Advertisment

ମିଜୋରାମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଲାଲଦୁହୋମା, ଉପସ୍ଥିତ ଥିଲେ ପୂର୍ବ ମୁଖ୍ୟମନ୍ତ୍ରୀ

ଦଳର ନବ ନିର୍ବାଚିତ ବିଧାୟକ ଭାନଲାଲୁରୁତା ମଧ୍ୟ ରାଜ ଭବନରେ କ୍ୟାବିନେଟ ମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି। ଏହି ଶପଥ ଗ୍ରହଣ ଉତ୍ସବରେ ମିଜୋ ନ୍ୟାସନାଲ ଫ୍ରଣ୍ଟ(MNF)ର ବିଦାୟୀ ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗା ମଧ୍ୟ ଉପସ୍ଥିତ ଥିଲେ।

author-image
Debibandita Barick
ଅଦ୍ୟତନ ହୋଇଛି
Lalduhoma

Lalduhoma

ଶପଥ ନେଲେ ଲାଲଦୁହୋମା। ମିଜୋରାମ ମୁଖ୍ୟମନ୍ତ୍ରୀ ଭାବେ ଜୋରମ ପିପୁଲ୍ସ ମୁଭମେଣ୍ଟ ମୁଖ୍ୟ ଲାଲଦୁହୋମା ଆଜି ଶପଥ ନେଇଛନ୍ତି। ଦଳର ନବ ନିର୍ବାଚିତ ବିଧାୟକ ଭାନଲାଲୁରୁତା ମଧ୍ୟ ରାଜ ଭବନରେ କ୍ୟାବିନେଟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଏହି ଶପଥ ଗ୍ରହଣ ଉତ୍ସବରେ ମିଜୋ ନ୍ୟାସନାଲ ଫ୍ରଣ୍ଟ(MNF)ର ବିଦାୟୀ ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗା ମଧ୍ୟ ଉପସ୍ଥିତ ଥିଲେ।

Advertisment

କେବଳ ବିଦାୟୀ ମୁଖ୍ୟମନ୍ତ୍ରୀ ନୁହଁନ୍ତି, MNF ଦଳର ସମସ୍ତ ବିଧାୟକ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇଥିଲେ। 

Advertisment

ଗତ ସୋମବାରର ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇଥିଲା। 40ଟି ଆସନ ବିଶିଷ୍ଟ ଏହି ବିଧାନସଭାରେ ମ୍ୟାଜିକ୍ ନଂ 21 ଥିବାବେଳେ 27ଟି ସିଟ୍ ସହ ବିଜୟୀ ହୋଇଥିଲା ZPM। ଏହାପରେ ରାଜ୍ୟପାଳଙ୍କୁ ଭେଟି ସରକାର ଗଢିବା ନେଇ ପ୍ରସ୍ତାବ ଦେଇଥିଲେ ପାର୍ଟି ମୁଖ୍ୟ ଲାଲଦୁହୋମା। ରାଜ୍ୟପାଳଙ୍କ ଅନୁମତି ଏବଂ ବିଧାୟକ ଦଳ ବୈଠକରେ ସର୍ବସମ୍ମତି କ୍ରେମେ ମୁଖ୍ୟମନ୍ତ୍ରୀ ଭାବେ ଲାଲଦୁହୋମା ଶପଥ ନେଇଛିନ୍ତି। 

ରାଜ୍ୟପାଳଙ୍କୁ ଭେଟିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଲାଲଦୁହୋମା କହିଥିଲେ, କୃଷିଜାତ ଦ୍ରବ୍ୟ କିଣିବା ଆମର ପ୍ରାଥମିକତା ହେବ। ଏଥିପାଇଁ ଆମେ ଚାରୋଟି ଆଇଟମ୍ ମଧ୍ୟ ଚୟନ କରିସାରିଛୁ ବୋଲି ଲାଲଦୁହୋମା କହିଥିଲେ। 

Lalduhoma Mizoram CM Lalduhoma Takes Oath