Advertisment

ରଥଯାତ୍ରା ଅନୁମତି ନଦେବାକୁ ଅପିଲ କରିଥିବା ଆବେଦନକାରୀଙ୍କ ଘର ଉପରକୁ ଅଣ୍ଡା ମାଡ଼

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାତି ପାହିଲେ ରଥ ଯାତ୍ରା । ହେଲେ ଏହାକୁ ନେଇ ଏବେ ବି ଲାଗି ରହିଛି ଲୁଚକାଳି ଖେଳ। ସୁପ୍ରିମକୋର୍ଟଙ୍କ ପୂର୍ବ ରାୟ ଜଗନ୍ନାଥ ପ୍ରେମୀଙ୍କ ମନରେ କୁଠାରଘାତ କରିଥିଲା।  ଓଡ଼ିଆଙ୍କ ଆରାଧ୍ୟ ଦେବତା କାଳିଆ ଠାକୁରଙ୍କ ଶହ ଶହ ବର୍ଷର ପରମ୍ପରା ଭଙ୍ଗ ଘଟଣାକୁ ଶ୍ରଦ୍ଧାଳୁମାନେ ସହଜେ ହଜମ କରିପାରି ନ ଥିଲେ। ଆଜି ରଥ ଯାତ୍ରା ମାମଲାର ପୁନଃ ଶୁଣାଣି ସୁପ୍ରିମକୋର୍ଟରେ ହେବାକୁ ଥିବା ବେଳେ ରଥଯାତ୍ରା ଅନୁମତି ନଦେବାକୁ ଅପିଲ […]

ଅଦ୍ୟତନ ହୋଇଛି
ରଥଯାତ୍ରା ଅନୁମତି ନଦେବାକୁ ଅପିଲ କରିଥିବା ଆବେଦନକାରୀଙ୍କ ଘର ଉପରକୁ ଅଣ୍ଡା ମାଡ଼

attack-1-1

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାତି ପାହିଲେ ରଥ ଯାତ୍ରା । ହେଲେ ଏହାକୁ ନେଇ ଏବେ ବି ଲାଗି ରହିଛି ଲୁଚକାଳି ଖେଳ। ସୁପ୍ରିମକୋର୍ଟଙ୍କ ପୂର୍ବ ରାୟ ଜଗନ୍ନାଥ ପ୍ରେମୀଙ୍କ ମନରେ କୁଠାରଘାତ କରିଥିଲା।  ଓଡ଼ିଆଙ୍କ ଆରାଧ୍ୟ ଦେବତା କାଳିଆ ଠାକୁରଙ୍କ ଶହ ଶହ ବର୍ଷର ପରମ୍ପରା ଭଙ୍ଗ ଘଟଣାକୁ ଶ୍ରଦ୍ଧାଳୁମାନେ ସହଜେ ହଜମ କରିପାରି ନ ଥିଲେ।

Advertisment

ଆଜି ରଥ ଯାତ୍ରା ମାମଲାର ପୁନଃ ଶୁଣାଣି ସୁପ୍ରିମକୋର୍ଟରେ ହେବାକୁ ଥିବା ବେଳେ ରଥଯାତ୍ରା ଅନୁମତି ନଦେବାକୁ ଅପିଲ କରିଥିବା ଓକିଲ ସୁଶାନ୍ତ ପାଢ଼ିଙ୍କ ଘର ଉପରକୁ ଆଜି କିଛି ଲୋକ ଅଣ୍ଡା ମାଡ଼ କରିଥିବା ଜଣାଯାଇଛି। ସୁଶାନ୍ତଙ୍କ ଭୁବନେଶ୍ୱର ବମିଖାଲ ସାଈ ବିହାରସ୍ଥିତ ଘର ଉପରକୁ ଅଣ୍ଡା ମାଡ଼ ହୋଇଥିବା ଜଣାଯାଇଛି।

ପୁଲିସ୍‌ ଉପସ୍ଥିତି ସତ୍ତ୍ୱେ ବିକ୍ଷୋଭକାରୀ ସୁଶାନ୍ତଙ୍କ ଘର ନିକଟରେ ପହଞ୍ଚି ଅଣ୍ଡାମାଡ଼ କରିଥିଲେ। ପୁଲିସ୍‌ ଏହାକୁ ବିରୋଧ କରିବାରୁ ପୁଲିସ୍‌ ସହ ସେମାନଙ୍କର ଠେଲାପେଲା ହୋଇଥିଲା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe