Advertisment

Exit Polls: ମିଜୋରାମରେ କ୍ଲିନ୍ ସୁଇପ୍ କରିବ ZPM!

MNF କଡ଼ା ଟକ୍କର ଦେବ ତଥା ଆଉ ଥରେ କ୍ଷମତା ଦଖଲ କରିପାରେ ବୋଲି କିଛି ସର୍ଭେ ତଥ୍ୟ ଦେଇଛନ୍ତି।

ଅଦ୍ୟତନ ହୋଇଛି
Zoram People's Movement's President

Zoram People's Movement's President

Advertisment

୪୦ଟି ଆସନ ବିଶିଷ୍ଟ ମିଜୋରାମ ବିଧାନସଭା ପାଇଁ ନଭେମ୍ବର ୭ ତାରିଖରେ ଭୋଟ୍ ଗ୍ରହଣ ହୋଇଥିବା ବେଳେ ଆଜି ଆସିଛି ବିଭିନ୍ନ ଜାତୀୟ ଗଣମାଧ୍ୟମ ଓ ସଂସ୍ଥା ପକ୍ଷରୁ କରାଯାଇଥିବା ଏକଜିଟ୍ ପୋଲ୍‌ର ତଥ୍ୟ। ସେଗୁଡ଼ିକ ମଧ୍ୟରୁ India Today-Axis My India କରିଥିବା ସର୍ଭେ ଅନୁଯାୟୀ ଏଥର ମିଜୋରାମରେ କ୍ଲିନ୍ ସୁଇପ୍‌ କରିବ ଜୋରାମ ପିପୁଲ୍‌ସ ମୁଭ୍‌ମେଣ୍ଟ (ZPM)। ଦଳ ୨୮ଟିରୁ ୩୫ଟି ଆସନରେ ବିଜୟୀ ହେବ। ଅନ୍ୟପକ୍ଷରେ ଏବେ କ୍ଷମତାସୀନ ଥିବା ମିଜୋ ନ୍ୟାସନାଲ ଫ୍ରଣ୍ଟ (MNF) ୩ରୁ ୭ଟି ଆସନ ପାଇବ। କଂଗ୍ରେସକୁ ୨ରୁ ୪ ଓ ବିଜେପିକୁ ୦ରୁ ୨ଟି ଆସନ ମିଳିପାରେ।

Advertisment

ସେହିପରି ଜନ୍‌ କି ବାତ୍‌ର ସର୍ଭେ ଅନୁସାରେ ZPMକୁ ୧୫ରୁ ୨୫, ଏମ୍‌ଏନ୍‌ଏଫ୍‌କୁ ୧୦ରୁ ୧୪, କଂଗ୍ରେସକୁ ୫ରୁ ୯, ବିଜେପିକୁ ୦ରୁ୨ଟି ଆସନ ମିଳିପାରେ।

ଅନ୍ୟପକ୍ଷରେ ସି-ଭୋଟରର ସର୍ଭେରୁ ମିଳିଥିବା ତଥ୍ୟ ଅନୁଯାୟୀ, ଏଠାରେ ZPM ଓ MNF ମଧ୍ୟରେ କଡ଼ା ଟକ୍କର ହୋଇପାରେ। ZPMକୁ ୧୨ରୁ ୧୮ ଓ MNFକୁ ୧୫ରୁ ୨୧ଟି ଆସନ ମିଳିପାରେ। କଂଗ୍ରେସକୁ ୨ରୁ ୮ ଆସନ ମିଳିପାରେ। କିନ୍ତୁ ବିଜେପିକୁ କୌଣସି ଆସନ ମିଳିନପାରେ ବୋଲି ଏହି ଏଜେନ୍ସୀର ତଥ୍ୟ କହୁଛି।

Advertisment

ଇଣ୍ଡିଆ ଟିଭି-ସିଏନ୍‌ଏକ୍ସର ଏକଜିଟ୍ ପୋଲ୍‌ରେ ଆସିଥିବା ତଥ୍ୟ କହୁଛି MNF ୧୪ରୁ ୧୮ଟି ଆସନ ଜିତିବ। ସେହିପରି ZPM ୧୨ରୁ ୧୬ଟି ଏବଂ କଂଗ୍ରେସ ୮ରୁ ୧୦ଟି ଆସନ ଜିତିବେ। ବିଜେପିକୁ ୨ଟି ଆସନ ମିଳିପାରେ।

Republic TV-Matrize ର ଏକ୍‌ଜିଟ୍ ପୋଲ ତଥ୍ୟ କହୁଛି MNF ୧୭ରୁ ୨୨ ଓ ZPM ୭ରୁ ୧୨ଟି ଆସନରେ ଜିତିବେ। କଂଗ୍ରେସ ୭ରୁ ୧୦ ଓ ବିଜେପି ୧ରୁ ୨ଟି ଆସନ ପାଇବ।

ଟାଇମ୍ସ ନାଓ-ଇଟିଜିର ସର୍ଭେ ଅନୁସାରେ MNF ୧୪ରୁ ୧୮ ଓ ZPM ୧୦ରୁ ୧୪ଟି ଆସନ ପାଇବେ। ଅନ୍ୟପକ୍ଷରେ କଂଗ୍ରେସ ୯ରୁ ୧୩ଟି ଆସନ ଜିତିପାରେ। ବିଜେପିକୁ ୨ଟି ଆସନ ମିଳିପାରେ।

ଗତ ବିଧାନସଭା ନିର୍ବାଚନରେ MNF ୨୬ଟି ଆସନ ଜିତିଥିବା ବେଳେ ZPM ୮ଟି, କଂଗ୍ରେସ ୫ଟି ଓ ବିଜେପି ଗୋଟିଏ ଆସନ ଜିତିଥିଲେ।

Mizoram Exit Poll
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe