେ ଏହି ବିଲ୍‌ ପାରିତ ହୋଇଥିଲା।

ଆଜି ରାଷ୍ଟ୍ରପତି ମୁର୍ମୁ ଏହି ବିଲକୁ ମଞ୍ଜୁରୀ ଦେବାରୁ ଏହା ଆଇନରେ ପରିଣତ ହୋଇଯାଇଛି। ମହିଳାଙ୍କ ପାଇଁ ଲୋକସଭା ଓ ରାଜ୍ୟ ବିଧାନସଭାରେ ୩୩% ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ଏଥିରେ ରହିଛି। ରାଷ୍ଟ୍ରପତିଙ୍କ ପାଖକୁ ଏହି ବିଲ ପଠାଇବା ପୂର୍ବରୁ ଆଜି ଉପ ରାଷ୍ଟ୍ରପତି ତଥା ରାଜ୍ୟସଭାର ଅଧ୍ୟକ୍ଷ ଜଗଦୀପ ଧନକର ଏହା ଉପରେ ମୋହର ମାରିଥିଲେ।

Advertisment

ମହିଳା ସଂରକ୍ଷଣ ଆଇନରେ ପରିଣତ ହୋଇଥିଲେ ମଧ୍ୟ ଏହା ନିକଟ ଭିବଷ୍ୟତରେ ଲାଗୁ ହେବାର ସମ୍ଭାବନା କମ। ୨୦୨୯ ପୂର୍ବରୁ ଏଥିରେ ଥିବା ବ୍ୟବସ୍ଥା ଲାଗୁ ହୋଇପାରିବ ନାହିଁ। ୨୦୨୯ ନିର୍ବାଚନ ବେଳକୁ ହିଁ ମହିଳା ସଂରକ୍ଷଣ ବ୍ୟବସ୍ଥା ଲାଗୁ ହୋଇପାରେ। ବିଲ୍‌ ଆଇନରେ ପରିଣତ ହୋଇଥିଲେ ମଧ୍ୟ ମହିଳାଙ୍କ ପାଇଁ ଥିବା ସଂରକ୍ଷଣ ବ୍ୟବସ୍ଥା କେବଳ ନିର୍ବାଚନ ମଣ୍ଡଳୀ ପୁର୍ନଗଠିତ ହେବା ପରେ ଲାଗୁ ହେବ।

ପରବର୍ତ୍ତୀ ଜନଗଣନା ପରେ ନିର୍ବାଚନ ମଣ୍ଡଳୀ ପୁର୍ନଗଠିତ ହେବ। ୨୦୨୬ କିମ୍ବା ୨୦୨୭ରେ ଯାଇ ଦେଶରେ ଜନଗଣନା କରାଯିବ। ୨୦୨୧ରେ ଦେଶରେ ଜନଗଣନା ହେବାର ଥିଲା। କିନ୍ତୁ କରୋନା ଯୋଗୁ ଏହା ସମ୍ଭବ ହୋଇ ପାରି ନଥିଲା।

ଏବେ ୨୦୨୭ରେ ଜନଗଣନା କରିବାକୁ ଯୋଜନା ହୋଇଛି। ୨୦୨୭ରେ ଜନଗଣନା ହେବା ପରେ ୨୦୨୯ ନିର୍ବାଚନ ବେଳକୁ ମହିଳା ସଂରକ୍ଷଣ ବ୍ୟବସ୍ଥା ଲାଗୁ ହୋଇପାରିବ। ଏହାବାଦ ଆଇନରେ ପରିଣତ ହେବା ପରେ ଏହା ୧୫ ବର୍ଷ ଯାଏ କାର୍ଯ୍ୟକ୍ଷମ ହେବ। ଏହାପରେ ଏହାକୁ ବୃଦ୍ଧି ମଧ୍ୟ କରାଯାଇ ପାରିବ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପ୍ରତି ସୀମା ପୁନଃ ନିର୍ଦ୍ଧାରଣ ପରେ ମହିଳାଙ୍କ ପାଇଁ ସଂରକ୍ଷଣ ହୋଇଥିବା ସିଟ୍‌ ବଦଳିବ। ଲୋକସଭା ଓ ରାଜ୍ୟ ବିଧାନସଭାର ଏକ ତୃତୀୟାଂଶ ଆସନ ମହିଳାଙ୍କ ପାଇଁ ସଂରକ୍ଷଣ ହୋଇ ରହିବ। ଏଗୁଡ଼ିକ ସିଧାସଳଖ ନିର୍ବାଚନ ଦ୍ୱାରା ପୂରଣ କରାଯିବ। ଏହି ସଂରକ୍ଷଣ ବ୍ୟବସ୍ଥା ରାଜ୍ୟସଭା କିମ୍ବା ରାଜ୍ୟ ବିଧାନ ପରିଷଦ ପାଇଁ ଲାଗୁ ହେବ ନାହିଁ। ମହିଳାଙ୍କ ପାଇଁ ସଂରକ୍ଷିତ ହୋଇଥିବା ଆସନଗୁଡ଼ିକ ମଧ୍ୟରୁ ଏକ ତୃତୀୟାଂଶ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ପାଇଁ ରହିବ।

ବିଲ୍‌ରେ ଅନ୍ୟ ପଛୁଆ ବର୍ଗ(ଓବିସି)ଙ୍କ ପାଇଁ କୌଣସି ସଂରକ୍ଷଣ ବ୍ୟବସ୍ଥା କରାଯାଇ ନାହିଁ। ୧୯୯୬ରେ ମହିଳା ସଂରକ୍ଷଣ ବିଲ୍‌ ଆଗତ ହେବା ବେଳେ ମଧ୍ୟ ଓବିସିଙ୍କ ପାଇଁ ବ୍ୟବସ୍ଥା ନଥିଲା। ଖାସ୍‌ ଏହି କାରଣ ପାଇଁ ଦଶନ୍ଧି ଦଶନ୍ଧି ଧରି ସମାଜବାଦୀ ପାର୍ଟି ଓ ଆରଜେଡି ଭଳି ଦଳ ଏହାକୁ ବିରୋଧ କରି ଆସୁଥିଲେ।

ମନମୋହନ ସିଂହ ସରକାର ୨୦୧୦ରେ କ୍ଷମତାରେ ଥିବା ବେଳେ ମହିଳା ସଂରକ୍ଷଣ ବିଲ୍‌ ଆସିଥିଲା। ସେଥିରେ ଯେଉଁ ସବୁ ପ୍ରାବଧାନ ଥିଲା, ଏବେ କେବଳ ସେଥିରେ ଦୁଇଟି ସଂଶୋଧନ କରାଯାଇଛି। ନୂଆ ବିଲ୍‌(ଆଇନରେ ପରିଣତ ହୋଇ ସାରିଛି)ରେ ଆଙ୍ଗଲୋ ଇଣ୍ଡିଆନ କମ୍ୟୁନିଟିଙ୍କୁ ବାଦ ଦିଆଯାଇଛି।

ବର୍ତ୍ତମାନ ମାତ୍ର ୧୪% ମହିଳା ସଂସଦ ଓ ବିଧାନସଭାରେ ରହିଛନ୍ତି। ଏହା ବିଶ୍ୱର ହାରାହାରି ମହିଳା ଭାଗିଦାରୀ ଠାରୁ ଯଥେଷ୍ଟ କମ।

PM Modi President Of India Droupadi Murmu Women's Reservation
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe