Advertisment

ଘରୋଇ ମହାକାଶ ଶିଳ୍ପକୁ ବଡ଼ ସଫଳତା; SOrTeD ଉତକ୍ଷେପଣ ସଫଳ

ଅଗ୍ନିକୁଲ୍ କସ୍ମୋସର ସଫଳତା ପରେ ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ(ISRO) କମ୍ପାନୀକୁ ଅଭିନନ୍ଦନ ଜଣାଇବା ସହ ଏହି ଉତକ୍ଷେପଣକୁ ଏକ ପ୍ରମୁଖ ମାଇଲଖୁଣ୍ଟ ବୋଲି କହିଛି।

ଅଦ୍ୟତନ ହୋଇଛି
SOrTeD Launch

SOrTeD Launch

Advertisment

ଭାରତର ଘରୋଇ ମହାକାଶ ଶିଳ୍ପକୁ ବଡ଼ ସଫଳତା। ସଫଳ ହୋଇଛି ଅଗ୍ନିକୁଲ୍ କସ୍ମୋସର SOrTeD ମିଶନର ଉତକ୍ଷେପଣ। ଆଜି ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ସ୍ପେସ୍ ସେଣ୍ଟରର ପ୍ରଥମ ଘରୋଇ ଲଞ୍ଚପ୍ୟାଡ  ALP-01ରୁ SOrTeD ଉତକ୍ଷେପଣ କରାଯାଇଛି।

Advertisment

ଚେନ୍ନାଇ ଭିତ୍ତିକ ସ୍ପେସ୍ ଷ୍ଟାର୍ଟ ଅପ କମ୍ପାନୀ ଅଗ୍ନିକୁଲ୍ କସ୍ମୋସ ଏହି ଉତକ୍ଷେପଣ କରିଛି। ଏହି ମିଶନର ସଫଳ ଉତକ୍ଷେପଣ ନିଶ୍ଚିତ ରୂପେ ମହାକାଶ ଟେକ୍ନୋଲୋଜି ବିକାଶ କ୍ଷେତ୍ରରେ ଘରୋଇ କମ୍ପାନୀ ଏବଂ ଦେଶ ପାଇଁ ଏକ ପ୍ରମୁଖ ମାଇନଖୁଣ୍ଟ। ଆଗାମୀ ଦିନରେ ଏଦିଗରେ ଘରୋଇ କମ୍ପାନୀର ସହଭାଗିତାକୁ ପ୍ରୋତ୍ସାହିତ କରିବ।  

ଅଗ୍ନିକୁଲ୍ କସ୍ମୋସର ସଫଳତା ପରେ ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ(ISRO) କମ୍ପାନୀକୁ ଅଭିନନ୍ଦନ ଜଣାଇବା ସହ ଏହି ଉତକ୍ଷେପଣକୁ ଏକ ପ୍ରମୁଖ ମାଇଲଖୁଣ୍ଟ ବୋଲି କହିଛି।

Advertisment

ISRO ପକ୍ଷରୁ ଏକ୍ସ ପୋଷ୍ଟରେ କୁହାଯାଇଛି ଯେ, "ଅଗ୍ନିବାନ୍ SoRTed-01 ମିଶନର ସଫଳ ଉତକ୍ଷେପଣ ପାଇଁ ଅଗ୍ନିକୁଲ୍ କସ୍ମୋସକୁ ଅଭିନନ୍ଦନ। ସେମି କ୍ରାଇଜେନିକ୍ ଲିକ୍ୱିଡ୍ ଇଞ୍ଜିନରେ ନିୟନ୍ତ୍ରିତ ହୋଇଥିବା ଏହା ପ୍ରଥମ ମହାକାଶ ଯାନ ହୋଇଥିବାରୁ ଏହା ଏକ ପ୍ରମୁଖ ମାଇଲଖୁଣ୍ଟ।"

SOrTeD ମିଶନ ପ୍ରଥମେ ଏପ୍ରିଲ୍ 7ରେ ଉତକ୍ଷେପଣ ହେବାର ଥିଲା। କିନ୍ତୁ ବୈଷୟିକ ତ୍ରୁଟି କାରଣରୁ ଏହାକୁ ସ୍ଥଗିତ ରଖାଯାଇଥିଲା। ଶେଷରେ ଆଜି(ମେ 30)ରେ ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ସ୍ପେସ୍ ସେଣ୍ଟର ପ୍ରଥମ ଘରୋଇ ଲଞ୍ଚପ୍ୟାଡ୍ ALP-01ରୁ ଉତକ୍ଷେପଣ ହୋଇଛି। 

ISRO Agnikul Cosmos SOrTeD Agnibaan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe