Advertisment

ସ୍ମାଇଲ୍ ପ୍ଲିଜ୍ ! ଚନ୍ଦ୍ରପୃଷ୍ଠରେ ବିକ୍ରମ ଫଟୋ ଉଠାଇଲା ପ୍ରଜ୍ଞାନ

ଚନ୍ଦ୍ରପୃଷ୍ଠରେ ପ୍ରଥମ କରି ନାଭିଗେସନ୍ କ୍ୟାମେରାର ବ୍ୟବହାର କଲା ରୋଭର୍ ପ୍ରଜ୍ଞାନ। ଆଉ ଏହି କ୍ୟାମେରାରେ ଲ୍ୟାଣ୍ଡର ବିକ୍ରମର ଚିତ୍ର ଉତ୍ତୋଳନ କରିଛି, ଯାହାର ଫଟୋ ଶେଆର୍ କରିଛି ଇସ୍ରୋ।

Lander Vikram

Lander Vikram

Advertisment

ଚନ୍ଦ୍ରପୃଷ୍ଠରେ ପ୍ରଥମ କରି ନାଭିଗେସନ୍ କ୍ୟାମେରାର ବ୍ୟବହାର କଲା ରୋଭର୍ ପ୍ରଜ୍ଞାନ। ଆଉ ଏହି କ୍ୟାମେରାରେ ଲ୍ୟାଣ୍ଡର ବିକ୍ରମର ଚିତ୍ର ଉତ୍ତୋଳନ କରିଛି, ଯାହାର ଫଟୋ ଶେଆର୍ କରିଛି ଇସ୍ରୋ। ଚନ୍ଦ୍ରରେ ଚନ୍ଦ୍ରଯାନ-3 ଅବତରଣ କରିବା ପରେ ପ୍ରଥମ କରି ଏହି ଚିତ୍ର ପଠାଇଛି ରୋଭର୍ ପ୍ରଜ୍ଞାନ। ବର୍ତ୍ତମାନ ପର୍ଯ୍ୟନ୍ତ ଲ୍ୟାଣ୍ଡର ବିକ୍ରମ ଫଟୋ ଉଠାଉ ଥିବାବେଳେ ପ୍ରଥମ କରି ପ୍ରଜ୍ଞାନରେ ଲାଗିଥିବା ଅତ୍ୟାଧୁନିକ କ୍ୟାମେରା କାର୍ଯ୍ୟକ୍ଷମ ହୋଇଛି। 

Advertisment

ଏକ୍ସ(ପୂର୍ବର ଟ୍ୱିଟର)ରେ ଫଟୋ ଶେଆର୍ କରି ଏନେଇ ସୂଚନା ଦେଇଛି ଇସ୍ରୋ। ସଂସ୍ଥାନ ପକ୍ଷରୁ ଦୁଇଟି ଫଟୋ ପୋଷ୍ଟ ହୋଇଛି, ଯେଉଁଥିରେ ଲ୍ୟାଣ୍ଡର ବିକ୍ରମର ଚିତ୍ର ରହିଛି। ଲ୍ୟାଣ୍ଡରରେ ଲାଗିଥିବା ଚାଷ୍ଟେ(ChaSTE) ଏବଂ ଇଲସା(ILSA)କୁ ଦର୍ଶାଇଛି ଇସ୍ରୋ। ବିକ୍ରମରେ ଏହି ଦୁଇ ଯନ୍ତ୍ରପାତି ଲାଗିଛି। କିଛିଦିନ ତଳେ ଚନ୍ଦ୍ରପୃଷ୍ଠର ଉତ୍ତାପ ମାପିଥିଲା ଚାଷ୍ଟେ। ଇସ୍ରୋ ଲ୍ୟାଣ୍ଡରର ଏସମସ୍ତ ଫଟୋ ନାଭକ୍ୟାମ ମାଧ୍ୟମରେ କଏଦ କରିଛି ରୋଭର୍।

Advertisment

ଇସ୍ରୋ କହିଛି ଯେ, ରୋଭରରେ ଥିବା ନାଭକ୍ୟାମଗୁଡିକ ବେଙ୍ଗାଲୁରୁର ଇଲେକ୍ଟ୍ରୋ-ଅପ୍ଟିକ୍ସ ସିଷ୍ଟମ(LEOS) ଦ୍ୱାରା ଲାବୋରେଟୋରୀରେ ବିକଶିତ ହୋଇଛି।

ଅଗଷ୍ଟ 23ରେ ଚନ୍ଦ୍ରପୃଷ୍ଠରେ ସଫଳ ଅବତରଣ କରିଥିଲା ଚନ୍ଦ୍ରଯାନ-3। ଏହାପରେ ସେଠାରୁ ନୂଆ ନୂଆ ତଥ୍ୟ ପଠାଉଛି। ଚନ୍ଦ୍ରପୃଷ୍ଠର ତାପମାତ୍ରା ସହ ଖଣିଜ ପଦାର୍ଥର ଅନୁସନ୍ଧାନ କରୁଛି। ଗତକାଲି ରୋଭର ଚନ୍ଦ୍ରର ଦକ୍ଷିଣ ମେରୁରେ ଅମ୍ଳଜାନର ଅନୁସନ୍ଧାନ କରିଛି। ଏହା ସାଙ୍ଗକୁ ସେଠାରେ ସଲଫର, ଆଲୁମିନିୟମ୍, କ୍ୟାଲସିୟମ୍, ଆଇରନ୍, କ୍ରୋମିୟମ୍, ଟାଇଟାନିୟମ୍, ମାଙ୍ଗାନିଜ୍, ସିଲିକନ୍ ଥିବା ଜାଣିବାକୁ ପାଇଛି। 14 ଦିନ ପର୍ଯ୍ୟନ୍ତ ଚନ୍ଦ୍ରଯାନ-3 ତଥ୍ୟ ପଠାଇବ ବୋଲି କହିଛି ଇସ୍ରୋ। ବର୍ତ୍ତମାନ 7 ଦିନ ସରି ସାରିଥିବା ବେଳେ ଆଗକୁ ଆଉ 7 ଦିନ ପର୍ଯ୍ୟନ୍ତ ଡାଟା ପଠାଇବ। ଏହି ସମୟରେ ଚନ୍ଦ୍ରପୃଷ୍ଠର ଆହୁରି ନୂଆ ନୂଆ ତଥ୍ୟର ଖୁଲାସା ନେଇ ଆଶା ରଖାଯାଇଛି। 

ISRO Moon Mission Spacecraft Chandrayaan Vikram Lander Rover Prangyan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe