Advertisment

ଭୁବନେଶ୍ୱର ଡିସିପିଙ୍କୁ ଭେଟି ଭାଇରାଲ ଅଡିଓର ତଦନ୍ତ ଦାବି କଲା ଯୁବ କଂଗ୍ରେସ, ବିଜେଡି ବିଧାୟକଙ୍କ ସମ୍ପୃକ୍ତି ଅଭିଯୋଗ

ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଭୁବନେଶ୍ୱର ଡିସିପିଙ୍କୁ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରି ଘଟଣାର ସତ୍ୟ ଉନ୍ମୋଚନ କରିବା ସହ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରିଛନ୍ତି

author-image
Ordigital Desk
ଅଦ୍ୟତନ ହୋଇଛି
undefined

congress bhawan

ରାଜଧାନୀ ଭୁବନେଶ୍ୱରର ଜଣେ ବିଜେଡି ବିଧାୟକ ସମ୍ପୃକ୍ତ ଥିବା ଏକ ଭାଇରାଲ ଅଡିଓର ତଦନ୍ତ ଦାବିରେ ଯୁବ କଂଗ୍ରେସ ପ୍ରତିନିଧି ଦଳ ଆଜି ଭୁବନେଶ୍ୱର ଡିସିପିଙ୍କୁ ଭେଟି ଦାବି ଜଣାଇଛନ୍ତି। ପୂର୍ବରୁ ଯୁବ କଂଗ୍ରେସ ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ଅଡିଓ ଭାଇରାଲ ଓ ଏଥିରେ ସମ୍ପୃକ୍ତ ବିଜେଡି ବିଧାୟକଙ୍କ ସମ୍ପର୍କରେ ଅବଗତ କରାଇଥିଲା। ସାମ୍ବାଦିକ ସମ୍ମିଳନୀର ୫ ଦିନ ବିତିଗଲାପରେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆନଯିବାରୁ ପ୍ରଦେଶ ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଭୁବନେଶ୍ୱର ଡିସିପିଙ୍କୁ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରି ଘଟଣାର ସତ୍ୟ ଉନ୍ମୋଚନ କରିବା ସହ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରିଛନ୍ତି।

Advertisment

ଶ୍ରୀ ପାତ୍ର କହିଛନ୍ତି ଯେ, ଏହି ଘଟଣାର ତଦନ୍ତ ହେଲେ ବହୁ ସାଂଘାତିକ ତଥ୍ୟ ପଦାକୁ ଆସିବ। ଏଥିରେ ସଂପୃକ୍ତ ଶାସକ ଦଳର ରାଜନେତାଙ୍କର ଅସଲ ମୁଖା ପଦାରେ ପଡ଼ିଯିବ । ରାଜଧାନୀ ଭୁବନେଶ୍ୱରେ ଯଦି ନିର୍ବାଚିତ ଜନପ୍ରତିନିଧିମାନେ ଏଭଳି ଅପରାଧିକ ଏବଂ ନିନ୍ଦନୀୟ ଘଟଣାରେ ସଂପୃକ୍ତ ରହୁଛନ୍ତି ତା’ହେଲେ କୋରାପୁଟ, ମାଲକାନଗିରି ଓ ମୟୁରଭଞ୍ଜରେ କଣ ନହେଉଥିବ ବୋଲି କଂଗ୍ରେସ ପ୍ରଶ୍ନ କରିଛି। 

ପୂର୍ବରୁ ଯୁବ କଂଗ୍ରେସ ଏକ ସାମ୍ବାଦିକ ସମ୍ମିଳନୀ କରି କହିଥିଲା ଯେ, ଏହି ଭାଇରାଲ ଅଡିଓଟି ବହୁ ଚର୍ଚ୍ଚିତ ବିଜେବି କଲେଜର ଛାତ୍ରୀ ରୁଚିକା ଆତ୍ମହତ୍ୟା କାଣ୍ଡସହ କିଛି ସାମସ୍ୟ ରହିିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଏହି ଯେ, ଅଡ଼ିଓରେ କଥା ହେଉଥିବା ବ୍ୟକ୍ତି ଜଣକ ଭୁବନେଶ୍ୱରର ଜଣେ ବିଧାୟକ ବୋଲି ସ୍ପଷ୍ଟ ଜଣାପଡ଼ୁଛି । ତାଙ୍କ ସହକଥା ହେଉଥିବା ମହିଳା ଜଣକ ତାଙ୍କୁ ବିଧାୟକ ବୋଲି ସମ୍ବୋଧନ କରୁଛନ୍ତି। ମହିଳା ଜଣକ ଯେଉଁ ଦୁଇଟି ପରିବାର ବିଧାୟକଙ୍କ ପାଇଁ ନଷ୍ଟ ହୋଇଯାଇଛି ସେ ସମ୍ପର୍କରେ ଉକ୍ତ ଅଡିଓରେ ଉଲ୍ଲେଖ କରିଛନ୍ତି। ଏହି ଅଡିଓରୁ ଜଣାପଡ଼ୁଛି ଯେ ଭୁବନେଶ୍ୱରରେ କଲେଜ ବା ୟୁନିର୍ଭସିଟିରେ ମହିଳାମାନେ ଅସୁରକ୍ଷିତ ଏବଂ ଏହି ପରିସ୍ଥିତି ହିଁ ଶାସକ ଦଳର ଜନପ୍ରତିନିଧିମାନେ ସୃଷ୍ଟି କରୁଛନ୍ତି ବୋଲି ଯୁବ କଂଗ୍ରେସ ଅଭିଯୋଗ କରିଛି । ତେବେ ଭୁବନେଶ୍ୱର ଡିସିପି ଘଟଣାର ତଦନ୍ତ କରିବାପାଇଁ ପ୍ରତିଶ୍ରୁତି ଦେଇଛନ୍ତ।

Advertisment

ଆଜିର ଏହି ପ୍ରତିନିଧି ଦଳରେ ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସଂପାଦକ ସୁଦୀପ ସାମଲ, ମହମ୍ମଦ ଗୁଲଫାମ, ସ୍ୱାଗତ କର, ଅମରେଶ ପରିଡ଼ା, ମହମ୍ମଦ ପରଭେଜ, ବିରଂଚି ବାରିକ, ଉଦିତ ପ୍ରଧାନ, ନିହାର ବେହେରା ପ୍ରମୁଖ ସାମିଲ ଥିଲେ।

BjD Congress