Advertisment

ମୁସଲିମ ସଂରକ୍ଷଣ ପ୍ରସଙ୍ଗ ଉଠାଇ ପୁଣି କଂଗ୍ରେସ ଉପରେ ବର୍ଷିଲେ ମୋଦି

ଏହାପୂର୍ବରୁ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ଅଭିଯୋଗ କରିଥିଲେ ଯେ କଂଗ୍ରେସ ନେତୃତ୍ୱାଧୀନ ସରକାର ଧର୍ମ ଆଧାରରେ ମୁସଲିମାନଙ୍କୁ ସଂରକ୍ଷଣ ଦେଉଛନ୍ତି ଓ ବଞ୍ଚିତ ବର୍ଗର କୋଟାକୁ ହ୍ରାସ କରୁଛନ୍ତି।

author-image
Hemant Lenka
ଅଦ୍ୟତନ ହୋଇଛି
PM Modi

PM Modi

ତେଲଙ୍ଗାନାର କ୍ଷମତାସୀନ କଂଗ୍ରେସ ସରକାର ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୁସଲିମ ସଂରକ୍ଷଣ ପ୍ରସଙ୍ଗ ଉଠାଇ ସେ କଂଗ୍ରେସକୁ ସମାଲୋଚନା କରିଛନ୍ତି।

Advertisment

ଅନୁସୂଚିତ ଜାତି, ଜନଜାତି, ଓବିସି ଓ ଅନ୍ୟ ବଞ୍ଚିତ ବର୍ଗର ଲୋକଙ୍କ ପାଇଁ ଥିବା ସଂରକ୍ଷଣକୁ କେବେ ହେଲେ ମୁସଲିମାନଙ୍କୁ ଧର୍ମ ନାଁରେ ଦେବା ପାଇଁ ଅନୁମତି ଦେବି ନାହିଁ ବୋଲି ମୋଦି କହିଛନ୍ତି।

ତେଲଙ୍ଗାନାର ଜହୀରାବାଦରେ ମୋଦି କହିଛନ୍ତି, “ ନିଜର ଭୋଟ ବ୍ୟାଙ୍କ ପାଇଁ ଏବେ ସେମାନେ(କଂଗ୍ରେସ) ସମ୍ବିଧାନକୁ ଅପମାନିତ କରିବାକୁ ମଧ୍ୟ ପଛାଉ ନାହିଁ। କିନ୍ତୁ ମୁଁ ସେମାନଙ୍କୁ ଜଣାଇ ଦେବାକୁ ଚାହୁଁଛି ଯେ ମୁଁ ବଞ୍ଚିଥିବା ଯାଏ କେବେ ହେଲେ ଦଳିତ, ଏସ୍‌ସି, ଏସ୍‌ଟି ଓ ଓବିସିଙ୍କ ପାଇଁ ଥିବା ସଂରକ୍ଷଣ ମୁସଲିମମାନଙ୍କୁ ଧର୍ମ ନାଁରେ ଦେବାକୁ ଦେବି ନାହିଁ।”

Advertisment

ଏହାପୂର୍ବରୁ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ଅଭିଯୋଗ କରିଥିଲେ ଯେ କଂଗ୍ରେସ ନେତୃତ୍ୱାଧୀନ ସରକାର ଧର୍ମ ଆଧାରରେ ମୁସଲିମାନଙ୍କୁ ସଂରକ୍ଷଣ ଦେଉଛନ୍ତି ଓ ବଞ୍ଚିତ ବର୍ଗର କୋଟାକୁ ହ୍ରାସ କରୁଛନ୍ତି। କର୍ଣ୍ଣାଟକା ସରକାର ରାଜ୍ୟର ଓବିସି ତାଲିକାରେ ମୁସଲିମମାନଙ୍କୁ ସାମିଲ କରିଥିବାରୁ ମୋଦି ଏପରି କହିଛନ୍ତି।

ମୋଦି ଆଜି ଆହୁରି କହିଛନ୍ତି, “ସମୟ ଥିଲା ପୂରା ବିଶ୍ୱ ବିକଶିତ ହେଉଥିବା ବେଳେ କଂଗ୍ରେସର ଦୁର୍ନୀତି ଯୋଗୁ ଭାରତ ଫସି ରହିଥିଲା। ପୂରା ବିଶ୍ୱ ଅର୍ଥନୀତିକ ବିକାଶ କରିଥିଲା। କିନ୍ତୁ ଭାରତ ଧ୍ରୁବୀକରଣ ନୀତିରେ ପ୍ରଭାବିତ ହୋଇଥିଲା। ଏନଡିଏ ବହୁତ କଷ୍ଟରେ ଭାରତକୁ ସେଥିରୁ ମୁକୁଳାଇଛି।

କିନ୍ତୁ କଂଗ୍ରେସ ପୁଣିଥରେ ଦେଶକୁ ପୁରୁଣା ଯୁଗକୁ ନେଇ ଯିବାକୁ ଚେଷ୍ଟା କରୁଛି। କଂଗ୍ରେସ ଭୋଟ ବ୍ୟାଙ୍କ ରାଜନୀତି କରୁଛି। ଦଳ ଆଉ କାହାର ବିଶ୍ୱାସକୁ ଖାତିର କରେ ନାହିଁ।

ହାଇଦ୍ରାବାଦରେ ରାମ ନବମୀ ଶୋଭାଯାତ୍ରାକୁ ବନ୍ଦ କରି ଦିଆଗଲା। ସେମାନେ ନିଜର ଭୋଟ ବ୍ୟାଙ୍କକୁ ଉତୋତ୍ସାହିତ କରିବାକୁ ଚାହୁଁ ନାହାନ୍ତି। କଂଗ୍ରେସ କ୍ଷମତାକୁ ଆସିଲେ ପୈତୃକ ସମ୍ପତ୍ତିରେ ୫୫% ଟିକସ ବ୍ୟବସ୍ଥା ଲାଗୁ କରିବ।”

Congress PM Modi Telangana Politics