ପୌର ନିର୍ବାଚନ: ମେୟର-ଅଧ୍ୟକ୍ଷଙ୍କ ପାଇଁ ହଳଦିଆ ବାଲାଟ୍ ପେପର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୌର ନିର୍ବାଚନରେ ୨ଟି ରଙ୍ଗର ବାଲାଟ୍ ପେପେର ଉପଯୋଗ ହେବ। ମେୟର-ଅଧ୍ୟକ୍ଷଙ୍କ ନିର୍ବାଚନ ପାଇଁ ହଳଦିଆ ରଙ୍ଗର ଓ କାଉନସିଲର-କର୍ପୋରେଟରଙ୍କ ନିର୍ବାଚନ ନିମନ୍ତେ ଗୋଲାପୀ ରଙ୍ଗର ବାଲାଟ୍ ପେପର ଉପଯୋଗ ହେବ । ପଂଚାୟତ ନିର୍ବାଚନ ପରେ ପୌର ନିର୍ବାଚନ କରିବାକୁ ଲକ୍ଷ୍ୟ ରଖିଥିବା ରାଜ୍ୟ ନିର୍ବାଚନ କମିଶନର ଏହି ଘୋଷଣା କରିଛନ୍ତି । ମିଳିଥିବା ସୂଚନା ଅନୁସାରେ, ରାଜ୍ୟ ନିର୍ବାଚନ କମିଶନର ଆଗାମୀ ପୌର ନିର୍ବାଚନ ପାଇଁ ଦୁଇଟି ରଙ୍ଗର ବାଲାଟ ପେପର […]

vote

Ordigital Desk
  • Published: Saturday, 12 February 2022
  • , Updated: 14 February 2022, 11:30 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୌର ନିର୍ବାଚନରେ ୨ଟି ରଙ୍ଗର ବାଲାଟ୍ ପେପେର ଉପଯୋଗ ହେବ। ମେୟର-ଅଧ୍ୟକ୍ଷଙ୍କ ନିର୍ବାଚନ ପାଇଁ ହଳଦିଆ ରଙ୍ଗର ଓ କାଉନସିଲର-କର୍ପୋରେଟରଙ୍କ ନିର୍ବାଚନ ନିମନ୍ତେ ଗୋଲାପୀ ରଙ୍ଗର ବାଲାଟ୍ ପେପର ଉପଯୋଗ ହେବ । ପଂଚାୟତ ନିର୍ବାଚନ ପରେ ପୌର ନିର୍ବାଚନ କରିବାକୁ ଲକ୍ଷ୍ୟ ରଖିଥିବା ରାଜ୍ୟ ନିର୍ବାଚନ କମିଶନର ଏହି ଘୋଷଣା କରିଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ରାଜ୍ୟ ନିର୍ବାଚନ କମିଶନର ଆଗାମୀ ପୌର ନିର୍ବାଚନ ପାଇଁ ଦୁଇଟି ରଙ୍ଗର ବାଲାଟ ପେପର ନିର୍ଦ୍ଧାରଣ କରିଛନ୍ତି । କେବଳ ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ମହାନଗର ନିଗମକୁ ବାଦ୍ ଦେଲେ ଅନ୍ୟ ସମସ୍ତ ୧୦୭ଟି ପୌର ପରିଷଦ ଓ ଏନଏଏସିରେ ଉପଯୋଗ ହେବାକୁ ଥିବା ବାଲାଟ୍ ପେପର ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ସ୍ଥାନୀୟସ୍ତରରେ ଛାପିବେ । ଏହି ୩ଟି ମହାନଗର ନିଗମରେ ଉପଯୋଗ ହେବାକୁ ଥିବା ବାଲାଟ୍ ପେପରକୁ ରାଜ୍ୟ ସରକାରୀ ପ୍ରେସ୍‌ରେ ଛପାଯିବ । କର୍ପୋରେଟ-କାଉନସିଲରଙ୍କ ପାଇଁ ଗୋଲାପୀ ଓ ମେୟର-ଅଧ୍ୟକ୍ଷଙ୍କ ପାଇଁ ହଳଦିଆ ବାଲାଟ୍ ପେପର ରହିବ । ନିର୍ବାଚନ ସମୟରେ ପ୍ରତ୍ୟେକ ବୁଥରେ ୨ଟି ଇଭିଏମ୍ ମେସିନ ରହିବ । ଯେଉଁଥିରେ ଗୋଟିଏ କାଉନସିଲର ଅବା କର୍ପୋରେଟରଙ୍କ ପାଇଁ ଅନ୍ୟଟି ଅଧ୍ୟକ୍ଷ ଅବା ମେୟରଙ୍କ ନିମନ୍ତେ ଉଦ୍ଦିଷ୍ଟ ରହିବ ।

Related story