Solar
ମିଶନ ଚନ୍ଦ୍ର ସଫଳ ହେବା ପରେ ଏବେ ଇସ୍ରୋ ଆଉ ଏକ ବଡ଼ ଯୋଜନା କରିଛି। ଚନ୍ଦ୍ର ପରେ ଏବେ ଇସ୍ରୋର ପୂରା ଫୋକସ ସୂର୍ଯ୍ୟ ଉପରେ ରହିଛି ଭାରତ ବିଶ୍ୱର ପ୍ରଥମ ଦେଶ ଭାବେ ଚନ୍ଦ୍ରର ଦକ୍ଷିଣ ମେରୁରେ ପାଦ ଥାପି ଇତିହାସ ରଚିଛି।
ଆଜି ସନ୍ଧ୍ୟାରେ ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରରେ ସଫ୍ଟ ଲ୍ୟାଣ୍ଡିଂ କରିଛି। ଇସ୍ରୋର ଏହି ସଫଳତା ପାଇଁ ନାସା ଠାରୁ ଆରମ୍ଭ କରି ବିଦେଶର ସବୁ ଗବେଷଣା ସଂସ୍ଥା ଶୁଭେଚ୍ଛା ଜଣାଇବାରେ ଲାଗିଛନ୍ତି। ଏହି ଶୁଭେଚ୍ଛା ପାଇଁ ଇସ୍ରୋ ମଧ୍ୟ ଉତ୍ସାହିତ ହୋଇ ପଡ଼ିଛି। ସଂସ୍ଥା ଖୁବଶୀଘ୍ର ମିଶନ ସୂର୍ଯ୍ୟ ଆରମ୍ଭ କରିବ ବୋଲି କହିଛି।
ଆଜି ଲ୍ୟାଣ୍ଡର ବିକ୍ରମର ସଫ୍ଟ ଲ୍ୟାଣ୍ତିଂକୁ ଭିଡିଓ କନଫରେନ୍ସିଂରେ ଦେଖୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଆଗକୁ ମିଶନ ସୂର୍ଯ୍ୟ ଓ ଶୁକ୍ର ଆରମ୍ଭ ହେବ ବୋଲି କହିଛନ୍ତି।
ସେ କହିଛନ୍ତି, ଚନ୍ଦ୍ର ଅଭିଯାନ ସଫଳ ହୋଇଛି। ଭାରତ ଜହ୍ନରେ ପହଞ୍ଚିଛି। ଏହା ପରେ ଇସ୍ରୋ ସୂର୍ଯ୍ୟ ମିଶନ ଆରମ୍ଭ କରିବ। ଆଦିତ୍ୟ-ଏଲ୍ ୱାନ୍ ମିଶନ ଜରିଆରେ ସୂର୍ଯ୍ୟ ସଂପର୍କରେ ଗବେଷଣା କରାଯିବ। ସୂର୍ଯ୍ୟ ମିଶନ ସହ ଆରମ୍ଭ ହେବ ଶୁକ୍ର ଅଭିଯାନ। ଭାରତ ଶୁକ୍ର ଗ୍ରହ ଉପରେ ଅଭିଯାନ ଆରମ୍ଭ କରିବ ବୋଲି ମୋଦି କହିଛନ୍ତି।
ଚନ୍ଦ୍ରଯାନ-୩ର ସଫଳତା ପରେ ଇସ୍ରୋର ମୁଖ୍ୟ ଏସ ସୋମନାଥ ମଧ୍ୟ ଆଗକୁ ମିଶନ ସୂର୍ଯ୍ୟ ଓ ସୌର ଗତିବିଧି ସମ୍ପର୍କରେ ତଥ୍ୟ ସଂଗ୍ରହ ପାଇଁ ଆଦିତ୍ୟ ଏଲ ୱାନ ମିଶନ ଆରମ୍ଭ କରାଯିବ ବୋଲି ସୂଚନା ଦେଇଛନ୍ତି।
ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ଆମ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ସମସ୍ତଙ୍କୁ ବ୍ୟକ୍ତିଗତ ଭାବେ ଭେଟିବେ ଓ ଶୁଭେଚ୍ଛା ଜଣାଇବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଇସ୍ରୋର ପରବର୍ତ୍ତୀ ମିଶନ ହେଉଛି ଆଦିତ୍ୟ ଏଲ-୧। ଏହା ଏବେ ଶ୍ରୀହରିକୋଟାରେ ପ୍ରସ୍ତୁତ ହେଉଛି ବୋଲି ସେ କହିଛନ୍ତି।
ଚଳିତ ମାସରେ ଇସ୍ରୋ କହିଥିଲା ଯେ ପିଏସଏଲଭି ସି୫୭/ଆଦିତ୍ୟ ଏଲ-୧ ମିଶନ ଲଞ୍ଚ ପାଇଁ ପ୍ରସ୍ତୁତ ହେଉଛି। ଏହା ବର୍ତ୍ତମାନ ଶ୍ରୀହରିକୋଟାର ସତୀଶ ଧୱନ ସ୍ପେଶ ସେଣ୍ଟର୍ରେ ପହଞ୍ଚି ଯାଇଛି। ଏହି ସ୍ପେଶ ଏୟାରକ୍ରାଫ୍ଟରେ ୭ଟି ବିଜ୍ଞାନ ଭିତ୍ତିକ ପେ’ଲୋଡ ରହିବ। ଏଗୁଡ଼ିକ ସୂର୍ଯ୍ୟର ବିଭିନ୍ନ ଦିଗରୁ ଏହାକୁ ତର୍ଜମା କରିବେ। ସୂର୍ଯ୍ୟଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ ପାଇଁ ଭାରତ ପ୍ରଥମଥର ପାଇଁ ଆଦିତ୍ୟ ଏଲ-୧ ମିଶନ ଲଞ୍ଚ କରିବାକୁ ଯାଉଛି। ଏହା ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଆରମ୍ଭ ହୋଇପାରେ।
ମିଶନ ଜରିଆରେ ସ୍ପେଶ ଏୟାରକ୍ରାଫ୍ଟକୁ ସୂର୍ଯ୍ୟ ଓ ପୃଥିବର ସିଷ୍ଟମର ଲଙ୍ଗରେଞ୍ଜ ପଏଣ୍ଟ ୧(ଏଲ୧) ପାଖରେ ଅବସ୍ଥାପିତ କରାଯିବ। ଏହି ସ୍ଥାନଟି ପୃଥିବୀ ଠାରୁ ୧.୫ ମିଲିୟନ କିମି ଦୂର।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Solar_1692807342.jpg)