Advertisment

ପୁଣି ଇତିହାସ ରଚିଲା ଇସ୍ରୋ; ଗଗନଯାନ ପରୀକ୍ଷଣ ସଫଳ

ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ପେଶ୍ ସେଣ୍ଟରରୁ ଗଗନଯାନର ସଫଳ ପରୀକ୍ଷଣ ହୋଇଥିବା ଇସ୍ରୋ ମୁଖ୍ୟ ସୂଚନା ଦେଇଛି।

author-image
Niharika Rout
ଅଦ୍ୟତନ ହୋଇଛି
Gaganyan Mission

Gaganyan Mission

ସବୁ ବାଧା, ବିଘ୍ନକୁ ଅତିକ୍ରମ କରି ଇସ୍ରୋ ଆଜି ପୁଣି ଥରେ ଇତିହାସ ରଚିଛି। ଆଜି ସକାଳେ ପ୍ରତିକୂଳ ପାଗ ସହ ବୈଷୟିକ ତ୍ରୁଟି ଯୋଗୁ ସ୍ଥଗିତ ରଖାଯାଇଥିବା ଗଗନଯାନକୁ ସଫଳତାପୂର୍ବକ ପରୀକ୍ଷଣ କରାଯାଇଛି।

Advertisment

ଆଜି ପୂର୍ବାହ୍ନ ୧୦ଟାରେ ଗଗନଯାନ ମିଶନର ଉତ୍‌କ୍ଷେପଣ ସଫଳ ହୋଇଛି। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ପେଶ୍ ସେଣ୍ଟରରୁ ସଫଳ ପରୀକ୍ଷଣ ହୋଇଥିବା ଇସ୍ରୋ ମୁଖ୍ୟ ସୂଚନା ଦେଇଛି। ଇସ୍ରୋ ପକ୍ଷରୁ TV-D1ର ପ୍ରଥମ ସଫଳ ପରୀକ୍ଷଣ ସହ କ୍ରୁ ମଡ୍ୟୁଲର ଲଞ୍ଚିଂ ସଫଳ ହୋଇଥିବା ସେ  କହିଛନ୍ତି। ଫଳରେ ଇସ୍ରୋର ଚନ୍ଦ୍ରଯାନ-୩ ମିଶନ ଓ ସୂର୍ଯ୍ୟ ମିଶନ ପରେ ଗଗନଯାନ ମିଶନ ବି ସଫଳ ହୋଇଛି। ଏଥିଯୋଗୁ ସମଗ୍ର ଦେଶବାସୀଙ୍କ ମଧ୍ୟରେ ଉତ୍ସୁକତା ଖେଳି ଯାଇଛି। 

ଭୂପୃଷ୍ଠରୁ ୧୭ କିମି ଉପରକୁ ଯାଇ ଖସିଲା କ୍ୟୁ ମଡେଲ। ସମୁଦ୍ର ମଝିରେ ଖସିଲା ମାନବବିହୀନ କ୍ୟୁ ମଡେଲ । ୨୦୨୫ ସୁଦ୍ଧା ମହାକାଶକୁ ମଣିଷ ପଠାଇବାକୁ ଯୋଜନା କରାଯାଇଛି। ଏଥିନିମନ୍ତେ ମିଶନର ସମସ୍ତ ସଦସ୍ୟଙ୍କୁ ଶୁଭେଚ୍ଛା ଜଣାଇଲେ ଇସ୍ରୋ ଅଧ୍ୟକ୍ଷ । 

Advertisment

ଆଜି ସକାଳ ୮ଟା ୩୦ରେ ଗଗନଯାନ ମିଶନର ଉତ୍‌କ୍ଷେପଣ ନିମନ୍ତ ସମୟ ଧାର୍ଯ୍ୟ କରାଯାଇଥିଲା। କାଉଣ୍ଟଡାଉନ୍‌ ଆରମ୍ଭ ହୋଇ ସାରିଥିବା ବେଳେ ମାତ୍ର ୫ ସେକେଣ୍ଡ ପୂର୍ବରୁ ଉତ୍‌କ୍ଷେପଣକୁ ସ୍ଥଗିତ କରାଯାଇଥିଲା।

ବୈଷୟିକ ତ୍ରୁଟି କାରଣରୁ ଏପରି ନିଷ୍ପତ୍ତି ନିଆଯାଇଥିବା ଏସ୍‌ ସୋମନାଥ କହିଥିବା ବେଳେ ଉକ୍ତ ତ୍ରୁଟିକୁ ସଂଶୋଧନ କରି ଗଗନଯାନ ମିଶନକ୍ରୁ ମଡ୍ୟୁଲର ସଫଳ ଲଞ୍ଚିଂ କରାଯାଇଛି।

ଗଗନଯାନରେ ମହାକାଶଚାରୀଙ୍କୁ ମହାକାଶ ଅଭିମୁଖେ ଉତକ୍ଷେପଣ ପରେ, ଅଧାବାଟରେ କୌଣସି ସମସ୍ୟା ଦେଖାଦେଲେ ସେମାନେ ଯେପରି ସୁରକ୍ଷିତ ଭାବେ ପୁଣିଥରେ ପୃଥିବୀପୃଷ୍ଠରେ ଅବତରଣ କରିପାରିବେ, ଆଜି ସେହି ପ୍ରକ୍ରିୟାକୁ ପରୀକ୍ଷା କରାଯାଇଛି। ଏହା ସଫଳ ହୋଇଥିବା ବେଳେ ଆଗକୁ ଆହୁରି ୩ଟି ଟେଷ୍ଟ ଫ୍ଲାଇଟ୍ ପଠାଯିବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି ।

ISRO