Advertisment

ଖଟାଖଟ ନୁହେଁ, ୨୦୨୭ରେ ହେବ ସପାଚଟ୍‌ : ଯୋଗୀ ଆଦିତ୍ୟନାଥ

ଉତ୍ତର ପ୍ରଦେଶ ବିଧାନସଭାକୁ ସମ୍ବୋଧନ କରି ଯୋଗୀ କହିଛନ୍ତି, ଲୋକସଭା ନିର୍ବାଚନରେ ବିରୋଧୀ ଦେଇଥିବା ମିଛ ସ୍ଲୋଗ ଶୁଣି ପଞ୍ଚତନ୍ତ୍ରର ଗୋଟିଏ ଗପ ମନେ ପଡ଼ି ଯାଉଛି।

yogi

yogi

Advertisment

ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିରୋଧୀଙ୍କୁ କଟାକ୍ଷ କରିଛନ୍ତି। ୨୦୨୭ ଉତ୍ତର ପ୍ରଦେଶ ନିର୍ବାଚନରେ ଖଟାଖଟ ନୁହେଁ, ବରଂ ସପାଚାଟ(ସମାଜବାଦୀ ପାର୍ଟିର ମୂଳପୋଛ) ହେବ। ଏଥିପାଇଁ ବିରୋଧୀ ପ୍ରସ୍ତୁତ ରହିଥାଆନ୍ତୁ ବୋଲି ଯୋଗୀ କହିଛନ୍ତି।

Advertisment

ଉତ୍ତର ପ୍ରଦେଶ ବିଧାନସଭାକୁ ସମ୍ବୋଧନ କରି ଯୋଗୀ କହିଛନ୍ତି, “ଲୋକସଭା ନିର୍ବାଚନରେ ବିରୋଧୀ ଦେଇଥିବା ମିଛ ସ୍ଲୋଗ ଶୁଣି ପଞ୍ଚତନ୍ତ୍ରର ଗୋଟିଏ ଗପ ମନେ ପଡ଼ି ଯାଉଛି। ଯେଉଁଥିରେ ୪ ଜଣ ଠକ ଜଣେ ନୀରିହ ଚାଷୀଙ୍କୁ ବୋକା ବନାଇଥିଲେ ଓ ତାଙ୍କ ଠାରୁ ଗୋଟିଏ ଛେଳି ଚୋରି କରି ନେଇଯାଇଥିଲେ। ଆପଣମାନେ ଲୋକଙ୍କ ସହ ସେମିତି କରିଛନ୍ତି। ଲୋକସଭା ନିର୍ବାଚନ ବେଳେ ବିରୋଧୀ ଲୋକଙ୍କୁ ଦେଇଥିବା ଟଙ୍କା ପ୍ରତିଶ୍ରୁତିର ହିସାବ ବିଜେପି ମାଗିବ।”

ସମ୍ବିଧାନ ବିପଦରେ ଥିବା ନାରା ଦେଇ ଲୋକଙ୍କ ମନରେ ବିରୋଧୀ ସନ୍ଦେହ ସୃଷ୍ଟି କରିଥିବା ମଧ୍ୟ ଯୋଗୀ ଅଭିଯୋଗ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ସମ୍ବିଧାନ ଓ ଏହାର ପ୍ରତିଷ୍ଠାତା ବିଆର ଆମ୍ବେଦକରଙ୍କୁ ଦେଇଥିବା ସମ୍ମାନ ଅତୁଳନୀୟ ବୋଲି ଯୋଗୀ କହିଛନ୍ତି। ଏଥିସହ ଆମ୍ବେଦକରଙ୍କ ସହ ଜଡ଼ିତ ସ୍ଥାନଗୁଡ଼ିକ ବିକାଶ କେମିତି ବିଜେପି ଶାସନ ସମୟରେ ହୋଇଛି ସେକଥା ମଧ୍ୟ ଯୋଗୀ ବିଧାନସଭାରେ ସୂଚନା ଦେଇଛନ୍ତି।

Advertisment

ସେ କହିଛନ୍ତି, ସରକାରୀ କ୍ଷେତ୍ରରେ ଓବିସି, ଏସ୍‌ସି ଓ ଏସ୍‌ଟିଙ୍କ ପ୍ରତିନିଧିତ୍ୱ ସରକାର ବୃଦ୍ଧି କରିଛନ୍ତି। ସମାଜିକ କଲ୍ୟାଣ ଯୋଜନାରେ କାହା ସହ ପାତରଅନ୍ତର କରାଯାଇ ନାହିଁ।

ମୋତେ ପ୍ରତିଷ୍ଠା ଓ ସମ୍ମାନର ଆବଶ୍ୟକ ନାହିଁ। କାରଣ ମଠରେ ଅଧିକ ପ୍ରତିଷ୍ଠା ଓ ସମ୍ମାନ ମିଳି ଯାଉଛି। ତଥାପି ଆପଣମାନେ ଲୋକଙ୍କୁ ମିଛର ପ୍ରଚାର କରି ବିଭ୍ରାନ୍ତ କରିଛନ୍ତି। ହେଲେ ଆଗକୁ ବିରୋଧୀଙ୍କର ଆଉ କୌଣସି ଅପ୍ରଚାର ଚାଲି ପାରିବ ନାହିଁ ବୋଲି ସେ କହିଛନ୍ତି।

Yogi Adityanath Yogi Aditya Nath Uttar Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe