Advertisment

BJD ବିଧାୟକ ପଦ୍ମନାଭ ବେହେରାଙ୍କ ପ୍ରାର୍ଥିତ୍ୱକୁ ବିରୋଧ

ବୀରମହାରାଜପୁର ନିର୍ବାଚନମଣ୍ଡଳୀ ବିଜେଡି ଗଡ଼ ଭାବେ ପରିଚିତ ହୋଇଥିଲା। ୨୦୦୦ ମସିହାରୁ ବୀରମହାରାଜପୁର ନିର୍ବାଚନମଣ୍ଡଳୀକୁ ବିଜେଡି ନିଜ କବ୍‌ଜାରେ ରଖିଛି।

author-image
Manoranjan Sial
BJD

BJD

ଲଗାତାର ୩ ଥର BJDରୁ ବିଧାୟକ ହୋଇଥିଲେ ପଦ୍ମନାଭ ବେହେରାଙ୍କ ଅଡୁଆ ବଢ଼ିଲା। ପ୍ରାର୍ଥୀ ଘୋଷଣା ପରେ ତାଙ୍କୁ ଜୋରଦାର ବିରୋଧ କରାଯାଉଛି। ପଦ୍ମନାଭ ବେହେରାଙ୍କ ପ୍ରାର୍ଥିତ୍ୱକୁ ବିରୋଧ ଜିଲ୍ଲା ବୀରମହାରାଜପୁର ବ୍ଲକ୍‌ ଯୁବ ବିଜେଡି ସଭାପତି ନାରାୟଣ ଲୁହାଙ୍କ ସମେତ ଶତାଧିକ ସମର୍ଥନ ଇସ୍ତଫା ଦେଇଛନ୍ତି। ତେବେ ସେମାନେ କେଉଁ ଦଳରେ ଯୋଗଦେବେ, ସେନେଇ ମୁହଁ ଖୋଲିନାହାନ୍ତି। ସମୟ ଥାଉଁଥାଉଁ ବିବାଦ ସମାଧାନ ନହେଲେ ପଦ୍ମନାଭ ବେହେରାଙ୍କ ଅଡୁଆ ଜଟିଳ ହୋଇପାରେ ବୋଲି ମତପ୍ରକାଶ ପାଉଛି।

Advertisment

ବୀରମହାରାଜପୁର ନିର୍ବାଚନମଣ୍ଡଳୀ ବିଜେଡି ଗଡ଼ ଭାବେ ପରିଚିତ ହୋଇଥିଲା। ୨୦୦୦ ମସିହାରୁ ବୀରମହାରାଜପୁର ନିର୍ବାଚନମଣ୍ଡଳୀକୁ ବିଜେଡି ନିଜ କବ୍‌ଜାରେ ରଖିଛି। ତେବେ ୨୦୦୯ ମସିହାରୁ ପଦ୍ମନାଭ ବେହେରା ଲଗାତାର ତିନି ଥର ଜିତି ଆସୁଛନ୍ତି। ଦଳ ତାଙ୍କୁ ଏଥର ପୁଣି ଥରେ ପ୍ରାର୍ଥୀ କରିଛି। ହେଲେ ତାଙ୍କ ପ୍ରାର୍ଥିତ୍ୱକୁ ବିରୋଧ କରିଛନ୍ତି ବୀରମହାରାଜପୁର ବ୍ଲକ୍‌ ଯୁବ ବିଜେଡି ସଭାପତି ନାରାୟଣ ଲୁହା। କାରଣ ଚଳିତ ସାଧାରଣ ନିର୍ବାଚନରେ ସେ ଆଶାୟୀ ଥିଲେ। ଏପରିକି ନିର୍ବାଚନମଣ୍ଡଳୀର କର୍ମକର୍ତ୍ତା ଓ ବରିଷ୍ଠ ନାଗରିକଙ୍କଠାରୁ ସଂଗ୍ରହ କରିଥିବା ୧୦ ହଜାର ଦସ୍ତଖତ ନବୀନ ନିବାସ ପଠାଇଥିଲେ। ଆଉ ଭାବିଥିଲେ ବିଜେଡି ମୁଖିଆ ତାଙ୍କ ମୁଣ୍ଡରେ ଆଶୀର୍ବାଦ ଢ଼ାଳିବେ। ହେଲେ ପ୍ରାର୍ଥୀ ଘୋଷଣା ପରେ ସବୁକିଛି ଓଲଟ ପାଲଟ ହୋଇଗଲା। ପଦ୍ମନାଭ ବେହେରାଙ୍କୁ ବିଜେଡି ପୁଣି ଥରେ ପ୍ରାର୍ଥୀ କରିଥିଲା।

ପଦ୍ମନାଭ ବେହେରାଙ୍କ ପ୍ରାର୍ଥିତ୍ୱକୁ ବିରୋଧ କରି ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି ନାରାୟଣ ଲୁହା। ଏଥିସହ ତାଙ୍କ ପତ୍ନୀ ତଥା ବୀରମହାରାଜପୁର ବ୍ଲକ୍‌ ଅଧ୍ୟକ୍ଷା ଶାନ୍ତି ଲୁହାଙ୍କ ସମେତ ବ୍ଲକ୍‌ର ବହୁ ସରପଞ୍ଚ, ସମିତି ସଭ୍ୟ, ପୂର୍ବତନ ସରପଞ୍ଚ, ସମିତି ସଭ୍ୟ ଓ ବିଜେଡି କର୍ମକର୍ତ୍ତା ସାମୁହିକ ଇସ୍ତାଫା ଦେଇଛନ୍ତି। ନିଜର ଇସ୍ତଫାପତ୍ର ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ପଠାଇ ଦେଇଛନ୍ତି। ବିଜେଡିରୁ ଇସ୍ତଫା ପରେ ନାରାୟଣ ଲୁହା ଓ ତାଙ୍କ ସମର୍ଥକଙ୍କ ଆଗାମୀ ରଣନୀତି କଣ ହେବ, ତାହା ଜଣାପଡ଼ି ନାହିଁ।

Advertisment
BJDବିଜେଡିରୁ ଇସ୍ତଫା ଦେବା ପରେ ...

ବିଜେଡିରୁ ଇସ୍ତଫା ପରେ ନାରାୟଣ ଲୁହା କହିଛନ୍ତି, ବୀରମହାରାଜପୁର ନିର୍ବାଚନମଣ୍ଡଳୀ ଅଞ୍ଚଳବାସୀ ଚାହୁଁଥିଲେ ଜଣେ ସ୍ଥାନୀୟ ନେତା ପ୍ରାର୍ଥୀ ହୁଅନ୍ତୁ। ଆଉ ବିଦେଶୀ ଲୋକଙ୍କୁ ହଟାଯାଉ। ତେଣୁ ମୁଁ ନିର୍ବାଚନମଣ୍ଡଳୀର ପ୍ରତ୍ୟେକ ଗାଁକୁ ଯାଇଥିଲି ଓ ବିଜେଡି ସଙ୍ଗଠନକୁ ସୁଦୃଢ଼ କରିଥିଲି। ମୁଁ ପ୍ରାର୍ଥୀ ହେବି ବୋଲି ବୀରମହାରାଜପୁର ନିର୍ବାଚନମଣ୍ଡଳୀର ଉଲୁଣ୍ଡା ଓ ବିନିକାର ପ୍ରତ୍ୟେକ ବ୍ୟକ୍ତି ଚାହୁଁଥିଲେ। ହେଲେ ମୋତେ ଅଣଦେଖା କରାଗଲା। ତେଣୁ ମୁଁ ବିଜେଡିରୁ ଇସ୍ତଫା ଦେଇଛି। ଆଗାମୀ ଦିନରେ ମାଆ ଓ ମାଟିର ବିକାଶ ପାଇଁ କାମ କରିବି। ବିଜେଡି ପ୍ରାର୍ଥୀଙ୍କୁ ଆଗାମୀ ଦିନରେ ଜୋରଦାର ବିରୋଧ କରାଯିବ। ସଭା ସମିତି କରିବାକୁ ଦିଆଯିବ ନାହିଁ ବୋଲି ନାରାୟଣ ଲୁହା କହିଛନ୍ତି।

ରିପୋର୍ଟ- ସୁବର୍ଣ୍ଣପୁରରୁ ରବୀନ୍ଦ୍ର ହୋତା

BjD Subarnpur Loksabha Election