Advertisment

ବାୟୁ ପ୍ରଦୂଷଣ: ଦେଶର ୧୬ଟି ସ୍ଥାନର ସ୍ଥିତି ଅତି ଖରାପ, କେବଳ ଓଡ଼ିଶାରୁ ଅଛି ୬ ସହର

ରାଜ୍ୟରେ ଅନୁଗୋଳରେ ବାୟୁ ପ୍ରଦୂଷଣ ମାତ୍ରା ସର୍ବାଧିକ ରହିଛି। ଦିଲ୍ଲୀଠାରୁ ବି ଅନୁଗୋଳର ସ୍ଥିତି ଅଧିକ ଖରାପ।

Pollution

Pollution

Advertisment

ରାଜ୍ୟରେ ଅସହ୍ୟ ହେଲାଣି ବାୟୁ ପ୍ରଦୂଷଣ। ନିଃଶ୍ୱାସରେ ରୋଗ ନେଉଛନ୍ତି ଲୋକେ। ଆଜି ଅପରାହ୍ନ ୪ଟାରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଯେଉଁ ଏୟାର କ୍ୱାଲିଟି ଇଣ୍ଡେକ୍ସ (ଏକ୍ୟୁଆଇ) ରିପୋର୍ଟ ପ୍ରକାଶ କରିଛି, ତା’ ଅନୁସାରେ ଦେଶର ୧୬ଟି ସହରର ସ୍ଥିତି Very poor ବା ଅତି ଖରାପ ଥିବା ବେଳେ ତା’ମଧ୍ୟରେ କେବଳ ଓଡ଼ିଶାର ୬ଟି ସହର ରହିଛି। ଗତ ୨୪ ଘଣ୍ଟାରେ ଦେଶର ବିଭିନ୍ନ ସହରରେ ବାୟୁର ମାନର ହାରାହାରିକୁ ହିସାବକୁ ନେଇ ଏହି ରିପୋର୍ଟ ପ୍ରକାଶ କରାଯାଇଛି।

Advertisment

ଏହି ରିପୋର୍ଟ ଅନୁସାରେ ରାଜ୍ୟରେ ଅନୁଗୋଳରେ ବାୟୁ ପ୍ରଦୂଷଣ ମାତ୍ରା ସର୍ବାଧିକ। ଦିଲ୍ଲୀଠାରୁ ବି ଅନୁଗୋଳର ସ୍ଥିତି ଅଧିକ ଖରାପ। ଅନୁଗୋଳରେ ବାୟୁର ମାନ ବା ଏକ୍ୟୁଆଇ ମାନ ୩୫୨ ରହିଥିବା ବେଳେ ଦିଲ୍ଲୀରେ ୩୪୫ ରହିଛି।

କଟକରେ ବାୟୁର ମାନ ବା ଏକ୍ୟୁଆଇ ମାନ ୩୪୦ ରହିଥିବା ବେଳେ ବାଲେଶ୍ୱରରେ ୩୩୪, ଭୁବନେଶ୍ଵରରେ ୩୩୪, କେନ୍ଦୁଝରରେ ୩୨୬ ଓ ତାଳଚେରରେ ୩୦୪ ରହିଛି। ସେହିପରି ରାଇରଙ୍ଗପୁରରେ ଏକ୍ୟୁଆଇ ମାନ ୩୦୦ ଓ ବଡ଼ବିଲରେ ୨୯୨ ରହିଛି, ଯାହାକି ସାଙ୍ଘାତିକ ସ୍ଥିତିରେ ରହିଛି।

Advertisment

ଏୟାର କ୍ୱାଲିଟି ଇଣ୍ଡେକ୍ସ ସ୍ତରକୁ ୦ରୁ ୫୦୦ ଭିତରେ ୬ ଭାଗରେ ବିଭକ୍ତ କରାଯାଇଥାଏ। ପ୍ରଦୂଷଣ ସ୍ତରକୁ ଦେଖି ୦-୫୦ ଭିତରେ ଥିବା ବାୟୁ ଭଲ ଓ ଏଥିପାଇଁ ନୀଳ ଚିହ୍ନ ବ୍ୟବହାର କରାଯାଏ। ୫୧-୧୦୦ ଚଳନୀୟ (ମଡରେଟ), ୧୦୧ରୁ ୧୫୦ କେତେକ ରୋଗୀଙ୍କ ପାଇଁ ଅସ୍ୱାସ୍ଥ୍ୟକର ଓ ନାଲି ଚିହ୍ନରେ ଥିବା ୧୫୧ରୁ ୨୦୦ ସ୍ତର ଅସ୍ୱାସ୍ଥ୍ୟକର, ୨୦୧ରୁ ୩୦୦ ଅତ୍ୟନ୍ତ ଅସ୍ୱାସ୍ଥ୍ୟକର, ୩୦୧ରୁ ଅଧିକ ମାତ୍ରାକୁ ଅତି ଖରାପ ସ୍ତରରେ ରଖାଯାଇଛି।

Pollution Bhubaneswar Air Pollution Delhi Air Pollution Air Pollution
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe