NDA ୩.୦କୁ କାଲି ପୂରିବ ୧୦୦ ଦିନ: ପ୍ରଧାନମନ୍ତ୍ରୀ ଦେଲେ ଏମିତି ବୟାନ

ନରେନ୍ଦ୍ର ମୋଦି ଜୁନ ୯ରେ ରେକର୍ଡ ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଆସନ୍ତାକାଲି ସେପ୍ଟେମ୍ବର ୧୭ରେ ମୋଦି ୩.୦ ସରକାରକୁ ୧୦୦ ଦିନ ପୂରିବ।

pm modi

ପ୍ରଧାନମନ୍ତ୍ରୀ ମୋଦି (ଫାଇଲ ଫଟୋ)

Hemant Lenka
  • Published: Monday, 16 September 2024
  • Updated: 16 September 2024, 08:40 PM IST

Sports

Latest News

ବିଜେପି ନେତୃତ୍ୱାଧୀନ ଏନଡିଏ ୩.୦ ସରକାରକୁ ଆସନ୍ତାକାଲି ୧୦୦ ଦିନ ପୂରିବ। ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନ। ସେହି ଦିନ ହିଁ ଏନଡିଏ ୩.୦ ସରକାରକୁ ୧୦୦ ଦିନ ପୂରିବାକୁ ଯାଉଛି।

ନିର୍ବାଚନ ପୂର୍ବରୁ ୧୦୦ ଦିନର ଏଜେଣ୍ଡା କଥା କହି ଆସୁଥିବା ମୋଦି ଆଜି ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି। ଏନଡି ୩.୦ ସରକାରର ପ୍ରଥମ ୧୦୦ ଦିନ ବିରୋଧୀ ତାଙ୍କୁ ଅପମାନିତ କରି ଚାଲିଥିଲେ। କିନ୍ତୁ ସେ ଏହାକୁ ସହ୍ୟ କରି ସରକାରଙ୍କ ୧୦୦ ଦିନର ଏଜେଣ୍ତାକୁ ପୂରଣ କରିବାରେ ଲାଗି ପଡ଼ିଥିଲେ ବୋଲି ମୋଦି କହିଛନ୍ତି।

Also Read

ଏହାପୂର୍ବରୁ ଅହମଦାବାଦରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମକୁ ଉଦଘାଟନ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, “ମୋ ତୃତୀୟ ପାଳିର ପ୍ରଥମ ୧୦୦ ଦିନ ସେମାନେ ମୋର ପରିହାସ କରିଥିଲେ ଓ ମୋତେ ଅପମାନିତ କରିଥିଲେ। କିନ୍ତୁ ମୁଁ ସେମାନଙ୍କ କୌଣସି ଅପମାନର ପ୍ରତିକ୍ରିୟା ଦେଇ ନାହିଁ ଓ ସରକାରଙ୍କ ୧୦୦ ଦିନର ଏଜେଣ୍ଡା କେମିତି ପୂରଣ ହେବ, ତା’କୁ ନିଶ୍ଚିତ କରିବାରେ ଲାଗି ପଡ଼ିଥିଲି।”

କିଛି ବିରୋଧୀ ଦଳର ନେତା ଦେଶର ଏକତା ଓ ଅଖଣ୍ଡତାକୁ ଟାର୍ଗେଟ କରି ଦେଶକୁ ଭାଗଭାଗ କରିବାକୁ ଚାହୁଁଛନ୍ତି ବୋଲି ମୋଦି ଅଭିଯୋଗ କରିଛନ୍ତି।

ଭାରତର ପ୍ରଥମ ନମୋ ଭାରତ ରାପିଡ ରେଲ ଅହମଦାବାଦ ଓ ଭୁଜ ମଧ୍ୟରେ ଚଳାଚଳ କରିବ। ପୂର୍ବରୁ ଏହାର ନାଁ ବନ୍ଦେ ମେଟ୍ରୋ ରହିଥିଲା। କିନ୍ତୁ ଆଜି ଏହାର ନାଁକୁ ବଦଳାଇ ଦିଆଯାଇଛି। ଏହି ଟ୍ରେନ ମଧ୍ୟବିତ୍ତଙ୍କୁ ଅତି ସହଜରରେ ଗୋଟିଏ ସହରରୁ ଆଉ ଗୋଟିଏ ସହରକୁ ନେବାରେ ସହାୟତା କରିବ ବୋଲି ମୋଦି କହିଛନ୍ତି।

ସେ କହିଛନ୍ତି, “ଗତ ୧୦୦ ଦିନ ମଧ୍ୟରେ ଅନେକ ରେଳ, ରୋଡ, ବନ୍ଦର, ଏୟାରପୋର୍ଟ ଓ ମେଟ୍ରୋ ପ୍ରକଳ୍ପକୁ ଅନୁମତି ମିଳିଛି। ଗୁଜରାଟରେ ମଧ୍ୟ ଯୋଗାଯୋଗ ସହ ଜଡ଼ିତ ଅନେକ ପ୍ରକଳ୍ପର ଶିଳାନ୍ୟାଶ ଓ ଉଦଘାଟନ ହୋଇଛି। ଆଜି ଗୁଜରାଟ ପାଇଁ ଗୋଟିଏ ସ୍ୱତନ୍ତ୍ର ଦିନ। ଆଜି ଠାରୁ ନମୋ ଭାରତ ରାପିଡ ରେଲ ଅହମଦାବାଦ ଓ ଭୁଜ ମଧ୍ୟରେ ଚଳାଚଳ କରିଛି। ନମୋ ଭାରତ ରାପିଡ ରେଲ ମଧ୍ୟବିତ୍ତଙ୍କୁ ଅନେକ ଫାଇଦା ଦେବ।

ଏହାବାଦ ଶିକ୍ଷାର୍ଥୀ, ପ୍ରଫେସନାଲ ଓ ବ୍ୟବସାୟୀମାନେ ମଧ୍ୟ ଫାଇଦା ହାସଲ କରିବେ। ଭବିଷ୍ୟତରେ ନମୋ ଭାରତ ରାପିଡ ରେଲ ଦେଶର ଅନ୍ୟ ସହର ଗୁଡ଼ିକ ସହ ମଧ୍ୟ ଯୋଡ଼ି ହେବ।”

ଏନଡିଏ ୩.୦ ସରକାରର ପ୍ରଥମ ୧୦୦ ଦିନରେ ବନ୍ଦେ ଭାରତ ଟ୍ରେନ ଦେଶର ୧୫ଟି ନୂଆ ରୁଟରେ ଆରମ୍ଭ ହୋଇଛି। ଏହାର ଅର୍ଥ ୧୫ ସପ୍ତାହରେ ୧୫ଟି ବନ୍ଦେ ଭାରତ ଟ୍ରେନ ଗଡ଼ିଛି ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story