Advertisment

କଂଗ୍ରେସରେ ମିଶିବେ ଜଗନଙ୍କ ଭଉଣୀ, ଆନ୍ଧ୍ରରେ ପାଇବେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ!

ଆନ୍ଧ୍ର ପ୍ରଦେଶରେ କଂଗ୍ରେସ ନିଜ ସ୍ଥିତିକୁ ସଜାଡ଼ିବାକୁ ଚାହୁଁଛି। ଶର୍ମିଲା କଂଗ୍ରେସରେ ମିଶିବା ପରେ ଦଳ ତାଙ୍କୁ ଆନ୍ଧ୍ର ପ୍ରଦେଶରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେବାକୁ ଚିନ୍ତା କରୁଛି।

YS Sharmila

YS Sharmila

Advertisment

ୱାଇଏସ୍‌ଆର୍‌ ତେଲଙ୍ଗାନା ପାର୍ଟିର ପ୍ରତିଷ୍ଠାତା ତଥା ୱାଇଏସ୍‌ଆର୍‌ କଂଗ୍ରେସ ମୁଖ୍ୟ ଓ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ଭଉଣୀ ୱାଇଏସ୍‌ ଶର୍ମିଲା ଚଳିତ ସପ୍ତାହରେ କଂଗ୍ରେସରେ ଯୋଗ ଦେବେ ବୋଲି ଜଣାପଡ଼ିଛି। ତେଲଙ୍ଗାନା ବିଧାନସଭା ନିର୍ବାଚନରେ କଂଗ୍ରେସକୁ ସଫଳତା ମିଳିବା ପରେ ଏହି ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି।

Advertisment

ମିଳିଥିବା ସୂଚନା ଅନୁଯାୟୀ, ଚଳିତ ବର୍ଷ ଆନ୍ଧ୍ର ପ୍ରଦେଶରେ ବିଧାନସଭା ନିର୍ବାଚନ ହେବାର ଅଛି। ତା’ସହିତ ଏଥର ଲୋକସଭା ନିର୍ବାଚନ ମଧ୍ୟ ହେବ। ତା’ପୂର୍ବରୁ ଆନ୍ଧ୍ର ପ୍ରଦେଶରେ କଂଗ୍ରେସ ନିଜ ସ୍ଥିତିକୁ ସଜାଡ଼ିବାକୁ ଚାହୁଁଛି। ଶର୍ମିଲା କଂଗ୍ରେସରେ ମିଶିବା ପରେ ଦଳ ତାଙ୍କୁ ଆନ୍ଧ୍ର ପ୍ରଦେଶରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେବାକୁ ଚିନ୍ତା କରୁଛି। ସେହିଭଳି ଯେଉଁମାନେ ଜଗନ ମୋହନ ରେଡ୍ଡୀଙ୍କ ୱାଇଏସ୍‌ଆର୍‌ କଂଗ୍ରେସ ଛାଡ଼ି କଂଗ୍ରେସରେ ମିଶିବାକୁ ଚାହୁଁଛନ୍ତି, ଦଳ ସେମାନଙ୍କୁ ମଧ୍ୟ ଗ୍ରହଣ କରିବାକୁ ପ୍ରସ୍ତୁତ ହୋଇଛି।

ଆନ୍ଧ୍ର ପ୍ରଦେଶର ମୁଖ୍ୟ ବିରୋଧୀ ତେଲୁଗୁ ଦେଶମ ପାର୍ଟି (TDP) ଲୋକଙ୍କ ଉପରେ ପ୍ରଭାବ ବିସ୍ତାର କରିବାକୁ ସଂଘର୍ଷ କରୁଥିବା ବେଳେ କଂଗ୍ରେସ ଏହାର ଫାଇଦା ନେବାକୁ ଯୋଜନା କରୁଥିବା ଜଣାପଡ଼ିଛି। ରାଜ୍ୟରେ କଂଗ୍ରେସର ଭାଗ୍ୟ ପରିବର୍ତ୍ତନ କରି ଦେଲା ଭଳି ପରିଶ୍ରମ କରିବାକୁ ଆଉ ଦଳୀୟ ନେତାଙ୍କ ପାଖରେ ସମୟ ନାହିଁ, କିନ୍ତୁ ଦଳ ଆଶା ରଖିଛି ଯେ ଶର୍ମିଲାଙ୍କୁ ବଡ଼ ଦାୟିତ୍ୱ ଦେଲେ (ଯେମିତିକି ଆନ୍ଧ୍ର ପ୍ରଦେଶ କଂଗ୍ରେସର ସଭାପତି) କିଛି ପରିମାଣରେ ସୁଫଳ ମିଳିବ। ଅନ୍ୟପକ୍ଷରେ ଭାଇ ଜଗନ ମୋହନ ରେଡ୍ଡୀଙ୍କ ସହିତ ସଂପର୍କ ଖରାପ ହେବା ପରେ ଏବେ ଦଳ ଚଳାଇବାକୁ ପାଣ୍ଠି ପାଇଁ ସଂଘର୍ଷ କରୁଛନ୍ତି ଶର୍ମିଲା। ତେଣୁ ରାଜନୀତିକ କ୍ୟାରିୟରକୁ ଆଗକୁ ନେବାକୁ ସେ କଂଗ୍ରେସରେ ମିଶିବାକୁ ଚାହୁଁଥିବା ଜଣାପଡ଼ିଛି।

Advertisment

ଶର୍ମିଲା ୱାଇଏସ୍‌ଆର୍‌ କଂଗ୍ରେସରେ ଥିଲେ। କିନ୍ତୁ ଭାଇ ଜଗନ ମୋହନ ରେଡ୍ଡୀଙ୍କ ସହିତ ତାଙ୍କର ମତାନ୍ତର ହୋଇଥିଲା। ସେ ୨୦୨୧ରେ ସେ ୱାଇଏସ୍‌ଆର୍‌ କଂଗ୍ରେସ ଛାଡ଼ି ୱାଇଏସ୍‌ଆର୍‌ ତେଲଙ୍ଗାନା ପାର୍ଟି ଗଠନ କରିଥିଲେ। ଭାଇଙ୍କ ସହିତ ତାଙ୍କର ରାଜନୀତିକ ମତ ପାର୍ଥକ୍ୟ ଥିବା ତଥା ତେଲଙ୍ଗାନାରେ ୱାଇଏସ୍‌ଆର୍‌ କଂଗ୍ରେସର କୌଣସି ପ୍ରଭାବ ନଥିବା ଦର୍ଶାଇ ସେ ନୂଆ ଦଳ ଗଠନ କରିଥିଲେ ଓ କେ ଚନ୍ଦ୍ରଶେଖର ରାଓଙ୍କ ନେତୃତ୍ୱାଧୀନ ସରକାର ବିରୋଧରେ ପ୍ରଚାର ଚଲାଇଥିଲେ। ତେବେ ଚଳିତ ବର୍ଷ ତେଲଙ୍ଗାନା ବିଧାନସଭା ନିର୍ବାଚନରେ ସେ ଲଢ଼ି ନଥିଲେ। ରାଜ୍ୟରେ କଂଗ୍ରେସର ଭଲ ସ୍ଥିତିରେ ଅଛି ଓ ନିର୍ବାଚନ ଜିତିବ କହି ସେ ନିର୍ବାଚନ ଲଢ଼ି ନଥିଲେ।

YS Sharmila Pradesh Congress Committee
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe