Advertisment

କଂଗ୍ରେସ ସହ ନୁହେଁ, ଏକାକୀ ୧୧୯ ଆସନରେ ଲଢ଼ିବ ଶର୍ମିଲାଙ୍କ ଦଳ

ତେଲେଙ୍ଗାନାବାସୀ ନଭେମ୍ବର ୩୦ରେ ଭୋଟ ଦେବେ। ଡିସେମ୍ବର ୩ରେ ରେଜଲ୍ଟ ପ୍ରକାଶ ପାଇବ।

author-image
Hemant Lenka
Sharmila

Sharmila

ଆସନ୍ତା ମାସରେ ଭୋଟ ଦେବାକୁ ଯାଉଥିବା ତେଲେଙ୍ଗାନାର ସମସ୍ତ ୧୧୯ ଆସନରେ ପ୍ରାର୍ଥୀ ଦେବ ୱାଇଏସ ଶର୍ମିଲାଙ୍କ ଦଳ। ଆଜି ଶର୍ମିଲା ଏକଥା ଘୋଷଣା କରିବା ସହ ତାଙ୍କ ଦଳ ୱାଇଏସ୍‌ଆର ତେଲେଙ୍ଗାନା କାହା ସହ ମେଣ୍ଟ କରିବ ନାହିଁ ବୋଲି ମଧ୍ୟ ସ୍ପଷ୍ଟ କରିଛନ୍ତି।

Advertisment

ତେଲେଙ୍ଗାନାର କ୍ଷମତାସୀନ ବିଆରଏସ୍‌ ବିରୋଧରେ ଶର୍ମିଲା ଓ କଂଗ୍ରେସ ଏକାଠି ଲଢ଼ିବେ ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ଆଜି ଶର୍ମିଲା ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଦେଇଛନ୍ତି। ସେ କଂଗ୍ରେସ ସହ ଡିଲ କରିବାକୁ ୪ ମାସ ଅପେକ୍ଷା କରି ରହିଥିଲେ ମଧ୍ୟ କୌଣସି ସକାରାତ୍ମକ ଫଳାଫଳ ମିଳି ନଥିବା ମଧ୍ୟ କହିଛନ୍ତି।

ଶର୍ମିଲା କହିଛନ୍ତି, “କେସିଆର ବିରୋଧୀ ଭୋଟକୁ ଭାଗ କରିବା କଥା କହି କେହି ଆମକୁ ଦୋଷ ଦେଇପାରିବେ ନାହିଁ। ଆମେ ଆମର ଶତ ପ୍ରତିଶତ ଚେଷ୍ଟା କରିଥିଲୁ। ହେଲେ କିଛି ବି ଲାଭ ମିଳିଲା ନାହିଁ।” ଶର୍ମିଲା ନିଜେ ପାଲାଇର ସମେତ ଆଉ ଗୋଟିଏ ଆସନରେ ମଧ୍ୟ ଭାଗ୍ୟ ପରୀକ୍ଷା କରିବେ ବୋଲି ସୂଚନା ଦେଇଛନ୍ତି।

Advertisment

ଶର୍ମିଲା ହେଉଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ୍‌ ଜଗନ ମୋହନ ରେଡ୍ଡୀଙ୍କ ଭଉଣୀ। ସେ କହିଛନ୍ତି ଯେ “ମା’ ୱାଇଏସ୍‌ ବିଜୟଲକ୍ଷ୍ମୀ ଓ ସ୍ୱାମୀ ଅନୀଲ କୁମାରଙ୍କୁ ମଧ୍ୟ ନିର୍ବାଚନ ଲଢ଼ିବାକୁ ଲୋକେ କହୁଛନ୍ତି।

ଯଦି ଦରକାର ପଡ଼ିବ, ସେମାନେ ମଧ୍ୟ ମୈଦାନକୁ ଓହ୍ଲାଇବେ। ମୋତେ ସମର୍ଥନ ପାଇଁ ଯାହା ବି ଆବଶ୍ୟକ, ସେସବୁ ମୋ ମା’ କରିବେ ବୋଲି କହିଛନ୍ତି। ମୁଁ ଆମ ଦଳ ଲଞ୍ଚ କରିବା ବେଳେ ମୋ ମା’ ମୋତେ ଏକଥା କହିଥିଲେ। ସେ ମୋ ସହ ହିଁ ଛିଡ଼ା ହେବେ।”

ତେଲେଙ୍ଗାନାବାସୀ ନଭେମ୍ବର ୩୦ରେ ଭୋଟ ଦେବେ। ଡିସେମ୍ବର ୩ରେ ରେଜଲ୍ଟ ପ୍ରକାଶ ପାଇବ।

ଗତ ମାସରେ ଶର୍ମିଲା କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧିଙ୍କୁ ଭେଟିଥିଲେ। ଏହି ସମୟରେ ତେଲେଙ୍ଗାନାରେ ମେଣ୍ଟ ସମ୍ପର୍କରେ ଆଲୋଚନା ହୋଇଥିଲା। ଶର୍ମିଲା ମଧ୍ୟ ଆଲୋଚନା ସକାରାତ୍ମ ରହିଥିବା କହିଥିଲେ।

ହେଲେ ପରବର୍ତ୍ତୀ ଅବସ୍ଥାରେ ଶର୍ମିଲାଙ୍କ ସହ ମେଣ୍ଟ କରିବା ବିରୋଧରେ ତେଲେଙ୍ଗାନେ କଂଗ୍ରେସ ବସ୍‌ ରେବତା ରେଡ୍ଡୀ ମତ ରଖିଥିଲେ। ଏବେ ଶର୍ମିଲା ସମସ୍ତ ୧୧୯ ଆସନରେ ପ୍ରାର୍ଥୀ ଦେବା କଥା କହି କଂଗ୍ରେସ ସହ ମେଣ୍ଟ ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି।

Congress Telengana YS Sharmila