Advertisment

ପ୍ରଜ୍ଜ୍ୱଳ ରେଭାନ୍ନା ନିର୍ବାଚନ ଜିତିଲେ ବି କାର୍ଯ୍ୟାନୁଷ୍ଠାନ ନିଆଯିବ: କର୍ଣ୍ଣାଟକ ବିଜେପି ନେତା

ଅଶ୍ଳୀଳ ଭିଡିଓ ଭାଇରାଲ୍ ମାମଲାରେ ଫସିଛନ୍ତି ଜେଡିଏସ ବରିଷ୍ଠ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡାଙ୍କ ପୁଅ ଏଚଡି ରେଭାନ୍ନା ଓ ନାତି ପ୍ରଜ୍ଜ୍ୱଳ ରେଭାନ୍ନା।

Prajwal Revanna & R Ashok

Prajwal Revanna & R Ashok

Advertisment

ଅଶ୍ଳୀଳ ଭିଡିଓ ଭାଇରାଲ୍ ଓ ଏକାଧିକ ମହିଳାଙ୍କୁ ଯୌନ ନିର୍ଯାତନା ମାମଲାରେ ଫସିଛନ୍ତି ଜେଡିଏସ ବରିଷ୍ଠ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡାଙ୍କ ପୁଅ ଏଚଡି ରେଭାନ୍ନା ଓ ନାତି ପ୍ରଜ୍ଜ୍ୱଳ ରେଭାନ୍ନା। ଏହି ମାମଲାକୁ ନେଇ ଜେଡିଏସ ସହଯୋଗୀ ଦଳ ହୋଇଥିବାରୁ ବିଜେପିକୁ ଘେରିଛନ୍ତି ବିରୋଧୀ। ଏହାରି ମଧ୍ୟରେ କର୍ଣ୍ଣାଟକ ବିରୋଧୀ ଦଳ ନେତା ତଥା ବିଜେପି ନେତା ଆର ଅଶୋକ ମୁହଁ ଖୋଲିଛନ୍ତି।

Advertisment

ପ୍ରଜ୍ଜ୍ୱଳ ହାସନ ଲୋକସଭା ନିର୍ବାଚନମଣ୍ଡଳନୀରୁ ବିଜୟୀ ହେଲେ ମଧ୍ୟ ତାଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି। ଏଥିସହ ପ୍ରଜ୍ଜ୍ୱଳଙ୍କ ବିଦେଶ ପଳାୟନ ଉପରେ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ସିଦ୍ଧରମୈୟାଙ୍କୁ ଦାୟୀ କରିଛନ୍ତି ଆର ଅଶୋକ।  

ସେ କହିଛନ୍ତି, "ଆମେ ଦୀର୍ଘ ଦିନ ଧରି HD ରେଭାନ୍ନା ଏବଂ ପ୍ରଜ୍ଜ୍ୱଳଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି କହିଆସିଛୁ। ସରକାର ବିଳମ୍ବରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ସିଦ୍ଧରମୈୟା ହାସନରେ ପ୍ରଜ୍ଜ୍ୱଳଙ୍କୁ ଏହି ପାଞ୍ଚ ବର୍ଷ କାହିଁକି ସମର୍ଥନ କଲେ ବୋଲି ଆର ଅଶୋକ ପ୍ରଶ୍ନ କରିଛନ୍ତି  

Advertisment

କହି ରଖୁଛୁ ଯେ, 2018 କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପରେ କଂଗ୍ରେସ ଏବଂ ଜେଡି(ଏସ୍) ମେଣ୍ଟ ଗଠନ ହୋଇଥିଲା। 2019 ଲୋକସଭା ନିର୍ବାଚନରେ ମଧ୍ୟ ମିଳିତ ଭାବେ ନିର୍ବାଚନ ଲଢିଥିଲେ। ଏହି ନିର୍ବାଚନ ସମୟରେ ପ୍ରଜ୍ଜ୍ୱଳ ହାସନ ଲୋକସଭା ନିର୍ବାଚନମଣ୍ଡଳୀରୁ ସାଂସଦ ହୋଇଥିଲେ।କିନ୍ତୁ ଚଳିତ ଲୋକସଭା ନିର୍ବାଚନରେ କର୍ଣ୍ଣାଟକରେ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଏନ୍ସ (ଏନଡିଏ)ରେ ଜେଡି(ଏସ) ବିଜେପିର ସହଯୋଗୀ ଦଳ।

ପ୍ରଜ୍ଜ୍ୱଳଙ୍କ ବାପା ତଥା କର୍ଣ୍ଣାଟକର ପୂର୍ବତନ ମନ୍ତ୍ରୀ HD ରେଭାନ୍ନାଙ୍କ ଗିରଫଦାରୀ ଉପରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ଆର ଅଶୋକ। ସେ କହିଛନ୍ତି, ତାଙ୍କ ଗିରଫଦାରୀ ବିଜେପିର ଭାବମୂର୍ତ୍ତି ଉପରେ କୌଣସି ପ୍ରଭାବ ପକାଇବ ନାହିଁ। କାରଣ କର୍ଣ୍ଣାଟକର ପୂର୍ବତନ ମନ୍ତ୍ରୀ ଜେଡି(ଏସ୍) ଚିହ୍ନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ, ବିଜେପିର ନୁହେଁ। 

ସେ ଆହୁରି କହିଛନ୍ତି, ଯଦି କର୍ଣ୍ଣାଟକରେ ଲୋକସଭା ଆସନରୁ ଅଧିକାଂଶ ବିଜେପି ଜିତେ ତେବେ ପ୍ରଜ୍ଜ୍ୱଳଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Prajwal Revanna Karnataka BJP Obscene Video Viral
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe