Advertisment

୩ ମନ୍ତ୍ରୀଙ୍କୁ କଳା ପତାକା ଦେଖାଇଲା କଂଗ୍ରେସ

ମନ୍ତ୍ରୀମାନେ ସଦଳବେଳେ ଥାଟପାଟ ସହ ଯାଉଥିଲେ। ହେଲେ ଅଧା ରାସ୍ତାରେ ସେମାନଙ୍କୁ କଳା ପତାକା ପ୍ରଦର୍ଶନ କରିଥିଲେ କଂଗ୍ରେସ କର୍ମୀ। ଏପରିକି ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜୀ ଦେଇଥିଲେ।

author-image
Manoranjan Sial
Black Flage

Black Flage

ବ୍ରିଜ୍‌ ଶିଳାନ୍ୟାସ କରିବାକୁ ଯାଉଥିଲ ୩ ମନ୍ତ୍ରୀ। ରାସ୍ତାରେ ସେମାନଙ୍କୁ କଳା ପତାକା ଦେଖାଇଲେ କଂଗ୍ରେସ କର୍ମୀ। ଏପରି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ରେ। ଟିଟିଲାଗଡ଼ର ଦୀର୍ଘ ଦିନ ଦାବି ପୂରଣ ହେଉନଥିବାରୁ କଂଗ୍ରେସ କଳା ପତାକା ଦେଖାଇଥିବା ଜଣାପଡ଼ିଛି।

Advertisment

ଆଜି ଟିଟିଲାଗଡ଼ ଡିଏଭି ସ୍ୱୟଂଶାସିତ କଲେଜରେ ଥିଲା ପ୍ରତିଷ୍ଠା ଦିବସ। ଏଥିରେ ଅତିଥିଭାବେ ସ୍ଥାନୀୟ ବିଧାୟକ ତଥା ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ, ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇ ଓ ମନ୍ତ୍ରୀ ସାରଦା ପ୍ରସାଦ ନାୟକ ଯୋଗଦେଇ ଥିଲେ। କଲେଜରେ କାର୍ଯ୍ୟକ୍ରମ ସରିବା ପରେ ସେମାନେ ପରାସରା ପଞ୍ଚାୟତରେ ନିର୍ମାଣ ହେବାକୁ ଥିବା ୩ଟି ବ୍ରିଜ୍‌ର ଶିଳାନ୍ୟାସ କରିବାକୁ ଯାଉଥିଲେ।

ମନ୍ତ୍ରୀମାନେ ସଦଳବେଳେ ଥାଟପାଟ ସହ ଯାଉଥିଲେ। ହେଲେ ଅଧା ରାସ୍ତାରେ ସେମାନଙ୍କୁ କଳା ପତାକା ପ୍ରଦର୍ଶନ କରିଥିଲେ କଂଗ୍ରେସ କର୍ମୀ। ଏପରିକି ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜୀ ଦେଇଥିଲେ। କୃସୁଡ଼ଠାରେ ଉନ୍ଦେର ନଦୀରେ ମଞ୍ଜୁର ବ୍ୟାରେଜକୁ ଅନ୍ୟତ୍ର ସ୍ଥାନାନ୍ତରିତ କରିଥିବା, ପ୍ରଧାନମନ୍ତ୍ରୀ ଫସଲ ବୀମାରେ ଅନିୟମିତତା, ନୂତନ ବସ୍‌ ଷ୍ଟାଣ୍ଡ ନିର୍ମାଣରେ ଅନିୟମିତତା, ଟିଟିଲାଗଡ଼କୁ ଜିଲ୍ଲା ମାନ୍ୟତା ଦାବିରେ ଯୁବ କଂଗ୍ରେସ କର୍ମୀମାନେ କଳାପତାକା ଦେଖାଇବା ସହ ବିରୋଧ ପ୍ରଦର୍ଶନ କରିଛନ୍ତି। ଏହା ସତ୍ତ୍ୱେ ତିନି ମନ୍ତ୍ରୀ ପ୍ରକଳ୍ପ ଶିଳାନ୍ୟାସ କରି ଫେରିଥିବା ଜଣାପଡ଼ିଛି।

Advertisment

ରିପୋର୍ଟ- ଟିଟିଲାଗଡ଼ରୁ ଅବିନାଶ ନନ୍ଦ

BjD Balangir Bjd Leader