Advertisment

ସୂର୍ଯ୍ୟଙ୍କୁ ଦେଖିଲା ଆଦିତ୍ୟ-ଏଲ୍‌୧, ଆକ୍ଟିଭ୍ ହେଲା ଦ୍ୱିତୀୟ ଉପକରଣ

ଏବେ ‘ଆଦିତ୍ୟ-ଏଲ୍‌୧’ ରହସ୍ୟମୟ ସୌର ପବନ ଉପରେ ଅଧ୍ୟୟନ କରୁଛି। ଏଥିସହ ସେ ସୂର୍ଯ୍ୟକୁ ଦେଖିବା ଆରମ୍ଭ କରିଛି ବୋଲି ଇସ୍ରୋ କହିଛି।

author-image
Madhupriya Mistry
ଅଦ୍ୟତନ ହୋଇଛି
Aditya L1 Mission

Aditya L1 Mission

ସୂର୍ଯ୍ୟର ଅଧ୍ୟୟନ ସହ ଜଡିତ ଭାରତର ମହତ୍ୱାକାଂକ୍ଷି ମିଶନ ଆଦିତ୍ୟ- ଏଲ୧କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ବର୍ତ୍ତମାନ ସୂର୍ଯ୍ୟକୁ ଦେଖିଛି ଆଦିତ୍ୟ ଏଲ୍୧। ସେ ସୋଲାର ଓ୍ୱିଣ୍ଡକୁ ଅବଜରଭ କରିବା ଆରମ୍ଭ କରିଛି। ଏନେଇ ଇସ୍ରୋ ସୂଚନା ଦେଇଛି।

Advertisment

ଆଜି ‘ଇସ୍ରୋ’ ଭାରତୀୟ ସୌରଯାନ ‘ଆଦିତ୍ୟ-ଏଲ୍‌୧’ର ଦ୍ୱିତୀୟ ଉପକରଣ ‘ଆଦିତ୍ୟ ସୋଲାର୍‌ ୱିଣ୍ଡ୍‌ ପାର୍ଟିକ୍ଲ୍‌ ଏକ୍ସପେରିମେଣ୍ଟ୍‌’କୁ (ଏଏସ୍‌ପିଇଏକ୍ସ୍‌) ସକ୍ରିୟ କରିବା ପରେ ତାହା କାର୍ଯ୍ୟକ୍ଷମ ହୋଇଥିବା ସୂଚନା ଦେଇଛି।

ଏବେ ‘ଆଦିତ୍ୟ-ଏଲ୍‌୧’ ରହସ୍ୟମୟ ସୌର ପବନ ଉପରେ ଅଧ୍ୟୟନ କରୁଛି। ଏଥିସହ ସେ ସୂର୍ଯ୍ୟକୁ ଦେଖିପାରୁଛି। ଇସ୍ରୋ କହିଛି ଯେ, ଏହି ସାଟେଲାଇଟ୍‌ରେ ଥିବା ‘ଏଏସ୍‌ପିଇଏକ୍ସ୍‌’ ପ୍ଲେଲୋଡ୍‌ ନିଜ ଅପରେସନ୍‌ ଆରମ୍ଭ କରିଦେଇଛି। ଏହା ସ୍ୱାଭାବିକ ଭାବେ କାମ କରୁଛି। ଏହି ‘ଏଏସ୍‌ପିଇଏକ୍ସ୍‌’ରେ ଦୁଇଟି ଉପକରଣ ରହିଛି। ‘ସୋଲାର୍‌ ୱିଣ୍ଡ୍‌ ଆୟନ୍‌ ସ୍ପେକ୍ଟ୍ରୋମିଟର୍‌ (ସ୍ୱିସ୍‌) ଓ ‘ସୁପ୍ରାଥର୍ମାଲ୍‌ ଆଣ୍ଡ୍‌ ଏନର୍ଜେଟିକ୍‌ ପାର୍ଟିକଲ୍‌ ସ୍ପେକ୍ଟୋମିଟର୍‌’ (ଷ୍ଟେପ୍‌ସ୍‌) ରହିଛି। ଏହି ସମସ୍ତ ଅତ୍ୟାଧୁନିକ ଯନ୍ତ୍ରପାତି ନିର୍ବିଘ୍ନରେ କାର୍ଯ୍ୟ କରୁଛି ବୋଲି ‘ଇସ୍ରୋ’ କହିଛି।

Advertisment

ଷ୍ଟେପସ୍‌ ସେପ୍ଟେମ୍ବର ୧୦ ତାରିଖରେ ନିଜ ଆକ୍ସନ ଆରମ୍ଭ କରିଥିବା ବେଳେ ସ୍ୱିସ୍‌ ଉପକରଣ ଶନିବାର ଆକ୍ଟିଭ ହୋଇଥିବା ଇସ୍ରୋ ପକ୍ଷରୁ ସୂଚନା ମିଳିଛି। ‘ସ୍ୱିସ୍‌’ ଉପକରଣ ‘ସୋଲାର୍‌ ୱିଣ୍ଡ୍‌ ଆଇଅନ୍‌’, ବିଶେଷକରି ‘ପ୍ରୋଟନ୍‌’ ଓ ‘ଆଲ୍‌ଫା’ କଣିକା ମାପି ଥିବାରୁ ସୂର୍ଯ୍ୟକୁ ଦେଖିପାରୁଥିବା କଥା ପ୍ରମାଣ କରିଛି। ପ୍ରତ୍ୟେକର ୩୬୦ ଡିଗ୍ରି ଅଞ୍ଚଳ ଦେଖି ହେବା ଭଳି ‘ସ୍ୱିସ୍‌’ରେ ଲାଗିଥିବା ଦୁଇଟି ‘ସେନ୍‌ସର୍‌ ୟୁନିଟ୍‌’ ସୌର ପବନ ବିଷୟରେ ପୁଙ୍ଖାନୁପୁଙ୍ଖ ତଥ୍ୟ ମଧ୍ୟ ଦେଉଥିବା ଇସ୍ରୋ କହିଛି।

ଉଲ୍ଲେଖଯୋଗ୍ୟ, ସେପ୍ଟେମ୍ବର ୨ ତାରିଖରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ଦ୍ୱୀପସ୍ଥିତ ସତୀଶ ଧୱନ୍‌ ସ୍ପେସ୍‌ ସେଣ୍ଟର୍‌ରୁ ଭାରତର ପ୍ରଥମ ସୌର ଅଭିଯାନ ‘ଆଦିତ୍ୟ-ଏଲ୍‌୧’ ମହାକାଶକୁ ଉତ୍‌କ୍ଷେପଣ କରାଯାଇଥିଲା। ୧୨୫ରୁ ଊର୍ଦ୍ଧ୍ୱ ଦିନ ପରେ ପୃଥିବୀ ଠାରୁ ୧.୫ ନିୟୁତ କିଲୋମିଟର୍‌ ଯାତ୍ରା କରିଥିବା ଏହି ମହାକାଶଯାନ ସୂର୍ଯ୍ୟର ନିକଟତର ହେଉଛି। ‘ଲାଙ୍ଗ୍ରାଗିଆନ୍‌ ପଏଣ୍ଟ୍‌ ଏଲ୍‌୧’ ଚତୁଃପାର୍ଶ୍ୱରେ ଥିବା ଗୋଟାଏ ଫାଙ୍କା କକ୍ଷପଥରେ ଏହା ସ୍ଥାପନ ହେବ ବୋଲି ଆଶା କରାଯାଉଛି।

ISRO Sun Mission Aditya L1