Advertisment

ବିବାଦରେ ଜେଡିୟୁର ନବ ନିର୍ବାଚିତ ସାଂସଦ: କହିଲେ- ମୁସଲିମ ଓ ଯାଦବଙ୍କ ପାଇଁ କରିବିନି କାମ

ଠାକୁର ବିହାରର ସୀତାମାଢ଼ି ଆସନରୁ ୫୧ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି। ଏଠାରେ ଆରଜେଡିର ଅର୍ଜୁନ ରାଏଙ୍କୁ ହାରିବାକୁ ପଡ଼ିଛି।

JDU

JDU

Advertisment

ବିବାଦରେ ନୀତୀଶ କୁମାରଙ୍କ ଜେଡିୟୁ ନିକଟରେ ଲୋକସଭା ନିର୍ବାଚନ ଜିତିଥିବା ଦେବେଶ ଚନ୍ଦ୍ର ଠାକୁର। ସେ ସୀତାମାଢ଼ି ଲୋକସଭା ଆସନରୁ ଜିତିଥିଲେ ମଧ୍ୟ ସେଠାରେ ରହୁଥିବା ମୁସଲିମ ଓ ଯାଦବ ସଂପ୍ରଦାୟର ଲୋକଙ୍କର କୌଣସି କାମ କରିବେ ନାହିଁ ବୋଲି ଖୋଲାଖୋଲି ଘୋଷଣା କରିଛନ୍ତି। ଏହି ଦୁଇ ସଂପ୍ରଦାୟର ଲୋକ ନିକଟରେ ଶେଷ ହୋଇଥିବା ଲୋକସଭା ନିର୍ବାଚନରେ ତାଙ୍କୁ ଭୋଟ ଦେଇ ନଥିବା ଶ୍ରୀ ଠାକୁର ଦାବି କରିଛନ୍ତି।

Advertisment

ଠାକୁର ବିହାରର ସୀତାମାଢ଼ି ଆସନରୁ ୫୧ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି। ଏଠାରେ ଆରଜେଡିର ଅର୍ଜୁନ ରାଏଙ୍କୁ ହାରିବାକୁ ପଡ଼ିଛି।

ନିର୍ବାଚନ ଜିତିବା ପରେ ଜେଡିୟୁ ସାଂସଦ ଶ୍ରୀ ଠାକୁର ଗୋଟିଏ କାର୍ଯ୍ୟକ୍ରମରେ ସୀତାମାଢ଼ିର ମୁସଲିମ ଓ ଯାଦବ ସଂପ୍ରଦାୟର ଲୋକଙ୍କ ଉପରେ ଖୋଲାଖୋଲି ଅସନ୍ତୋଷ ପ୍ରକାଶ କରିଛି। ସେ କହିଛନ୍ତି, “ଯେଉଁ ମୁସଲିମ ଓ ଯାଦବ ସଂପ୍ରଦାୟର ଲୋକ ମୋ ପାଖକୁ ଆସିବାକୁ ଚାହୁଁଛନ୍ତି ଆସିପାରିବେ। ସେମାନେ ଚା’ ଜଳଖିଆ ଖାଇବେ ଓ ଚାଲିଯିବେ।

Advertisment

ମୋ ଠାରୁ କୌଣସି ସାହାଯ୍ୟ ଆଶା କରନ୍ତୁ ନାହିଁ। ଯେତେବେଳେ ଆପଣମାନେ ନରେନ୍ଦ୍ର ମୋଦିଙ୍କ ଛବିକୁ ତୀରରେ(ଜେଡିୟୁର ନିର୍ବାଚନୀ ଚିହ୍ନ) ଦେଖିଥିଲେ ସେତେବେଳେ ମୁଁ କାହିଁକି ଆପଣମାନଙ୍କୁ ଲଣ୍ଠନ (ଆରଜେଡି ଚିହ୍ନ)ରେ ଦେଖିବି ନାହିଁ? ଲାଲୁ ଯାଦବଙ୍କ ମୁହଁ କାହିଁକି ମୁଁ ଆପଣଙ୍କ କ୍ଷେତ୍ରରେ ଦେଖିବି ନାହିଁ?”

ସେ ଗୋଟିଏ ଉଦହାରଣ ଦେଇ କହିଛନ୍ତି, “ମୁସଲିମ ସଂପ୍ରଦାୟର ଲୋକ ଜଣେ ଲୋକ ଗୋଟିଏ କାମ ପାଇଁ ମୋ ପାଖକୁ ଆସିଥିଲେ। ମୁଁ ତାଙ୍କୁ ସ୍ପଷ୍ଟ ଭାବେ କହିଥିଲି ଯେ ସେ ପ୍ରଥମଥର ମୋ ପାଖକୁ ଆସିଛନ୍ତି, ତେଣୁ ମୁଁ ବେଶୀ କିଛି କହୁନାହିଁ। ନଚେତ ମୁଁ ତାଙ୍କୁ ସହଜରେ ଛାଡ଼ି ନଥାଆନ୍ତି।

ମୁଁ ତାଙ୍କୁ ପଚାରିଥିଲି ଯେ ତମେ ଆରଜେଡିକୁ ଭୋଟ ଦେଇଥିଲ? କୌତୁହଳର ବିଷୟ ଯେ ସେ ହଁ ମଧ୍ୟ ମାରିଥିଲେ। ମୁଁ ତାଙ୍କୁ ଚା’ ପିଅ ଓ ଚାଲି ଯାଅ ବୋଲି କହିଥିଲି। ମୁଁ ତୁମର କାମ କରିପାରିବି ନାହିଁ ବୋଲି କହିଥିଲି।”

ଶ୍ରୀ ଠାକୁରଙ୍କ ଏପରି ଭିଡିଓ ଭାଇରାଲ ହେବା ପରେ ଆରଜେଡି ଏହାକୁ ତୀବ୍ର ସମାଲୋଚନା କରିଛି। ଆରଜେଡି ନେତା ମୃତ୍ୟୁଞ୍ଜୟ ତିୱାରୀ କହିଛନ୍ତି, “ସାଂସଦ, ବିଧାୟକ କିମ୍ବା ପ୍ରଧାନମନ୍ତ୍ରୀ କେବେହେଲେ କୌଣସି ଧର୍ମ କିମ୍ବା ଜାତିର ନୁହନ୍ତି।

ଯେତେବେଳେ ଜଣେ ନେତା ନିର୍ବାଚନ ଜିତୁଛନ୍ତି ସେ ପୂରା ଅଞ୍ଚଳର ପ୍ରତିନିଧି ବନୁଛନ୍ତି। ଦେବେଶ ଠାକୁର ସୀତାମାଢ଼ିର ନିର୍ବାଚିତ ସାଂସଦ। ତାଙ୍କ ପାଇଁ ସମସ୍ତେ ସମାନ ହେବା କଥା। ସେ ଜାତି ଓ ଧର୍ମକୁ ଭୁଲି ସମସ୍ତଙ୍କ ପାଇଁ କାମ କରିବା କଥା। ଯଦିଓ ତାଙ୍କ ଦଳ ବିଜେପି ସହ ମେଣ୍ଟ କରିଛି, ତଥାପି ସେ ଗେରୁଆ ହେବା କଥା ନୁହେଁ।”

Bihar JDU
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe