Advertisment

୧୦ ବର୍ଷରେ ମରିଛନ୍ତି ୫୫ଟି ବାଘ

୨୦୧୩-୧୪ରୁ ୨୦୨୩-୨୪ ମଧ୍ୟରେ ହାତୀ ଆକ୍ରମଣରେ ରାଜ୍ୟରେ ୧୧୪୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୧ଟି ହାତୀଙ୍କ ଜୀବନ ଶିକାରୀଙ୍କ ଦ୍ୱାରା ଯାଇଛି।

author-image
Jitendra Garnayak
Tiger

Tiger

ଗତ ୧୦ ବର୍ଷରେ ରାଜ୍ୟରେ ମରିଛନ୍ତି ୫୫ଟି ବାଘ। ତା’ ଭିତରେ ଅଛନ୍ତି ୪୮ଟି କଲରାପତରିଆ ଓ ୭ଟି ମହାବଳ ବାଘ। ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ପ୍ରଶ୍ନର ଉତ୍ତରରେ ବିଧାନସଭାରେ ଏହି ତଥ୍ୟ ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ଖୁଣ୍ଟିଆ। 

Advertisment

ସବୁଠୁ ଉଦ୍‌ବେଗଜନକ କଥା ହେଉଛି, ଏହି ୫୫ଟି ବାଘ ମଧ୍ୟରୁ କେବଳ ଶିକାରୀଙ୍କ ହାତରେ ଯାଇଛି ୨୫ଟିର ଜୀବନ। ବିଦ୍ୟୁତ୍‌ ଆଘାତରେ ୪ଟି ବାଘର ମୃତ୍ୟୁ ଘଟିଥିବା ବେଳେ ଦୁର୍ଘଟଣାରେ ୫ ଓ ନଦୀନାଳରେ ବୁଡ଼ି ମରିଛନ୍ତି ୬ଟି ବାଘ।

ସେହିଭଳି ୨୦୧୩-୧୪ରୁ ୨୦୨୩-୨୪ ମଧ୍ୟରେ ହାତୀ ଆକ୍ରମଣରେ ରାଜ୍ୟରେ ୧୧୪୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୧ଟି ହାତୀଙ୍କ ଜୀବନ ଶିକାରୀଙ୍କ ଦ୍ୱାରା ଯାଇଛି। ସେହିପରି ୭୧୯ଟି ହାତୀ ଅନ୍ୟାନ୍ୟ କାରଣରୁ ପ୍ରାଣ ହରାଇଛନ୍ତି। 

Advertisment

ମନ୍ତ୍ରୀ ଗଣେଶ ରାମ ଖୁଣ୍ଟିଆ କହିଥିଲେ ଯେ ବର୍ତ୍ତମାନ ରାଜ୍ୟ ସ୍ତରୀୟ ବାଘ ଗଣନା ୨୦୨୪ ଅନୁଯାୟୀ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପରେ ୨୪ଟି, କେନ୍ଦୁଝର ଓ କେନ୍ଦୁଝର ବନ୍ୟପ୍ରାଣୀ ବନଖଣ୍ଡରେ ଗୋଟିଏ, ପାରଳାଖେମୁଣ୍ଡିରେ ଗୋଟିଏ ଓ ହୀରାକୁଦ ବନ୍ୟପ୍ରାଣୀ ବନଖଣ୍ଡରେ ଗୋଟିଏ- ଏହିଭଳି ସର୍ବମୋଟ ୨୭ଟି ମହାବଳ ବାଘ ଗଣନା କରାଯାଇଛି। ଏହାଛଡ଼ା ଏହି ଗଣନା ସମୟରେ ଶିମିଳିପାଳରେ ୮ଟି ମହାବଳ ବାଘ ଶାବକ ଥିବାର ଠାବ କରାଯାଇଥିଲା।  

Tiger