Advertisment

'ସୃଷ୍ଟିକୁ ରକ୍ଷା କରିବା ପାଇଁ ହାତରେ ଆଉ ୨ ବର୍ଷ!'

ଜାତିସଂଘର ଜଳବାୟୁ ମୁଖ୍ୟ ସାଇମନ ଷ୍ଟିଲ ଘୋର ଜଳବାୟୁ ସଙ୍କଟକୁ କିପରି କୋରାଯାଇ ପାରିବ ତା'ର ବାଟ ବତାଇଛନ୍ତି।

author-image
Debibandita Barick
ଅଦ୍ୟତନ ହୋଇଛି
Representative Image

Representative Image

ଶୀତ ଦିନରେ ବର୍ଷା, ବର୍ଷା ଦିନରେ ଖରା, ଗ୍ରୀଷ୍ମଋତୁରେ ପ୍ରବଳ ଉତ୍ତାପ ଆଉ ହେମନ୍ତ, ଶରତ ଭଳି ଋତୁ ଉଭାନ ହୋଇଯିବା ଜଳବାୟୁ ପରିବର୍ତ୍ତନର ଏକ ବିରାଟ ଚେତାବନୀ। ଯେଉଁପରି ତାପମାତ୍ରା ବୃଦ୍ଧି ପାଉଛି, ପୃଥିବୀବାସୀ ଦିନେ ଯେ ଘୋର ସଙ୍କଟର ସମ୍ମୁଖୀନ ହେବେ ତାହା ଏବେଠୁ ଅନୁମେୟ। ଏହାକୁ କ’ଣ ରୋକାଯାଇ ପାରିବନି?, ପ୍ରଶ୍ନ ମଧ୍ୟରେ ଜାତିସଂଘର ଜଳବାୟୁ ମୁଖ୍ୟ ସାଇମନ ଷ୍ଟିଲ ସମାଧାନର ବାଟ ବତାଇଛନ୍ତି।

Advertisment

ଷ୍ଟିଲ୍ କହିଛନ୍ତି, "ଜଳବାୟୁ ପରିବର୍ତ୍ତନକୁ ରୋକିବା ପାଇଁ ହାତରେ ଆଉ ମାତ୍ର ଦୁଇ ବର୍ଷ ସମୟ ଅଛି। ଏଥିପାଇଁ ସରକାର, ବ୍ୟବସାୟିକ ଲିଡର, ଡେଭଲପମେଣ୍ଟ ବ୍ୟାଙ୍କ ହାତରେ ଆଉ ଦୁଇ ବର୍ଷ ସମୟ ଅଛି।" 

ଲଣ୍ଡନରେ ଥିବା ଚାଥମ ହାଉସ୍ ଥିଙ୍କ ଟ୍ୟାଙ୍କରେ ଏକ ଅଭିଭାଷଣ ଦେଇ ଷ୍ଟିଲ୍ କହିଛନ୍ତି, "ଜାତୀୟ ଜଳବାୟୁ ଯୋଜନା ସହ ଏକ ନୂଆ ପିଢିର ସହାୟତାରେ ଗ୍ରୀନ୍ ହାଉସ୍ ଗ୍ୟାସ୍ ନିର୍ଗମନକୁ ହ୍ରାସ କରିବା ପାଇଁ ଆମ ପାଖରେ ଏବେ ବି ସୁଯୋଗ ଅଛି। କିନ୍ତୁ ଏଥିପାଇଁ ଆମକୁ ବର୍ତ୍ତମାନଠୁ ଦୃଢ ପଦକ୍ଷେପ ନେବାକୁ ପଡିବ।"

Advertisment

ବିଶ୍ୱକୁ ବଞ୍ଚାଇବା ପାଇଁ କାହା ହାତରେ ଦୁଇ ବର୍ଷ ଅଛି ପ୍ରଶ୍ନରେ ଷ୍ଟିଲ୍ କହିଛନ୍ତି, "ଗ୍ରହ(ପୃଥିବୀ)ରେ ଥିବା ପ୍ରତ୍ୟେକ ବ୍ୟକ୍ତିଙ୍କର।"

ସେ ଆହୁରି କହିଛନ୍ତି ଯେ, ଅଧିକରୁ ଅଧିକ ଲୋକ ସମାଜ ତଥା ରାଜନୈତିକ କ୍ଷେତ୍ରରେ ଜଳବାୟୁ ପରିବର୍ତ୍ତନ ପାଇଁ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଚାହୁଁଛନ୍ତି, କାରଣ ସେମାନେ ସେମାନଙ୍କ ଦୈନନ୍ଦିନ ଜୀବନରେ ଜଳବାୟୁ ସଙ୍କଟର ପ୍ରଭାବକୁ ଅନୁଭବ କରିସାରିଲେଣି। ତେଣୁ ଏଥିପାଇଁ ପୃଥିବୀବାସୀଙ୍କୁ ପଦକ୍ଷେପ ନେବାକୁ ପଡ଼ିବ। 

ଷ୍ଟିଲ୍ ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ ବିକାଶଶୀଳ ଦେଶମାନଙ୍କ କାର୍ଯ୍ୟାନୁଷ୍ଠାନକୁ ଗୁରୁତ୍ୱ ଦେଇଛନ୍ତି। ସେ କହିଛନ୍ତି, ବିକାଶଶୀଳ ଦେଶମାନେ ସ୍ୱଚ୍ଛ ଶକ୍ତି ପାଇଁ ଅର୍ଥ ପ୍ରଦାନ କରିବା ସହ ଚରମ ଜଳବାୟୁ ପରିବର୍ତ୍ତନକୁ କିପରି ମୁକାବିଲା କରାଯାଇପାରିବ ସେ ସମ୍ବନ୍ଧରେ ସହମତି ପ୍ରକାଶ କରିବା ଆବଶ୍ୟକ।

Climate Change Global Warming UN Climate Chief