ଯୁବ-ଛାତ୍ର ସମାବେଶ ନା ‘ବିଦାୟକାଳୀନ’ ସଭା: ନୂଆ ନେତାଙ୍କୁ ଦାୟିତ୍ୱ ଦିଅ,ଅରୁଣଙ୍କୁ ସମର୍ଥନ କଲେ ସୌଭିକ

ବିଧାୟକ ସୌଭିକ ବିଶ୍ୱାଳ କହିଛନ୍ତି, ଦଳର ବିପର୍ଯ୍ୟୟ ଗ୍ରହଣୀୟ ନୁହେଁ । ଯେଉଁମାନେ ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦରେ ନିଜର ଆର୍ଥିକ ସ୍ଥିତିକୁ ଯଥେଷ୍ଟ ମଜଭୂତ କରିଛନ୍ତି ସେମାନେ ବିପର୍ଯ୍ୟୟ ପରେ ପ୍ରଚ୍ଛଦପଟ୍ଟରେ ରୁହନ୍ତୁ । ଯେଉଁମାନେ ଦଳ ପାଇଁ ରକ୍ତ ଓ ସମୟ ଦେଇ ଝାଳ ବୁହାଇଛନ୍ତି ସେମାନେ ଆଗକୁ ଆସନ୍ତୁ ।

BJD

ବିଜୁ ଯୁବ-ଛାତ୍ର ସମ୍ମିଳନୀ

Ordigital Desk
  • Published: Wednesday, 18 June 2025
  • Updated: 18 June 2025, 08:40 PM IST

Sports

Latest News

ରାଜ୍ୟରେ ବିଜେପି ସରକାରର ବର୍ଷପୂର୍ତ୍ତିକୁ ବିରୋଧ କରି ବିଜେଡି ବୁଧବାର ନିଜର ଯୁବ ଓ ଛାତ୍ର ନେତା-କର୍ମୀମାନଙ୍କୁ ନେଇ ପୁରୀରେ ଜନଜାଗରଣ ସମାବେଶ ଆୟୋଜନ କରିଛି । ଏହି ସମାବେଶରେ ବିଜେପିର ଡବଲ ଇଞ୍ଜିନ ସରକାରର ବିଫଳତା ଓ ଜନବିରୋଧୀ ନୀତି ବିରୁଦ୍ଧରେ ବିଜେଡି ନେତାମାନେ ସ୍ୱର ଉତ୍ତୋଳନ କରି ବର୍ଷିଥିଲେ । ତେବେ ଏହି ସମାବେଶରେ ଦଳର ପ୍ରଭାବଶାଳୀ ନେତା ଅରୁଣ ସାହୁ ଦେଇଥିବା ମନ୍ତବ୍ୟ ଓ ତାଙ୍କୁ ସମର୍ଥନ କରି ବିଧାୟକ ସୌଭିକ ବିଶ୍ୱାଳ ରଖିଥିବା ବୟାନ ଏବେ ବିଜେଡି ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । ଦଳ ପ୍ରାୟ ୬ମାସ ପୂର୍ବରୁ ନିଜର ରାଜ୍ୟସ୍ତରୀୟ ଯୁବ ଓ ଛାତ୍ର କମିଟିକୁ ଭାଙ୍ଗି ଦେଇଥିଲେ ମଧ୍ୟ ଆଜିର ଜନଜାଗରଣ ସମାବେଶରେ ୫୦ବର୍ଷ ବୟସ ଛୁଇଁଥିବା ସେହି ପୁରୁଣା ଚେହେରା ପ୍ରଣବ ବଳନ୍ତରାୟ ଓ ବ୍ୟୋମକେଶ ରାୟ ନେତୃତ୍ୱ ନେଉଥିବାକୁ ନେଇ ଚାପା ଅସନ୍ତୋଷ ସୃଷ୍ଟି ହୋଇଥିଲା । ଆଜିର ସଭାକୁ ଏହି ବିବାଦୀୟ ନେତାମାନଙ୍କ ପାଇଁ ‘ବିଦାୟକାଳୀନ’ ସମ୍ବର୍ଦ୍ଧନା ସଭା ବୋଲି ଦଳର ଯୁବ-ଛାତ୍ର ଶିବିରରେ ଚର୍ଚ୍ଚା ହେଉଥିବାବେଳେ ନୂଆ ନେତାଙ୍କୁ ଶୀଘ୍ର ଦାୟିତ୍ୱ ହସ୍ତାନ୍ତର ପାଇଁ ଦାବି ହୋଇଥିବା ଜଣାପଡ଼ିଛି ।

ଡବଲ ଇଞ୍ଜିନ ସରକାରଙ୍କ ବର୍ଷପୂର୍ତ୍ତିକୁ ବିରୋଧ

ପୁରୀଠାରେ ବିଜେଡିର ଯୁବ-ଛାତ୍ର ଜନଜାଗରଣ ସମାବେଶରେ ଦଳର ନେତାମାନେ ରାଜ୍ୟରେ ବିଜେପି ସରକାରର ଏକ ବର୍ଷ ଓ କେନ୍ଦ୍ରରେ ମୋଦି ସରକାରଙ୍କ ୧୧ବର୍ଷର ଶାସନକୁ ‘ସବୁ କ୍ଷେତ୍ରରେ ବିଫଳ’ ବୋଲି ଅଭିଯୋଗ କରିଛନ୍ତି । ବିଶେଷକରି ବିଜେପି ସରକାର ନିଜର ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିନଥିବା, ଯୁବ ଓ ଛାତ୍ରଙ୍କ ପାଇଁ ବେରୋଜଗାରୀ ସମସ୍ୟା, ଆମ୍ବ ଟାକୁଆ ଖାଇ ମୃତ୍ୟୁ, ମଦମୃତ୍ୟୁ, ମହାନଦୀ ଓ ପୋଲାଭରମ ପ୍ରସଙ୍ଗରେ ସରକାରଙ୍କ ନିରବତା ଏବଂ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତିର ଅବନତି ଭଳି ପ୍ରସଙ୍ଗ ସମେତ ‘ବଷର୍କୁ ୨ କୋଟି ଚାକିରି’ର ପ୍ରତିଶ୍ରୁତି ମିଛ ପ୍ରଚାର ବୋଲି ବିଜେଡି ଅଭିଯୋଗ କରିଛି । ଆଜିର ସଭାରେ ଦଳର ଆଗଧାଡ଼ିର ନେତାମାନେ ଉପସ୍ଥିତ ଥିଲେ ମଧ୍ୟ ଅଧିକାଂଶ ଯୁବ-ଛାତ୍ର ନେତାମାନଙ୍କୁ ଭାଷଣ ଦେବାର ସୁଯୋଗ ମିଳିଥିଲା ।

ଅରୁଣଙ୍କ ନେତୃତ୍ୱ ଫର୍ମୂଲାକୁ ସୌଭିକଙ୍କ ସମର୍ଥନ

ଦଳର ପ୍ରଭାବଶାଳୀ ବରିଷ୍ଠ ବିଧାୟକ ଅରୁଣ ସାହୁ ଆଜିର ସଭାରେ ଯୁବ-ଛାତ୍ର ନେତା-କର୍ମୀମାନଙ୍କୁ ନେତୃତ୍ୱ ନେବାର ଏହା ଏକ ବଡ଼ ସୁଯୋଗ ବୋଲି କହି ଆହ୍ୱାନ ଦେଇଛନ୍ତି । ଯେଉଁମାନେ ଏବେ ଲଢ଼େଇ ଭିତରେ ରହିବେ ସେମାନଙ୍କ ଭବିଷ୍ୟତ ଉଜ୍ଜ୍ୱଳ । ଦଳ ନିର୍ବାଚନରେ ହାରିଛି ଓ ଏବେ ସମସ୍ତଙ୍କ ପାଇଁ ସୁଯୋଗ ରହିଛି । ଯିଏ ନିଜର ଦକ୍ଷତା ଦେଖାଇ ଏହି ଲଢ଼େଇରେ ଆଗକୁ ଆସି ସଂଗଠନ ପାଇଁ କାମ କରିବ ସିଏ ନେତୃତ୍ୱ ନେବ ବୋଲି କହି ପରୋକ୍ଷରେ ବର୍ତ୍ତମାନର ନେତୃତ୍ୱ ନେଉଥିବା ପ୍ରଣବ ବଳବନ୍ତରାୟ ଓ ବ୍ୟୋମକେଶଙ୍କ ମାମଲାତିକୁ ପରୋକ୍ଷରେ ଶକ୍ତ ଝଟକା ଦେଇଛନ୍ତି । ଅରୁଣଙ୍କ ଏହି ମନ୍ତବ୍ୟ ପରେ ବିଜେଡି ବିଧାୟକ ସୌଭିକ ବିଶ୍ୱାଳ ମଧ୍ୟ ଅନୁରୂପ ଢଙ୍ଗରେ ଆଗଧାଡ଼ିର ନେତାମାନଙ୍କୁ ଟାର୍ଗେଟ୍ କରିଥିଲେ । ସେ କହିଥିଲେ ଯେ, ଦଳର ବିପର୍ଯ୍ୟୟ ଗ୍ରହଣୀୟ ନୁହେଁ । ଯେଉଁମାନେ ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦରେ ନିଜର ଆର୍ଥିକ ସ୍ଥିତିକୁ ଯଥେଷ୍ଟ ମଜଭୂତ କରିଛନ୍ତି ସେମାନେ ବିପର୍ଯ୍ୟୟ ପରେ ପ୍ରଚ୍ଛଦପଟ୍ଟରେ ରୁହନ୍ତୁ । ଯେଉଁମାନେ ଦଳ ପାଇଁ ରକ୍ତ ଓ ସମୟ ଦେଇ ଝାଳ ବୁହାଇଛନ୍ତି ସେମାନେ ଆଗକୁ ଆସନ୍ତୁ । ସତ୍ୟଧର୍ମନ୍ୟାୟ ଓ ନିଷ୍ଠାରେ ରହି ଦଳ ପାଇଁ କାମ କରୁଥିବା ନେତା-କର୍ମୀମାନଙ୍କୁ ଆଗକୁ ଛଡ଼ାଯାଉ ବୋଲି ଶ୍ରୀ ବିଶ୍ୱାଳ କହିଥିଲେ । ଏହି ଦୁଇ ନେତା ପରୋକ୍ଷରେ ଦଳର ଯୁବ-ଛାତ୍ର ସଂଗଠନରେ ନୂଆ ନେତୃତ୍ୱଙ୍କ ପାଇଁ ମାର୍ଗ ପ୍ରଶସ୍ତ ଉପରେ ଗୁରୁତ୍ୱ ଦେବା ଏବେ ବିଜେଡି ଶିବିରରେ ଚର୍ଚ୍ଚାର ବିଷୟ ପାଲଟିଛି ।

‘ବିଦାୟକାଳୀନ ସଭା’ ନେଇ ଗୁଞ୍ଜରଣ

ପୁରୀରେ ଆୟୋଜିତ ଏହି ଜନଜାଗରଣ ସଭାରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଯୁବ-ଛାତ୍ର ନେତାମାନେ ଯୋଗ ଦେଇଥିଲେ । ମାତ୍ର ସଭା ମଂଚକୁ ଉଭୟ ବ୍ୟୋମକେଶ ଓ ପ୍ରଣବ ବଳବନ୍ତରାୟ ପରିଚାଳନା କରିବାକୁ ନେଇ ଯୁବ-ଛାତ୍ର ନେତାମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଥିଲା । ଯଦିଓ କେହି ଖୋଲାଖୋଲି ବିରୋଧ କରିନଥିଲେ ମାତ୍ର ଏହି ଦୁଇ ନେତାଙ୍କର ଏହା ଯୁବ-ଛାତ୍ର ସଂଗଠନରୁ ‘ବିଦାୟକାଳୀନ ସଭା’ ବୋଲି ଚର୍ଚ୍ଚା ହେଉଛି । ଏହି ଜନଜାଗରଣ ସମାବେଶରେ ବିଜେଡିର ଯୁବ ଓ ଛାତ୍ର ୟୁନିଟର ନେତୃତ୍ୱକୁ ନେଇ ଗୁରୁତର ବିବାଦ ସାମ୍ନାକୁ ଆସିଛି । ଦଳ ନିଜର ରାଜ୍ୟସ୍ତରୀୟ ଯୁବ-ଛାତ୍ର କମିଟିକୁ ଅକାମୀ ଘୋଷଣା କରିଥିବା ସତ୍ତ୍ୱେ ଏହି ସମାବେଶରେ ବିଜେଡି ପ୍ରଣବ ବଳବନ୍ତରାୟ ଓ ବ୍ୟୋମକେଶ ରାୟଙ୍କୁ ଯୁବ-ଛାତ୍ର ଚେହେରା ଭାବେ ଆଗକୁ ଆଣିଥିଲା । ଏହି ଦୁଇ ନେତାଙ୍କ ବୟସ ୫୦ ବର୍ଷ ଛୁଇଁଲାଣି । ଦଳରେ ଦକ୍ଷ ଯୁବ-ଛାତ୍ର ଚେହେରାଙ୍କ ଅଭାବ ମଧ୍ୟ ନାହିଁ । କିନ୍ତୁ ଚିଟଫଣ୍ଡ କାରବାର ଏବଂ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭାଇମାନଙ୍କ ସହ ସଂର୍ପକ ଭଳି ବିବାଦରେ ଛନ୍ଦି ହୋଇଥିବା ଏହି ଦୁଇଜଣଙ୍କୁ କାହିଁକି ଆଗକୁ ଅଣାଯାଇଛି ତାକୁ ନେଇ ଦଳର ଯୁବ-ଛାତ୍ର ଶିବିରରେ ଅସନ୍ତୋଷ ଦେଖାଦେଇଥିବା ଜଣାପଡ଼ିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story