Advertisment

ରାଜଧାନୀରେ ଦମ୍ ଦେଖାଇଲା ଯୁବ କଂଗ୍ରେସ: ନବୀନ ନିବାସ ଘେରାଉ ଉଦ୍ୟମ, ପୁଲିସ ସହ ଧସ୍ତାଧସ୍ତି

ମାଷ୍ଟରକ୍ୟାଣ୍ଟିନ ଛକରେ ଆୟୋଜିତ ‘ନବୀନ ହଟାଅ ଓଡ଼ିଶା ବଂଚାଅ’ ସମାବେଶକୁ ସମ୍ବୋଧିତ କରି ଏଆଇସିସି ଯୁବ କଂଗ୍ରେସ ସଭାପତି ଶ୍ରୀନିବାସ କହିଥିଲେ ଯେ, ଓଡ଼ିଶାରେ ନବୀନ-ମୋଦିଙ୍କ ସରକାର ଚାଲିଛି ।

Congress

Congress

Advertisment

ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜ୍ୟରେ କଂଗ୍ରେସ ସେତେ ସଂଗଠିତ ହେବାରେ ଲାଗିଛି । ସପ୍ତାହକ ମଧ୍ୟରେ ଦ୍ୱିତୀୟ ଥର ପାଇଁ କଂଗ୍ରେସ ଆଜି ରାଜଧାନୀରେ ନିଜର ଦମ୍ ଦେଖାଇଛି । ପୂର୍ବରୁ ମହିଳା କଂଗ୍ରେସ ନେତୃତ୍ୱରେ ନବୀନ ନିବାସ ଘେରାଉ ପାଇଁ ଦଳର କର୍ମୀ ଓ ନେତାମାନେ ଉଦ୍ୟମ କରି ପୁଲିସ ସହ ଧସ୍ତାଧସ୍ତି ହୋଇଥିବାବେଳେ ଆଜି ଯୁବ କଂଗ୍ରେସ ପକ୍ଷରୁ ବିଶାଳ ରାଲି ନବୀନ ନିବାସ ଅଭିମୁଖେ ଯିବାବେଳେ ପୁଲିସ ସହ ମୁହାଁମୁହିଁ ହୋଇଥିଲେ । ପ୍ରଦେଶ ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ରଙ୍କ ନେତୃତ୍ୱରେ ଆୟୋଜିତ ଏହି ‘ନବୀନ ହଟାଅ ଓଡ଼ିଶା ବଂଚାଅ’ ବିକ୍ଷୋଭ ସମାବେଶ ଓ ନବୀନ ନିବାସ ଘେରାଉ ରାଲିରେ ଏଆଇସିସି ଯୁବ କଂଗ୍ରେସ ସଭାପତି ବିଭି ଶ୍ରୀନିବାସଙ୍କ ସମେତ ଦଳର ବହୁ ବରିଷ୍ଠ ନେତାମାନେ ସାମିଲ ହୋଇଥିଲେ । ରାଜ୍ୟର ବିଭିନ୍ନ ଭାଗରୁ କଂଗ୍ରେସ ନିଜର ହଜାର ହଜାର କର୍ମୀଙ୍କୁ ଆଣି ରାଜଧାନୀରେ ଶକ୍ତି ପ୍ରଦର୍ଶନ କରିଛି ।

Advertisment

ମାଷ୍ଟରକ୍ୟାଣ୍ଟିନ ଛକରେ ଆୟୋଜିତ ‘ନବୀନ ହଟାଅ ଓଡ଼ିଶା ବଂଚାଅ’ ସମାବେଶକୁ ସମ୍ବୋଧିତ କରି ଏଆଇସିସି ଯୁବ କଂଗ୍ରେସ ସଭାପତି ଶ୍ରୀନିବାସ କହିଥିଲେ ଯେ, ଓଡ଼ିଶାରେ ନବୀନ-ମୋଦିଙ୍କ ସରକାର ଚାଲିଛି । ଏ ସରକାର ହେଉଛି ରାଙ୍ଗାବିଲ୍ଲାଙ୍କ ସରକାର ବୋଲି କହି ସେ ତାଚ୍ଛଲ୍ୟ କରିଥିଲେ । ମୋଦୀ ଓ ନବୀନଙ୍କର ନୀତି ନିଷ୍ପତ୍ତି ଏକ । ଓଡ଼ିଶାର ଉଚ୍ଚଶିକ୍ଷା ଡିଗ୍ରୀଧାରୀ ଶିକ୍ଷିତ ଯୁବକମାନେ ଓଡ଼ିଶା ବାହାରେ ଯାଇ ବଂଚିବା ପାଇଁ ସଂଘର୍ଷ କରୁଛନ୍ତି ଓ ଯେକୌଣସି ଛୋଟିଆ ଚାକିରିଟିଏ କରି ଜୀବିକା ନିର୍ବାହ କରୁଛନ୍ତି । ତା’ର କାରଣ ନବୀନ ସରକାର ସେମାନଙ୍କୁ କର୍ମ ସଂସ୍ଥାନ ବା ନିଯୁକ୍ତି ଯୋଗାଇ ପାରୁନାହାନ୍ତି ।

ନବୀନ ସରକାର ବର୍ଷକୁ ଯେଉଁ ଦୁଇ ଲକ୍ଷ ନିଯୁକ୍ତି ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ସେଥିରେ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି। ଓଡ଼ିଶାରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ବିପର୍ଯ୍ୟସ୍ତ । ଓଡ଼ିଶା ସରକାରଙ୍କର ସ୍ୱାସ୍ଥ୍ୟ ସେବାରେ ୫୦ ପ୍ରତିଶତ ଡାକ୍ତର ନାହାନ୍ତି । ନବୀନ ସରକାର ଚାଷୀକୁ ଧୋକା ଦେଇଛନ୍ତି । ଏଠି ଚାଷୀ ଆତ୍ମହତ୍ୟା ବଢ଼ିଚାଲିଛି । ଓଡ଼ିଶାର ଚାଷୀ ଦେଶର ଅନ୍ୟ ରାଜ୍ୟ ତୁଳନାରେ ସବୁଠାରୁ ଗରିବ । ଏଠି ମହିଳାମାନଙ୍କୁ ସରକାର ସୁରକ୍ଷା ଓ ନ୍ୟାୟ ଦେଇପାରୁନାହାନ୍ତି । ନବୀନ ସରକାର ଦୁର୍ନିତିରେ ବୁଡ଼ି ରହିଛି । ଖଣି, ଡାଲି, ପାଣି, ଜମି, ଚିଟ୍‌ଫଣ୍ଡ ଓ ଛାତ୍ରବୃତି ଦୁର୍ନୀତି ପାଇଁ ଜନସାଧାରଣରେ ନବୀନ ସରକାର ନିନ୍ଦିତ । ଓଡ଼ିଶାର ସାଧାରଣ ଜନତା ଏବେ କଂଗ୍ରେସକୁ ସମର୍ଥନ କରିବା ପାଇଁ ସଂକଳ୍ପ ନେଇଛନ୍ତି ବୋଲି ସେ କହିଛନ୍ତି ।

Advertisment
Congressଅଣ୍ଡା ଓ ଟମାଟୋ ପଡ଼ିଛି...

ପ୍ରଦେଶ ଯୁବ କଂଗ୍ରେସ ସଭାପତି ଶ୍ରୀ ପାତ୍ର କହିଥିଲେ ଯେ, ନବୀନ ସରକାର ଓଡ଼ିଶାର ଯୁବକମାନଙ୍କର ଶତ୍ରୁ । ଦୀର୍ଘ ୨୪ବର୍ଷ ଶାସନରେ ସେ ଯୁବକମାନଙ୍କର ସ୍ୱାର୍ଥ ପ୍ରତି ଦୃଷ୍ଟି ଦେଇନାହାନ୍ତି । ଓଡ଼ିଶାର ଯୁବକମାନେ ରାଜ୍ୟ ବାହାରେ ଦାଦନ ଖଟୁଥିବାବେଳେ, ଆନ୍ଧ୍ରରେ ଇଟଭାଟିରେ ପଶୁଭଳି ବଂଚୁଥିବାବେଳେ ନବୀନ ସରକାରକୁ ଓଡ଼ିଶା ଯୁବକ କାହିଁକି ସମର୍ଥନ ଦେବେ ବୋଲି ସେ ପ୍ରଶ୍ନ କରିଛନ୍ତି ।

ଏହି ବିକ୍ଷୋଭ ସମାବେଶ ପରେ ଦଳର ବରିଷ୍ଠ ନେତାମାନଙ୍କ ସହ ଯୁବ କଂଗ୍ରେସ ବ୍ୟାନରରେ ରାଜ୍ୟର ବିଭିନ୍ନ ଭାଗରୁ ଆସିଥିବା ହଜାର ହଜାର କଂଗ୍ରେସ କର୍ମୀମାନେ ନବୀନ ନିବାସ ଅଭିମୁଖେ ଯିବାବେଳେ ରାଜମହଲ ଛକଠାରେ ପୁଲିସ ସହ ଧସ୍ତାଧସ୍ତି ହୋଇଥିଲେ । ବହୁ କଂଗ୍ରେସ କମକର୍ତ୍ତାଙ୍କୁ ପୁଲିସ ଗିରଫ କରିଥିଲା ।

ଏହି କାର୍ଯ୍ୟକ୍ରମରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ବିଧାୟକ ତାରାପ୍ରସାଦ ବାହିନିପତି, ସୁରେଶ କୁମାର ରାଉତରାୟ,ବିଜୟ ପଟ୍ଟନାୟକ, ମାନସ ଚୌଧୁରୀ, ଲଲାଟେନ୍ଦୁ ମହାପାତ୍ର, ଶିବାନନ୍ଦ ରାୟ, ବିଶ୍ୱଜିତ ଦାସ, ୟାସିର ନୱାଜ, ପ୍ରକାଶ ମିଶ୍ର, ମନୋଜ ବିଶ୍ୱାଳ, ଆଲୋକ ଲେଙ୍କା,ଅଜୟ ସାହୁ, ସୁଦୀପ ସାମଲ ପ୍ରମୁଖଙ୍କ ସମେତ ରାଜ୍ୟର ସମସ୍ତ ଜିଲ୍ଲା ଯୁବ କଂଗ୍ରେସ ସଭାପତି ଏବଂ କର୍ମକର୍ତାମାନେ

Bhubaneswar Congress Bhubaneswar News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe