ଏଣିକି ଆଉ ପିଲା ମାନଙ୍କ ପାଇଁ ଅଲୋଡ଼ା ହେବେନି ବାପା ମାଆ। ଆଉ ନିଜ ପିଲା ମାନଙ୍କଠୁ ଧକିଆ ଖାଇବାକୁ ହେବନାହିଁ । କାରଣ ଆଉ ନିଜ ବାପା ମାଙ୍କ ସେବା ନକଲେ ମିଳିବନି କାଣିଚାଏ ବି ସମ୍ପତ୍ତି । ଯଦି କୌଣସି ସନ୍ତାନ ନିଜର ବୃଦ୍ଧ ବାପା-ମାଆଙ୍କୁ ଘରୁ ବାହାର କରିଦିଏ କିମ୍ବା ତାଙ୍କୁ ମାନସିକ ଆଘାତ ଦିଏ ତେବେ ସେମାନଙ୍କୁ ସମ୍ପତ୍ତି ହରାଇବାକୁ ପଡିବ । ଏପରି ଏକ ନୂତନ ସ୍ୱାଗତ ଯୋଗ୍ୟ ନିୟମ ଆଣିବାକୁ ଯାଉଛନ୍ତି ଉତ୍ତର ପ୍ରଦେଶର ଯୋଗୀ ସରକାର ।