Advertisment

ରଥଯାତ୍ରା ମାମଲା: ସଂଶୋଧନ ପିଟିସନର ଶୁଣାଣି ପାଇଁ ସୁପ୍ରିମକୋର୍ଟ ରାଜି

ନୂଆଦିଲ୍ଲୀ: ରଥଯାତ୍ରା ପ୍ରସଙ୍ଗରେ ଜୁନ୍ ୧୮ ତାରିଖରେ ସୁପ୍ରିମକୋର୍ଟ ଯେଉଁ ରାୟ ଶୁଣାଣି କରିଥିଲେ ତା’ର ସଂଶୋଧନ ପାଇଁ ହୋଇଥିବା ଆବେଦନକୁ ସର୍ବୋଚ୍ଚ କୋର୍ଟ ଶୁଣାଣି ପାଇଁ ଗ୍ରହଣ କରିଛନ୍ତି। ପିଟିଆଇ ପକ୍ଷରୁ ହୋଇଥିବା ଟୁଇଟରୁ ଏହି ସୂଚନା ମିିଳିଛି। ସେହିପରି ରାଜ୍ୟ ସରକାର ମଧ୍ୟ ଏହି ମାମଲାରେ ପକ୍ଷଭୁକ୍ତ ହୋଇଛନ୍ତି। ନୂଆଦିଲ୍ଲୀ ସ୍ଥିତ ଓଡ଼ିଶା ସରକାରଙ୍କର ଆବାସିକ କମିଶନରଙ୍କ ପକ୍ଷରୁ ସୁପ୍ରିମ କୋର୍ଟରେ ଦାଖଲ ହୋଇଥିବା ଏକାଧିକ ସଂଶୋଧନ ପିଟିସନ ଓ ଇଣ୍ଟରଭେନସନ ପିଟିସନରେ ପକ୍ଷଭୁକ୍ତ […]

ଅଦ୍ୟତନ ହୋଇଛି
ଆସନ୍ତାକାଲି ସୁପ୍ରିମକୋର୍ଟରେ ରଥଯାତ୍ରା ଶୁଣାଣି

SC RATHA YATRA

Advertisment

ନୂଆଦିଲ୍ଲୀ: ରଥଯାତ୍ରା ପ୍ରସଙ୍ଗରେ ଜୁନ୍ ୧୮ ତାରିଖରେ ସୁପ୍ରିମକୋର୍ଟ ଯେଉଁ ରାୟ ଶୁଣାଣି କରିଥିଲେ ତା’ର ସଂଶୋଧନ ପାଇଁ ହୋଇଥିବା ଆବେଦନକୁ ସର୍ବୋଚ୍ଚ କୋର୍ଟ ଶୁଣାଣି ପାଇଁ ଗ୍ରହଣ କରିଛନ୍ତି। ପିଟିଆଇ ପକ୍ଷରୁ ହୋଇଥିବା ଟୁଇଟରୁ ଏହି ସୂଚନା ମିିଳିଛି। ସେହିପରି ରାଜ୍ୟ ସରକାର ମଧ୍ୟ ଏହି ମାମଲାରେ ପକ୍ଷଭୁକ୍ତ ହୋଇଛନ୍ତି। ନୂଆଦିଲ୍ଲୀ ସ୍ଥିତ ଓଡ଼ିଶା ସରକାରଙ୍କର ଆବାସିକ କମିଶନରଙ୍କ ପକ୍ଷରୁ ସୁପ୍ରିମ କୋର୍ଟରେ ଦାଖଲ ହୋଇଥିବା ଏକାଧିକ ସଂଶୋଧନ ପିଟିସନ ଓ ଇଣ୍ଟରଭେନସନ ପିଟିସନରେ ପକ୍ଷଭୁକ୍ତ ହେବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଆବେଦନ କରାଯାଇଛି।

Advertisment

https://twitter.com/PTI_News/status/1274945537100283910

ଚଳିତବର୍ଷ ରଥଯାତ୍ରା ବନ୍ଦ ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ପୁନର୍ବିଚାର ପାଇଁ ୧୬ରୁ ଅଧିକ ପିଟିସନ ଦାୟର ହୋଇଛି। ବିଭିନ୍ନ ବ୍ୟକ୍ତିବିଶେଷ ଓ ସଙ୍ଗଠନ ପକ୍ଷରୁ ପୁନର୍ବିଚାର ଓ ମୋଡିଫିକେସନ୍ ପାଇଁ ରିଭ୍ୟୁ ପିଟିସନ୍ ଦାଖଲ କରାଯାଇଛି। ଜୁନ ୧୮ ତାରିଖ ରାୟ ଉପରେ ରିଭ୍ୟୁ ପିଟିସିନ ଦାଖଲ ନକରିବାକୁ ରାଜ୍ୟ ସରକାର ପୂର୍ବରୁ ନିଷ୍ପତ୍ତି ନେଇଥିଲେ ମଧ୍ୟ ଗଜପତି ଦିବ୍ୟସିଂହ ଦେବଙ୍କ ଚିଠିକୁ ସମ୍ମାନ ଦେଇ ରାଜ୍ୟ ସରକାର ସୁପ୍ରିମ କୋର୍ଟରେ ଦାଖଲ ହୋଇଥିବା ସଂଶୋଧନ ମାମଲାରେ ପକ୍ଷଭୁକ୍ତ ହୋଇଛନ୍ତି। ଏ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ ତରଫରୁ ଦାଖଲ କରାଯାଇଥିବା ସତ୍ୟପାଠରେ କୁହାଯାଇଛି ଯେ ସରକାର ଭୁକ୍ତଶୂନ୍ୟ ରଥଯାତ୍ରା ଆୟୋଜନ କରିବାକୁ ଚେଷ୍ଟା କରିବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe