Advertisment

ଶେଷ ହେଲା ପହଣ୍ଡି, ରଥରେ ୩ ଠାକୁର

ପୁରୀ(ଓଡ଼ିଶା ରିପୋର୍ଟର): କଟକଣାଯୁକ୍ତ ରଥ ଯାତ୍ରା ପାଇଁ ସୁପ୍ରିମକୋର୍ଟଙ୍କ ଅନୁମତି ପରେ ଚଳଚଞ୍ଚଳ ହୋଇଉଠିଛି ବଡ଼ଦାଣ୍ଡ। ସକାଳୁ ସକାଳୁ ଶେଷ ହୋଇଛି ଚତୁର୍ଦ୍ଧା ମୂର୍ତ୍ତିଙ୍କ ପହଣ୍ଡି ନୀତି। ପ୍ରଥମେ ଦେବୀ ସୁଭଦ୍ରାଙ୍କ ରଥରେ ପହଣ୍ଡି ବିଜେ କଲେ ଶ୍ରୀସୁଦର୍ଶନ।  ଶ୍ରୀସୁଦର୍ଶନଙ୍କ ପରେ ପହଣ୍ଡି କରି ରଥକୁ ଆସିଲେ ଶ୍ରୀବଳଭଦ୍ର  ଓ ଦେବୀ ସୁଭଦ୍ରା।  ଶେଷରେ  ରଥକୁ ଆସିଲେ ଜଗତର ନାଥ  ଜଗନ୍ନାଥ । ଗୁଣ୍ଡିଚା ଘରକୁ ଯାତ୍ରା ଲାଗି ପ୍ରସ୍ତୁତ ତିନି ଠାକୁର। ବିଶ୍ୱ ପ୍ରସିଦ୍ଧ ଜଗତର […]

author-image
Niharika Rout
ଅଦ୍ୟତନ ହୋଇଛି
ଶେଷ ହେଲା ପହଣ୍ଡି, ରଥରେ ୩ ଠାକୁର

puri-1-2

ପୁରୀ(ଓଡ଼ିଶା ରିପୋର୍ଟର): କଟକଣାଯୁକ୍ତ ରଥ ଯାତ୍ରା ପାଇଁ ସୁପ୍ରିମକୋର୍ଟଙ୍କ ଅନୁମତି ପରେ ଚଳଚଞ୍ଚଳ ହୋଇଉଠିଛି ବଡ଼ଦାଣ୍ଡ। ସକାଳୁ ସକାଳୁ ଶେଷ ହୋଇଛି ଚତୁର୍ଦ୍ଧା ମୂର୍ତ୍ତିଙ୍କ ପହଣ୍ଡି ନୀତି। ପ୍ରଥମେ ଦେବୀ ସୁଭଦ୍ରାଙ୍କ ରଥରେ ପହଣ୍ଡି ବିଜେ କଲେ ଶ୍ରୀସୁଦର୍ଶନ।  ଶ୍ରୀସୁଦର୍ଶନଙ୍କ ପରେ ପହଣ୍ଡି କରି ରଥକୁ ଆସିଲେ ଶ୍ରୀବଳଭଦ୍ର  ଓ ଦେବୀ ସୁଭଦ୍ରା।  ଶେଷରେ  ରଥକୁ ଆସିଲେ ଜଗତର ନାଥ  ଜଗନ୍ନାଥ । ଗୁଣ୍ଡିଚା ଘରକୁ ଯାତ୍ରା ଲାଗି ପ୍ରସ୍ତୁତ ତିନି ଠାକୁର।

Advertisment

ବିଶ୍ୱ ପ୍ରସିଦ୍ଧ ଜଗତର ନାଥ ଜଗନ୍ନାଥଙ୍କ ଏହି ଯାତରା ନିମନ୍ତେ ରଥ, ପଥ ପ୍ରସ୍ତୁତ ଥିବା ବେଳେ ଏଥର କିନ୍ତୁ ବାଦ ପଡ଼ିଛନ୍ତି ଶ୍ରଦ୍ଧାଳୁ। କରୋନା ମହାମାରୀ ଯୋଗୁ ଶେଷ ପର୍ଯ୍ୟନ୍ତ ଚାଲିଥିବା ଲୁଚକାଳି ଖେଳରେ ଶେଷରେ ଯବନିକା ପଡ଼ିଛି। ଏଥର ବଡ଼ ଦାଣ୍ଡ ଖାଁ ଖାଁ ଥିବା ବେଳେ ବିନା ଭକ୍ତରେ ଆଗେଇ ଚାଲିଛି ଗୋଟିଏ ପରେ ଗୋଟିଏ ପରମ୍ପରା।

publive-image

ଘୋଷଯାତ୍ରା ପାଇଁ ନିର୍ଦ୍ଧାରିତ ନୀତି ଅନୁଯାୟୀ, ଆଜି ଭୋର ୩ଟାରେ ମଙ୍ଗଳ ଆଳତି ପରେ ମଇଲମ, ତଡ଼ପ ଲାଗି, ରୋଷହୋମ, ଅବକାଶ, ସୂର୍ଯ୍ୟପୂଜା ଶେଷ ହୋଇଛି । ଏହାପରେ ଶ୍ରୀଜିଉଙ୍କର ଗୋପାଳ ବଲ୍ଲଭ ଓ ସକାଳ ଧୂପ ନୀତି ଶେଷ ହୋଇଛି ।   ସକାଳ ୬ଟା ୪୫ ମିନିଟ୍‌ରେ ରଥ ପ୍ରତିଷ୍ଠା ଓ ମଙ୍ଗଳାର୍ପଣ କରାଯାଇ ୭ଟାରେ ଶ୍ରୀଜୀଉଙ୍କ ପହଣ୍ଡି ଆରମ୍ଭ  ହୋଇଥିଲା । ସାଢ଼େ ୧୧ଟାରୁ ୧୨ଟା ୧୫ ମିନିଟ୍ ମଧ୍ୟରେ ଛେରା ପହଁରା, ୧୧ଟା ୪୫ରୁ ସାଢ଼େ ୧୨ଟା ମଧ୍ୟରେ ଚାରମାଳ ଫିଟା, ଘୋଡା ଓ ସାରଥି ଲାଗିବ । ଏହାପରେ ମଧ୍ୟାହ୍ନ ୧୨ଟାରେ ଆରମ୍ଭ ହେବ ରଥଟଣା ।

Advertisment
Puri Rath Yatra 2020 Ratha Jatra 2020 Ratha Yatra 2020