ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାତି ପାହିଲେ ରଥ ଯାତ୍ରା । ହେଲେ ଏହାକୁ ନେଇ ଏବେ ବି ଲାଗି ରହିଛି ଲୁଚକାଳି ଖେଳ। ସୁପ୍ରିମକୋର୍ଟଙ୍କ ପୂର୍ବ ରାୟ ଜଗନ୍ନାଥ ପ୍ରେମୀଙ୍କ ମନରେ କୁଠାରଘାତ କରିଥିଲା। ଓଡ଼ିଆଙ୍କ ଆରାଧ୍ୟ ଦେବତା କାଳିଆ ଠାକୁରଙ୍କ ଶହ ଶହ ବର୍ଷର ପରମ୍ପରା ଭଙ୍ଗ ଘଟଣାକୁ ଶ୍ରଦ୍ଧାଳୁମାନେ ସହଜେ ହଜମ କରିପାରି ନ ଥିଲେ।
ଆଜି ରଥ ଯାତ୍ରା ମାମଲାର ପୁନଃ ଶୁଣାଣି ସୁପ୍ରିମକୋର୍ଟରେ ହେବାକୁ ଥିବା ବେଳେ ରଥଯାତ୍ରା ଅନୁମତି ନଦେବାକୁ ଅପିଲ କରିଥିବା ଓକିଲ ସୁଶାନ୍ତ ପାଢ଼ିଙ୍କ ଘର ଉପରକୁ ଆଜି କିଛି ଲୋକ ଅଣ୍ଡା ମାଡ଼ କରିଥିବା ଜଣାଯାଇଛି। ସୁଶାନ୍ତଙ୍କ ଭୁବନେଶ୍ୱର ବମିଖାଲ ସାଈ ବିହାରସ୍ଥିତ ଘର ଉପରକୁ ଅଣ୍ଡା ମାଡ଼ ହୋଇଥିବା ଜଣାଯାଇଛି।
ପୁଲିସ୍ ଉପସ୍ଥିତି ସତ୍ତ୍ୱେ ବିକ୍ଷୋଭକାରୀ ସୁଶାନ୍ତଙ୍କ ଘର ନିକଟରେ ପହଞ୍ଚି ଅଣ୍ଡାମାଡ଼ କରିଥିଲେ। ପୁଲିସ୍ ଏହାକୁ ବିରୋଧ କରିବାରୁ ପୁଲିସ୍ ସହ ସେମାନଙ୍କର ଠେଲାପେଲା ହୋଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Events & Festivals
ଲୋକସେବକ ମଣ୍ଡଳ ପକ୍ଷରୁ ଲାଲା ଲଜପତ ରାୟଙ୍କ ପୁଣ୍ୟତିଥି ପାଳିତ, ଯୋଗଦେଲେ ବୈଜୟନ୍ତ
ଲାଲା ଲଜପତ ରାୟଙ୍କ ଜୀବନୀ ଓ ଆଦର୍ଶ ଉପରେ ଆଲୋକପାତ କରିଥିଲେ ବୈଜୟନ୍ତ ପଣ୍ଡା।
Events & Festivals
ବାଲିଯାତ୍ରାରେ ବାସି ଖାଦ୍ୟ
ଖାଦ୍ୟରେ ଏମିତି ରଙ୍ଗ ମିଶାଉଛନ୍ତି, ଯାହା ଶରୀର ପାଇଁ କ୍ଷତିକାରକ ହୋଇଥାଏ।
Events & Festivals
ଗୀତ ଅଧାରୁ ଷ୍ଟେଜ୍ ଛାଡ଼ିବାକୁ ଅସୀମାଙ୍କୁ କୁହାଗଲା
ଅଧାରୁ ଗୀତ ବନ୍ଦ ହେବାରୁ ଦର୍ଶକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା ।
Events & Festivals
ରାଗିଗଲେ ମୁଖ୍ୟମନ୍ତ୍ରୀ
ସିସୋର ଘାଟରେ ଡଙ୍ଗାରେ ବସି ବାଲିଯାତ୍ରା ଦେଖିବାକୁ ଗଡଗଡ଼ିଆ ଘାଟରେ ଓହ୍ଲାଇଥିଲେ ମୁଖ୍ୟମନ୍ତ୍ରୀ।
Events & Festivals
ଆରମ୍ଭ ହେଲା କଟକର ଐତିହାସିକ ବାଲିଯାତ୍ରା
ଚଳିତବର୍ଷ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ସାଉଥ୍ ଇଷ୍ଟ ଏସିଆ ପାଭିଲିୟନ। ଜାଭା, ସୁମାତ୍ରା, ବାଲି ଇଣ୍ଡୋନେସିଆ ପରି ଦେଶ ସହିତ ଆମ ଦେଶର ନୌବାଣିଜ୍ୟ ପରମ୍ପରା ସମ୍ପର୍କର ତଥ୍ୟ ଜାଣିପାରିବେ ଦର୍ଶକ।