Advertisment

ଓଡ଼ିଶା ବିଧାନସଭାର Y2K ବିଗ୍‌ନର୍‌

୨୦୦୦ ମସିହାରେ ପ୍ରଥମ ଥର ପାଇଁ ଦ୍ରୌପଦୀ ମୁର୍ମୁ ରାଇରଙ୍ଗପୁର ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇ ଆସିଥିଲେ। ସେହି ସମୟରେ ସେ ମନ୍ତ୍ରୀ ମଧ୍ୟ ହୋଇଥିଲେ। ୨୦୦୪ରେ ପୁଣି ସେ ନିର୍ବାଚିତ ହୋଇଥିଲେ।

Y2K
Advertisment

ଖାଲି ଓଡ଼ିଶା ନୁହେଁ, ସାରା ଦେଶରେ ନାଁ କରିଛନ୍ତି ଓଡ଼ିଶା ବିଧାନସଭାର Y2K ବିଗ୍‌ନର୍‌। ୨୦୦୦ ମସିହାରେ ବିଧାନସଭାକୁ ନିର୍ବାଚିତ ହୋଇ ସଂସଦୀୟ ଗଣତନ୍ତ୍ରରେ ପ୍ରବେଶ କରିଥିବା ଓଡ଼ିଶାର ତତ୍‌କାଳୀନ ବିଧାୟକମାନେ ଏବେ ଦେଶ ଏବଂ ରାଜ୍ୟରେ ବହୁତ ବଡ଼ ପଦପଦବୀରେ ଅଛନ୍ତି। ଗତକାଲି ବିଧାନସଭାକୁ ସମ୍ବୋଧିତ କରିଥିବା ରାଷ୍ଟ୍ରପତି ଦୌପଦୀ ମୁର୍ମୁ ମନେ ପକାଇଥିଲେ ଓଡ଼ିଶା ବିଧାନସଭାକୁ ଆସିଥିବା ତାଙ୍କ ବ୍ୟାଚର ବିଧାୟକମାନଙ୍କୁ।

Advertisment

ଦ୍ରୌପଦୀ ମୁର୍ମୁଙ୍କ ସହିତ ୨୦୦୦ ମସିହାରେ ପ୍ରଥମ ଥର ପାଇଁ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇ ଆସିଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସମସ୍ତେ ବିଜେପି ଟିକେଟରେ ନିର୍ବାଚିତ ହୋଇଥିଲା।  ବିଜେପି ଓ ବିଜେଡିର ମେଣ୍ଟର ତାହା ଥିଲା ପ୍ରଥମ ବିଜୟ। ରାଜ୍ୟରେ ସେମାନେ ସରକାର ଗଠନ କରିଥିଲେ।

୨୦୦୦ ମସିହାରେ ପ୍ରଥମ ଥର ପାଇଁ ଦ୍ରୌପଦୀ ମୁର୍ମୁ ରାଇରଙ୍ଗପୁର ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇ ଆସିଥିଲେ। ସେହି ସମୟରେ ସେ ମନ୍ତ୍ରୀ ମଧ୍ୟ ହୋଇଥିଲେ। ୨୦୦୪ରେ ପୁଣି ସେ ନିର୍ବାଚିତ ହୋଇଥିଲେ।

Advertisment

ସେହିପରି ୨୦୦୦ ମସିହାରେ କେନ୍ଦୁଝର ଆସନରୁ ନିର୍ବାଚିତ ହୋଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହାପରେ ସେ ୨୦୦୪, ୨୦୧୯ ଓ ୨୦୨୪ରେ ନିର୍ବାଚିତ ହୋଇଥିଲେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୨୦୦୦ ମସିହାରେ ପାଲଲହଡ଼ା ଆସନରୁ ପ୍ରଥମ ଥର ନିର୍ବାଚିତ ହୋଇ ବିଧାନସଭାକୁ ଆସିଥିଲେ।  

ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମଧ୍ୟ ୨୦୦୦ ମସିହାରେ ପ୍ରଥମ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସେ ହିଞ୍ଜିଳି ଆସନରୁ ବିଜୟୀ ହୋଇଥିଲେ। ନବୀନ ୨୦୦୦ ମସିହାରେ ନିର୍ବାଚିତ ହେବା ପରେ ବିଜେପି-ବିଜେଡି ମେଣ୍ଟ ସରକାରରେ ମୁଖ୍ୟମନ୍ତ୍ରୀ ହୋଇଥିଲେ।

ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପୁଜାରୀ ମଧ୍ୟ ୨୦୦୦ ମସିହାରେ ପ୍ରଥମ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସେ ୨୦୦୦ ମସିହାରୁ ଲଗାତାର ବିଜୟୀ ହୋଇ ବିଧାନସଭାକୁ ଆସୁଛନ୍ତି। ନବୀନ ସରକାର ଅମଳରେ ସେ ବିଭିନ୍ନ ବିଭାଗରେ ମନ୍ତ୍ରୀ ଭାବେ କାର୍ଯ୍ୟ ତୁଲାଇଛନ୍ତି।

କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ବିଧାୟକ ଭାବେ ତାଙ୍କ ରାଜନୀତିକ କ୍ୟାରିୟ ଆରମ୍ଭ କରିଥିଲେ ୨୦୦୦ ମସିହାରୁ। ଏବେ ବି ସେ ବିଧାୟକ ଅଛନ୍ତି। ବରିଷ୍ଠ ବିଜେପି ନେତା ଜୟନାରାୟଣ ମିଶ୍ର ୨୦୦୦ ମସିହାରେ ପ୍ରଥମେ ବିଧାୟକ ହୋଇଥିଲେ। ନବୀନ ସରକାରରେ ସେ ମନ୍ତ୍ରୀ ଭାବେ କାର୍ଯ୍ୟ ତୁଲାଇଛନ୍ତି। ‌ଏବେ ମଧ୍ୟ ସେ ବିଧାୟକ ଅଛନ୍ତି।  ବର୍ତ୍ତମାନର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାୟକ୨୦୦୦ ମସିହାରେ ପ୍ରଥମେ ବିଧାୟକ ଭାବେ ନିର୍ବାଚିତ ହୋଇ ଆସିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe